କାର ଛାଡି ବାଇକରେ ବୁଲନ୍ତୁ ସିଏମସି କର୍ମଚାରୀ, କାଉନସିଲ୍‌ ବୈଠକରେ କଟକ ମେୟରଙ୍କ କଡା ତାଗିଦ

କଟକ(କେନ୍ୟୁଜ୍):କାର ଛାଡି ଦୁଇ ଚକିଆ ଯାନରେ ବୁଲନ୍ତୁ ସିଏମସି କର୍ମଚାରୀ । ଗଳି କନ୍ଦି ବୁଲି ସ୍ଥିତି ଅନୁଧ୍ୟାନ କଲେ ହିଁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଲେ ସିଏମସି ମେୟର ସୁବାଷ ସିଂ । ଆଜି କଟକ ମହାନଗର ନିଗମର ଦ୍ୱିତୀୟ କାଉନସିଲ୍‌ ବୈଠକରେ ଏମିତି କିଛି କଡା ତାଗିଦ କରିଛନ୍ତି ମେୟର । ସିଏମସି କର୍ମଚାରୀ ଓ ଜାଇକା କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ସୁବାଷ ସିଂ । ବିଶେଷ କରି ଜେ. ଇ ମାନଙ୍କୁ ତାଗିଦ କରିବା ସହ, ସଠିକ ଢଙ୍ଗରେ କାର୍ଯ୍ୟ ନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱର ତଥା କଟକ ବାହାରୁ ସିଏମସିକୁ ଯିବା ଆସିବା କରି ଚାକିରୀ କରୁଥିବା କର୍ମଚାରୀ ସମୟରେ ଅଫିସ ଆସିବାକୁ ତାଗିଦ କରିଛନ୍ତି ମେୟର । ଏହା ସହ ଡ୍ରେନ୍‌ରୁ ପଙ୍କ ଉଦ୍ଧାର ବିଷୟକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଖାଲ ଖମା ରାସ୍ତା ଘାଟ, ଦୁର୍ବଳ ଡ୍ରେନେଜ, ଜଳବନ୍ଦୀ ସମସ୍ୟା ଆଦି ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ବୈଠକରେ ଉଠାଇଥିଲେ ଉଭୟ ଶାସକ ଏବଂ ବିରୋଧୀ ଦଳର କର୍ପୋରେଟର । ମୌସୁମୀ ପୂର୍ବରୁ ସହରରେ ଡ୍ରେନ ଗୁଡିକରୁ ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.