ନାକ କ୍ୟାନସର ହେବା ପଛରେ ରହିଛି ଏହି କାରଣ, ସମୟ ପୂର୍ବରୁ ଧ୍ୟାନ ଦିଅନ୍ତୁ

କ୍ୟାନସରର ନାଁ ଶୁଣିଲେ ଆଜି ବି ଲୋକ ଡରିଯାନ୍ତି। ଜୀବନକୁ ନେଇ ମନରେ ଭୟ ସୃଷ୍ଟି ହୋଇଯାଏ। କ୍ୟାନସରର ଏଭଳି ଏକ ସମସ୍ୟା ଯାହା ଶରୀରର ଯେକୌଣସି ଅଙ୍ଗରେ ହୋଇଥାଏ। ତେବେ ସମୟ ଆରମ୍ଭରୁ ଏହା ସମ୍ପର୍କରେ ଜଣା ପଡେ ନାହିଁ। ଶୀତଦିନରେ ଖାସ କରି ନାକ ବନ୍ଦ ହୋଇଯାଏ । ସାଧାରଣ ଭାବେ ଏହି ସମସ୍ୟା ଦୁଇ ରୁ ଚାରି ଦିନ ମଧ୍ୟରେ ଦୂର ହୋଇଯାଏ।

କିନ୍ତୁ ଯଦି ଅଧିକ ସମୟ ନାକ ବନ୍ଦ ରୁହେ। ତେବେ ଏହା ପାଇଁ ବିପଦ ହୋଇପାରେ। ନାକ ପାଇଁ ସମସ୍ୟା ବଢ଼ିପାରେ। ଏକ୍ସପର୍ଟଙ୍କ ମୁତାବିକ ଏହି ଲକ୍ଷଣ ନାକ କ୍ୟାନସରର ହୋଇପାରେ। ଯାହାକୁ ମେଡିକାଲ ଟର୍ମ ଭାଷାରେ ନାସାଫାରେନଙ୍ଗଲ କ୍ୟାନସର କୁହାଯାଏ। ନାକରେ କ୍ୟାନସର ହେବା ଏକ ପ୍ରକାର ସାଇଲେଣ୍ଟ କିଲର ହୋଇଥାଏ। ଯାହା ପୂର୍ବରୁ ଜଣା ପଡିନଥାଏ। ଯେବେ ଏହା ଜଣା ପଡେ ସେବେ ବହୁତ ବିଳମ୍ବ ହୋଇଯାଏ। ମଣିଷର ଅବସ୍ଥା ସାଂଘାତିକ ହୋଇଯାଏ ।

କିନ୍ତୁ କିଛି ନିର୍ଦ୍ଦିଷ୍ଟ ଲକ୍ଷଣ ରହିଛି ଯାହାକୁ ଲକ୍ଷ୍ୟ କଲେ ଆପଣ ନାକକୁ ନେଇ ସମସ୍ୟା ଜାଣିପାରିବେ । ଯାହା ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ। ନାସାଫାରାଙ୍ଗଲ କ୍ୟାନସରରେ ନାସାଫିରିଙ୍ଗସ୍‌ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ। ଏହା ନାକ ପଛରେ ଥିବା ଗଳାର ଉପରୀ ଭାଗରେ ହୋଇଥାଏ। ବ୍ରିଟେନରେ ପ୍ରତିବର୍ଷ ୨୬୦ ଲୋକ ଏହି କ୍ୟାନସରରେ ପୀଡ଼ିତ ଥାନ୍ତି। ଅଧିକ ସମୟରେ ଲୋକ ଏହି ସମସ୍ୟାର ପ୍ରାରମ୍ଭିକ ସମସ୍ୟା ସମ୍ପର୍କରେ ଜାଣିପାରିନଥାନ୍ତି।
ତେବେ ଡାକ୍ତରଙ୍କମୁତାବିକ ଏହା ନାକ ବା ସାଇନସ୍‌ କ୍ୟାନସରଠୁ ପୂରା ଅଲଗା। ଏହା ଏକ ଦୁର୍ଲଭ କ୍ୟାନସର। ଯାହା ନାକ ଓ ସାଇନସ୍‌ ର ପଛ ଭାଗରେ ହୋଇଥାଏ। ରିସର୍ଚ୍ଚ ମୁତାବିକ ଏହି ସମସ୍ୟା ହେଉଛି ଏକ ବଡ଼ ଲକ୍ଷଣ।

ଏବେ ଜାଣନ୍ତୁ ଏହାର ଅନ୍ୟସବୁ ଲକ୍ଷର ସମ୍ପର୍କରେ..
-ବେକରେ ଯନ୍ତ୍ରଣା ଅନୁଭବ ହେବା। ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ଏହି ଯନ୍ତ୍ରଣାରୁ ମୁକ୍ତି ନପାଇବା।
-କୌଣସି ଗୋଟିଏ କାନରେ ଶୁଭିବା କ୍ଷମତା କମ ହେବା।
-ନାକ ବନ୍ଦ ହୋଇଯିବା।
-ନାକରୁ ରକ୍ତ ବାହାରିବା।
-ମୁଣ୍ଡ ବିନ୍ଧିବା
-ଦୃଷ୍ଟି ଶକ୍ତି କମିଯିବା।
-ମୁହଁର ତଳଭାଗରେ ଅନୁଭବ ନହେବା।
-ଖାଇବା ସମୟରେ ଅସୁବିଧା ହେବା
-କହିବା ସମୟରେ ସ୍ୱର ପରିବର୍ତ୍ତନ ହେବା।
-ଓଜନକମିଯିବା।

ତେବେ ବଂଶଗତ ଲକ୍ଷଣ ହେତୁ ମଧ୍ୟ ଏହି ସମସ୍ୟା ଦେଖାଯାଏ। ମହିଳା ପୁରୁଷଙ୍କ ମଧ୍ୟରେ ପୁରୁଷଙ୍କ ପାଖେ ଏହି ସମସ୍ୟା ଅଧିକ ଦେଖାଯାଏ। ମହିଳାମାନଙ୍କର ଆଷ୍ଟ୍ରୋଜେନର ହାଇଲେଭଲ କାରଣରୁ ଏହି ସମସ୍ୟା କମ ହୋଇଥାଏ। ତେଣୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ଚିକିତ୍ସା କରନ୍ତୁ। ଅବହେଳା କରନ୍ତୁ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.