ସଲମାନଙ୍କ ସାନ ଭାଇ ସୋହେଲ ଖାଁ ଖୁବ ଶୀଘ୍ର ନେବାକୁ ଯାଉଛନ୍ତି ଛାଡପତ୍ର, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ସଲ୍ମାନ ଖାଁଙ୍କ ସାନ ଭାଇ ସୋହେଲ ଖାନ ଓ ତାଙ୍କ ସ୍ତ୍ରୀ ସୀମା ଖାନ ଖୁବ ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି । ଦୁହେଁ ମୁମ୍ବାଇର ଏକ ଫ୍ୟାମିଲି କୋର୍ଟରେ ଛାଡପତ୍ର ନେଇ ଅପିଲ କରିଥିବା ଜଣାଯାଇଛି । ଶୁକ୍ରବାର ତଥା ଆଜି ସେମାନଙ୍କୁ କୋର୍ଟ ପରିସରରେ ଦେଖାଯାଇଥିବା ନେଇ ଆଖପାଖର ଲୋକେ ପ୍ରକାଶ କରିଛନ୍ତି । ଦୁହେଁ ଏକାଠି କୋର୍ଟରୁ ବାହାରିଥିବା ଦେଖାଯାଇଥିଲା । ମିଳିଥିବା ଖବର ଅନୁଯାୟୀ ଦୁହେଁ ନିଜ ସମ୍ପର୍କକୁ ଭାଙ୍ଗିବା ଲକ୍ଷରେ ଅଛନ୍ତି ।

ସୂଚନା ଅନୁଯାୟୀ ଉଭୟ ପତିପତ୍ନୀ ଆଜି ଫ୍ୟାମିଲି କୋର୍ଟରେ ଉପସ୍ଥିତ ଥିବାବେଳେ ଛାଡପତ୍ର ପାଇଁ ଅପିଲ କରିଛନ୍ତି । କିନ୍ତୁ ଦୁହିଁଙ୍କ ମଧ୍ୟରେ ଏବେ ବି ବନ୍ଧୁତା ଅଛି ଆଉ ଆଗକୁ ବି ଏମିତି ରହିବ ବୋଲି ମିଡ଼ିଆ ସାମ୍ନାରେ ଦୁହେଁ କହିଥିବା ଜଣାଯାଇଛି । ଦୁହେଁ ଅଚାନକ ଭାବରେ ଏପରି ଏକ ନିଷ୍ପତ୍ତି ନେଇଥିବା ବେଳେ ଏନେଇ ପୂର୍ବରୁ କାହାକୁ ବି କିଛି କହିନଥିଲେ । ଏହାକୁ ନିଜ ଭିତରେ ହିଁ ରଖିବାକୁ ଠିକ କରିଥିବା ଜଣାଯାଇଛି । ବିଗତ କିଛି ବର୍ଷ ହେବ ଦୁହେଁ ଅଲଗା ଅଲଗା ଭାବରେ ରହି ଆସୁଛନ୍ତି । ଏହି ଦମ୍ପତ୍ତିଙ୍କ ସମ୍ପର୍କୀୟ ମାନଙ୍କ କହିବା ଅନୁଯାୟୀ ସୀମା ଓ ସୋହେଲଙ୍କ ଭିତରେ ସେପରି କୌଣସି ବିବାଦ ନାହିଁ । ଦୁହେଁ ମିଳିମିଶି ଏହି ନିଷ୍ପତ୍ତି ନେଇଛନ୍ତି । ଆଉ ନିଜ ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ସୋହେଲ ଓ ସୀମା ଉଭୟଙ୍କ ଫ୍ୟାନ୍ସ ମାନଙ୍କୁ ଏହି ଖବର ଖୁବ ଆଘାତ ଦେଇଛି ।

କହିରଖୁଛୁକି ସୋହେଲଙ୍କ ପତ୍ନୀ ସୀମା ହେଉଛନ୍ତି ପେଶାରେ ଜଣେ ଡିଜାଇନର । ସେ ନିଜର ମଧ୍ୟ ଏକ ସେଲୁନ ଖୋଲିଛନ୍ତି । ଯାହାର ନାଁ ହେଉଛି କାଲିଷ୍ଟା । ସୁଯେନ ଖାନ ଓ ମହୀପ କପୁରଙ୍କ ସହିତ ମିଶି ମୁମ୍ବାଇର ବାନ୍ଦ୍ରା ଠାରେ ସେ ୧୯୦ଟି ଲଗଜୁରିଆସ ବୁଟୀକ ଖୋଲିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.