Below header

ଗଣତନ୍ତ୍ର ମହାପର୍ବର ଦ୍ୱିତୀୟ ପର୍ଯ୍ୟାୟ ମତଦାନ , କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଭୋଟ

କେନ୍ୟୁଜ୍ : ଗଣତନ୍ତ୍ରର ମହାପର୍ବର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କିଛି ସମୟ ତଳେ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ବୁଥ ଆଗରେ ଭୋଟରମାନେ ଲାଇନ ଲଗାଇଛନ୍ତି । ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ । ମଇଦାନରେ ୩୫ ଜଣ ସାଂସଦ ପ୍ରାର୍ଥୀ ଓ ୨୪୪ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ୭୬ ଲକ୍ଷ ୯୩ ହଜାର ୧୨୩ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନରେ ୬୦ ହଜାରରୁ ଅଧିକ ପୋଲିଂ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଦ୍ୱିତୀୟ ପର‌୍ୟ୍ୟାୟରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ଭୋଟ ଗ୍ରହଣ ଚାଲିଛି । ଏହା ସହ ପ୍ରଥମ ପର‌୍ୟ୍ୟାୟରେ ଥିବା ୨ଟି ବୁଥ ବ୍ରହ୍ମପୁରର ସିଟି ହାଇସ୍କୁଲ ୬୩ ନଂ ବୁଥ୍‌ ଏବଂ ମାଲକାନଗିରି ଜିଲ୍ଲାର MPV-୬୫ ଗାଁ ବୁଥ୍‌ ନଂ ୨୫୪ରେ ମଧ୍ୟ ସାନି ମତଦାନ ହେଉଛି । ସମ୍ବେଦନଶୀଳ ୧୩ଟି ଆସନ ବାଲିଗୁଡ଼ା, ଫୁଲବାଣୀ, ଜି. ଉଦୟଗିରି, ବୌଦ୍ଧ, କଣ୍ଟାମଳ, ଦଶପଲ୍ଲା, ପଦ୍ମପୁର, ଭଟ୍ଟଲି, ବଣାଇ, ରଘୁନାଥପଲ୍ଲୀ, ପାଟଣାଗଡ଼, କଣ୍ଟାବାଞ୍ଜି, ଭଞ୍ଜନଗରରେ ସକାଳ ୭ଟାରୁ ଅପରାହ୍ନ ୪ଟାଯାଏ ହେବ ମତଦାନ । ଅନ୍ୟ ସ୍ଥାନରେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.