ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୯୫ଟି ଆସନରେ ଚାଲିଛି ମତଦାନ , ୧୬୪୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

କେନ୍ୟୁଜ୍ : ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ଆସନରେ ଆରମ୍ଭ ହୋଇଛି ମତଦାନ । ପୂର୍ବରୁ ୯୭ଟି ଲୋକସଭା ଆସନରେ ନିର୍ବାଚନ ପାଇଁ ସ୍ଥିର ହୋଇଥିବା ବେଳେ ତାମିଲନାଡୁର ଭେଲୋର ଆସନରେ ଟଙ୍କା ବଦଳରେ ଭୋଟ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି । ସେହିପରି ଆଇନ ଶୃଙ୍ଖଳା ପାଇଁ ତ୍ରିପୁରା ଇଷ୍ଟ ଆସନ ନିର୍ବାଚନକୁ ତୃତୀୟ ପର୍ଯ୍ୟାୟକୁ ଘୁଞ୍ଚାଇ ଦିଆଯାଇଛି । ତାମିଲନାଡୁର ୩୮ଟି, କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୦ଟି, ଉତ୍ତର ପ୍ରଦେଶର ୮ଟି, ଆସାମ, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ ଲୋକସଭା ଆସନରେ ଚାଲିଛି ମତଦାନ । ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି, ଜମ୍ମୁ କଶ୍ମୀରର ୨ଟି ଓ ମଣିପୁର ଏବଂ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ମୈଦାନରେ ୧୬୪୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏଚ୍‌. ଡି. ଦେବେଗୌଡ଼ା, ଫାରୁକ ଅବଦୁଲ୍ଲା ହେମା ମାଳିନୀ, କାନିମୋଇ, ରାଜ ବବ୍ଦର, ତାରିକ ଅନଓ୍ଵାର, ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଭଳି ହେଭିୱେଟଙ୍କ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭାଗ୍ୟ ପରୀକ୍ଷା ହେବ ।

 

 

Leave A Reply

Your email address will not be published.