ସନ୍ଟ୍ୟାନ୍ ପାଇଁ ଚିନ୍ତିତ କି? ଏହି ୫ଟି ଉପାୟରେ ପାଆନ୍ତୁ ଉଜ୍ଜ୍ୱଳ ଚେହେରା
ପ୍ରଖର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ମୁହଁ ଓ ଦେହରେ ଟ୍ୟାନ୍ ପଡ଼ିଥାଏ। ଏହାକୁ ସନ୍ବର୍ଣ୍ଣ ମଧ୍ୟ କୁହାଯାଏ। ଖରାରେ ବେଶୀ ସମୟ ଚଳପ୍ରଚଳ କରିବା ଦ୍ୱାରା ମୁହଁରେ ପଡ଼ୁଥିବା କଳାଦାଗକୁ ଟ୍ୟାନ୍ କହନ୍ତି। ଆଜିକାଲିର ଯୁବତୀମାନେ ସନ୍ ଟ୍ୟାନ୍ ସମସ୍ୟାକୁ ନେଇ ବହୁ ଚିନ୍ତିତ ରହୁଥିବା ଦେଖିବାକୁ ମିଳୁଛି। ସନ୍ ଟ୍ୟାନ୍ ଦୂର କରିବା ପାଇଁ ବଜାରରେ ଉପଲବ୍ଧ ହେଉଥିବା ସବୁ ପ୍ରକାର ପ୍ରଡକ୍ଟ ବ୍ୟବହାର କରିବା ପରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦାଗ ଦୂର ହେଉନାହିଁ। ତେବେ କେତେକ ଘରୋଇ ଉପାୟରେ ଏହି ଟ୍ୟାନ୍ ଦୂର କରି ହେବ। ଆସନ୍ତୁ ଜାଣିବା ସନ୍ ଟ୍ୟାନ୍ ଦୂର କରିବାର ୫ଟି ସରଳ ଉପାୟ:
କାକୁଡ଼ି:
ଟ୍ୟାନ୍ ଓ ସନ୍ବର୍ଣ୍ଣ ଦୂର କରିବା ପାଇଁ କାକୁଡ଼ି ହେଉଛି ସବୁଠାରୁ ଭଳ ବିକଳ୍ପ। କାକୁଡ଼ିରେ ତ୍ୱଚାକୁ ଥଣ୍ଡା କରିବା ଭଳି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। କାକୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାକୁ ଗ୍ରାଇଣ୍ଡିଂ କରି ଜୁସ୍ ବାହାର କରନ୍ତୁ। ଏହି ଜୁସ୍କୁ ତୁଳାରେ ନେଇ ମୁହଁ ଓ ଟ୍ୟାନ୍ ହୋଇଥିବା ଜାଗାରେ ଲଗାଇ ୫-୧୦ ମିନିଟ୍ ଶୁଖିବା ପାଇଁ ଛାଡ଼ିଦିଅନ୍ତୁ। ପରେ ପରିଷ୍କାର କରି ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଏଥିରେ କିଛି ଲେମ୍ବୁ ରସ ମଧ୍ୟ ମିଶାଇପାରିବେ।
ଏହାସହ ପଢ଼ନ୍ତୁ: ବଳାତ୍କାର ରୋକିବାକୁ ବଜାରକୁ ଆସିଲା ଏମିତି ଶାଢ଼ି, ଜାଣନ୍ତୁ ପ୍ରକୃତରେ କଣ ?
ଆଳୁ ରସ:
ଆଳୁ ରସରେ ଥିବା ଉପାଦାନ ତ୍ୱଚାର କଳାପଣ ଦୂର କରିବାରେ ସହାୟକ ହୋଇଥାଏ। ସନ୍ ଟ୍ୟାନ୍ ସମେତ ଆଖି ତଳ କଳାପଣ ଦୂର କରିବାକୁ ମଧ୍ୟ ଆପଣ ଆଳୁ ରସ ବ୍ୟବହାର କରିପାରିବେ। ନାଚୁରାଲ ସୁଦିଂ ଭାବେ ଏହା ବ୍ୟବହୃତ ହୋଇଥାଏ। ଏଥିସହ ତ୍ୱଚାକୁ ବ୍ଲିଚ୍ କରିବାରେ ମଧ୍ୟ ଆଳୁରସ ସାହାଯ୍ୟ କରେ। ଆଳୁକୁ ଗୋଲ ଗୋଲ କରି କାଟି ମୁହଁରେ ଘଷିବା ଦ୍ୱାରା ଟ୍ୟାନ୍ ଦୂର ହୋଇଥାଏ।
ମହୁ ଓ ଲେମ୍ବୁ:
ଲେମ୍ବୁରେ ତ୍ୱଚାକୁ ବ୍ଲିଚ୍ କରିବା କ୍ଷମତା ରହିଛି। ଫାଳେ ଲେମ୍ବୁ ରସରେ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଅଧଘଣ୍ଟା ଏପରି ରଖିବା ପରେ ଥଣ୍ଡାପାଣିରେ ମୁହଁ ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଏହି ମିଶ୍ରଣରେ କିଛି ଚିନି ମଧ୍ୟ ମିଶାଇ ପାରିବେ।
ହଳଦୀ ଓ ବେସନ:
ତ୍ୱଚାରେ ଚମକ ଆଣିବାରେ ହଳଦୀ ସାହାଯ୍ୟ କରୁଥିବା ବେଳେ ବେସନ ଚର୍ମର ରଗଡ଼ା ଅଂଶ ଦୂର କରିଥାଏ। ସମାନ ପରିମାଣରେ ହଳଦୀ ଓ ବେସନ ମିଶାନ୍ତୁ। ଏଥିରେ କିଛି ପାଣି କିମ୍ବା କ୍ଷୀର ମିଶାଇ ଏକ ପତଳା ଘୋଳ ପ୍ରସ୍ତୁତ କରନ୍ତୁ। ଏହି ଘୋଳକୁ ମୁହଁର ସବୁଆଡ଼େ ଭଲ ଭାବେ ଲଗାନ୍ତୁ। ଶୁଖିଯିବା ପରେ ହାଲ୍କା ଘଷି ଘଷି ହଳଦୀ ମିଶ୍ରଣକୁ ମୁହଁରୁ ସଫା କରନ୍ତୁ। ନଖ ଉଷୁମ ପାଣିରେ ଏବେ ମୁହଁକୁ ପରିଷ୍କାର କରି ଧୋଇ ନିଅନ୍ତୁ। ପ୍ରତିଦିନ ଏଭଳି କରିବା ଦ୍ୱାରା ଟ୍ୟାନ୍ ସମସ୍ୟା ଦୂର ହେବ।
ଅମୃତଭଣ୍ଡା ଓ ମହୁ:
ପାଚିଲା ଅମୃତଭଣ୍ଡା ତ୍ୱଚା ପାଇଁ ବହୁତ ଉପକାରୀ। ପ୍ରାକୃତିକ ଏନ୍ଜାଇମ୍ ଭାବେ ଏହା କାର୍ଯ୍ୟ କରେ। ସେହିପରି ମହୁ ତ୍ୱଚାକୁ ମଶ୍ଚରାଇଜ୍ କରିଥାଏ। ଛୋଟ କଟାଯାଇଥିବା ୪-୫ ଖଣ୍ଡ ଅମୃତଭଣ୍ଡାରେ ଏକ ଚାମଚ ମହୁ ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ଏହି ମାସ୍କୁ ଟ୍ୟାନ୍ ହୋଇଥିବା ଜାଗାରେ ଲଗାଇ ଶୁଖିବାକୁ ଛାଡ଼ିଦିଅନ୍ତୁ। ଅଧଘଣ୍ଟା ପରେ ମୁହଁକୁ ଭଲଭାବେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ୨-୩ ଥର ଏଭଳି କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହେବ।