ସର୍ଭେ : ଭାରତୀୟ ମହିଳାଙ୍କ ସେକ୍ସ ଲାଇଫର ଚମତ୍କାରୀ ତଥ୍ୟ, ୧୫ ବର୍ଷ ବୟସ ଝିଅଙ୍କ ମଧ୍ୟରେ ସେକ୍ସ ଅନୁଭବ କରିବା ସମ୍ଭାବନା ଅଧିକ ଥାଏ

ଭାରତୀୟଙ୍କ ସେକ୍ସ ଲାଇଫ ଉପରେ ନେସନାଲ ଫ୍ୟମିଲି ହେଲ୍‌ଥ ସର୍ଭେ-୫ ରେ ଏକ ଚମତ୍କାରୀ ତଥ୍ୟ ପ୍ରକାଶ ପାଇଛି । ଯେଉଁଠି ମହିଳାଙ୍କ ସେକ୍ସ ଲାଇଫ ସହିତ ଜଡିତ କିଛି ଚକିତ କଲାଭଳି ତଥ୍ୟ ଜଣାପଡିଛି । ସର୍ଭେ ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳା ଖୁବ ଶୀଘ୍ର ସେକ୍ସୁଆଲି ଆକ୍ଟିଭ ହୋଇଥାନ୍ତି । ଏହାର ଅନେକ କାରଣ ସର୍ଭେରେ ପ୍ରକାଶ ପାଇଛି ।

ଭାରତରେ ଲୋକେ ଟିକେ ରକ୍ଷଣଶୀଳ ହୋଇଥିବାରୁ ଅନ୍ୟ ଦେଶ ଭଳି ସେକ୍ସ ସମ୍ପର୍କରେ ଖୋଲାଖୋଲି ଭାବେ କଥା ହୋଇନଥାନ୍ତି । ନିକଟରେ ନେସନାଲ ଫ୍ୟାମିଲ ହେଲ୍‌ଥ ସର୍ଭେ (ଏନଏଫଏଚଏସ) ଦ୍ୱାରା ହୋଇଥିବା ଏକ ସର୍ଭେରୁ ଭାରତୀୟ ମହିଳାଙ୍କ ସେକ୍ସ ଲାଇଫ ଉପରେ ଚକିତ କଲାଭଳି ତଥ୍ୟ ପ୍ରକାଶ ପାଇଛି ।

ଏହି ସର୍ଭେରେ ପଚରା ଯାଇଥିଲା ଯେ ଏବେ ବି ଲୋକେ ମାନନ୍ତି କି ବିବାହ ବାହାରେ ସେକ୍ସ କରିବା ଭୂଲ କି ? ମହିଳାମାନେ କେତେ ବୟସରେ ସେକ୍ସୁଆଲି ଆକ୍ଟିଭ ବା (ସେକ୍ସ କରିବାର ଇଚ୍ଛା) ହୋଇଥାନ୍ତି ? ଆସନ୍ତୁ ଜାଣିବା କ’ଣ କୁହେ ସଭେଁ ।

ଭାରତୀୟ ପୁରୁଷ ତୁଳନାରେ ମହିଳା ଶୀଘ୍ର ହୋଇଥାନ୍ତି ସେକ୍ସୁଆଲି ଆକ୍ଟିଭ :

ଏନଏଫଏଚଏସ ଡାଟା ଅନୁଯାୟୀ ଭାରତୀୟ ପୁରୁଷ ତୁଳନାରେ ମହିଳାମାନେ ଶୀଘ୍ର ସେକ୍ସୁଆଲି ଆକ୍ଟିଭ ହୋଇଥାନ୍ତି । ୧୫ ବର୍ଷ ବୟସ ଭିତରେ ପୁଅଙ୍କ ତୁଳନାରେ ଝିଅମାନେ ସେକ୍ସ ଅନୁଭବ କରିବା ସମ୍ଭାବନା ଅଧିକ ହୋଇଥାଏ । ସର୍ଭେରେ ୨୫ ରୁ ୪୯ ବର୍ଷ ବୟସର ମହିଳାଙ୍କୁ ସେମାନେ ପ୍ରଥମ ଥର କେବେ ଶାରିରୀକ ସମ୍ବନ୍ଧ କରିଥିଲେ ବୋଲି ପଚରା ଯାଇଥିଲା । ତେବେ ୧୦.୩ % ମହିଳା ସେମାନଙ୍କର ସେକ୍ସ ସମ୍ବନ୍ଧ ୧୫ ବର୍ଷ ଭିତରେ ଗୋଟିଏ ଥର ରଖି ସାରିଥିଲେ ବୋଲି କହିଥିଲେ ।

୧୦.୩ % ମହିଳା ୧୫ ବର୍ଷ ଭିତରେ ଗୋଟିଏ ଥର ରଖି ସାରିଥିଲେ ସେକ୍ସ ସମ୍ବନ୍ଧ :

ଯେଉଁଠି ଏହି ବୟସର ପୁଅମାନଙ୍କ ସେକ୍ସ କରିବା ମାତ୍ର ୦.୮ % ପ୍ରତିଶତ ଥିଲା ବୋଲି ସର୍ଭେରୁ ଜଣାପଡ଼ିଛି । ତେବେ ସହମତି ଭାବେ ସେକ୍ସ କରିବାର ବୟସ ୧୮ ବର୍ଷ ଥିବାବେଳେ ଏଥିରୁ କମ ବୟସର ୬ % ମହିଳା ଥିବା ସର୍ଭେରୁ ଜଣାପଡ଼ିଛି । ହେଲେ ୧୮ ବର୍ଷ ବୟସରୁ କମ ବୟସର ୪.୩ % ଯୁବକ ସେକ୍ସ କରିଥିବା ନେଇ ପ୍ରକାଶ କରିଥିଲେ ।

ଭାରତୀୟ ମହିଳାମାନେ ଶୀଘ୍ର ସେକ୍ସ ଆକ୍ଟିଭ ହେବାର ଅନେକ କାରଣ ରହିଛି । ସେଥି ମଧ୍ୟରୁ ପୁରୁଷଙ୍କ ଦବ୍‌ଦବା ଓ ସେକ୍ସ ମାମଲାରେ ପୁରୁଷଙ୍କ ମର୍ଜି ଅଧିକ ଚାଲିଥାଏ । କେତେକ ଝିଅ ଯୌନ ଉତ୍‌ପୀଡନର ଶିକାର ହୋଇଥାନ୍ତି । ୩ % ମହିଳା କହିଛନ୍ତି ଯେ ୨୨ ବର୍ଷ ବୟସରେ ପହଞ୍ଚିବା ବେଳକୁ ସେମାନଙ୍କ ସହ ରେପ ହୋଇ ସାରିଥାଏ । ସର୍ଭେ ଅନୁଯାୟୀ ମହିଳାଙ୍କ ପ୍ରଥମ ସେକ୍ସ ଅନୁଭବ ସେମାନଙ୍କ ସ୍କୁଲ ଶିକ୍ଷା ସହିତ ସାମାଜିକ ପରିସ୍ଥିତି ହିଁ ନିର୍ଭର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.