ଏବେ ଚେହେରାରେ ଦେଖାଯିବ ନାହିଁ ବୟସର ଛାପ, ଜାଣନ୍ତୁ କଣ ଆବିଷ୍କାର କରିଛନ୍ତି ବୈଜ୍ଞାନିକ

ଯଦି ବଢୁଥିବା ବୟସର ପ୍ରଭାବ ଆପଣଙ୍କ ଚିନ୍ତା ବ ଢ଼ାଉଛି, ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ । କାରଣ ବୈଜ୍ଞାନିକମାନେ ଏଭଳି କିଛି ଆବିଷ୍କାର କରିଛନ୍ତି ଯାହା ଶରୀରରେ ବୟସର ପ୍ରଭାବକୁ କମ୍ କରିବାରେ ସାହାଯ୍ୟ କରିବ ।

ମୂଷା ଉପରେ ହେଇଥିଲା ସଫଳ ପରୀକ୍ଷଣ

ବୈଜ୍ଞାନିକମାନେ ମୂଷା ଉପରେ ଏହାର ସଫଳ ପରୀକ୍ଷଣ କରି ଦେଖିଛନ୍ତି । ମୂଷାର ଯୌବନକୁ ସ୍ଥାୟୀ ରଖିବା ପାଇଁ ବୈଜ୍ଞାନିକମାନେ ଏହି ଔଷଧ ଦେଇଥିଲେ । ଯେତେବେଳେ ମୂଷା ଉପରେ ଏହାର ପ୍ରଭାବ ପଡିବାରେ ଲାଗିଲା ସେତେବେଳେ ତାର ଚୁଟି ଓ ଆଖିରେ ଚମକ ଦେଖା ଦେଉଥିଲା । ଗବେଷଣାରେ ସାମିଲ ହୋଇଥିବା ଅନ୍ୟ ମୂଷାମାନେ ଅର୍ଥାତ ଯେଉଁମାନଙ୍କୁ ଆଣ୍ଟି ଏଜିଙ୍ଗ ମେଡିସିନ ଦିଆଯାଇନଥିଲା, ସେମାନଙ୍କ ପାଖରେ ବୟସର ପ୍ରଭାବ ସ୍ପଷ୍ଟ ଜଣା ପଡ଼ୁଥିଲା । ଏହି ଆଣ୍ଟି ଏଜିଙ୍ଗ ମେଡିସିନ ଦ୍ବାରା ମୂଷାର ଯୌବନ ୩୬ ପ୍ରତିଶତ ବଢିଥିବାର ଗବେଷକମାନେ ଜାଣିବାକୁ ପାଇଥିଲେ ।

ଅଧିକ ବୟସ ଯାଏ ବଞ୍ଚିବାକୁ ଚାହାନ୍ତିନି ଲୋକ

ଏହି ଅଧ୍ୟୟନ ରୋବର୍ଟ ଆଣ୍ଡ ଏର୍ଲିନ କୋଗାର୍ଡ ଅଫ ଏଜିଙ୍ଗର ନିର୍ଦେଶକ ଡା .ଜେମ୍ସ କିର୍କଲ୍ୟାଣ୍ଡ ରୋଚେଷ୍ଟର, ମିନେସୋଟା ମାୟୋ କ୍ଲିନିକରେ କରିଥିଲେ । ଡା. କିର୍କଲ୍ୟାଣ୍ଡଙ୍କ ମୁତାବକ ବହୁ ସଂଖ୍ୟକ ଲୋକ ୧୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହାନ୍ତିନି । କିନ୍ତୁ ୯୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ଜିଇବାରେ ଅସୁବିଧା ହୁଏ ନାହିଁ ଓ ଏହି ବୟସରେ ସେମାନେ ୬୦ ବର୍ଷ ବୟସ୍କ ଭଳି ଅନୁଭବ କରିବାକୁ ଚାହାନ୍ତି । ତେବେ ପଶୁମାନଙ୍କ ପାଖରେ ଏହା ସମ୍ଭବ ।

ରୋଗ ପାଇଁ ଚିନ୍ତିତ

ବୁଢା ବୟସରେ କ୍ୟାନସର ଆର୍ଥରାଇଟିସ ଓ ହୃଦରୋଗ ଭଳି ଅନେକ ରୋଗ ଶରୀରରେ ପ୍ରଭାବ ପାକାଇଥାଏ । ଡା. କିର୍କଲ୍ୟାଣ୍ଡଙ୍କ କହିବା କଥା ବୁଢା ବୟସର ଲୋକମାନେ ଅନେକ ସମସ୍ୟା ଭୋଗ କରନ୍ତି । ଏହା ପଛରେ କେବଳ ଗୋଟିଏ କାରଣ ହୋଇଥାଏ ବଢିଥିବା ବୟସ । ଏହି ଭଳି ତମାମ ରୋଗର ଉପଚାର କରିବା ବଦଳରେ ବୈଜ୍ଞାନିକମାନେ ବ୍ୟାପକ ସ୍ତରରେ ଏଭଳି ଔଷଧ ତିଆରି କରିବାରେ ଲାଗିଛନ୍ତି। ଯାହା ବୟସ ବଢିବା ଓ ରୋଗ ବଢିବା ପ୍ରକ୍ରିୟାକୁ ମନ୍ଥର କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.