ଟ୍ୟାନିଂ ଏବଂ ସ୍କିନକୁ ଉଜ୍ୱଳ କରିବା ପାଇଁ ଲଗାନ୍ତୁ ଅଟା ଫେସପ୍ୟାକ୍‌, ଏହି ପ୍ରକାରରେ କରନ୍ତୁ ପ୍ରସ୍ତୁତ

ସ୍କିନକୁ ସୁନ୍ଦର କରିବାକୁ ସବୁ ଯୁବତୀ ଏବଂ ମହିଳାଙ୍କ ଇଚ୍ଛା। ତେଣୁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀକୁ ସ୍କିନରେ ଆପଣମାନେ ବ୍ୟବହାର କରୁଛନ୍ତି। ସ୍କିନକୁ ପାମ୍ପର କରିବା ପାଇଁ କେବେ କେବେ ବେସନ ଆଉ କେବେ କେବେ କ୍ଷୀରର ବ୍ୟବହାର କରିଥାଉ। ଅନେକ ପ୍ରାକୃତିକ ଜିନିଷକୁ ଫେସ ପ୍ୟାକ୍‌ ଏବଂ ସ୍କ୍ରବ ଭାବେ ବ୍ୟବହାର କରିଥାଉ। କିନ୍ତୁ ଆପଣ ଗହମ ଅଟାକୁ କେବେ ସ୍କିନ କେୟାର ପାଇଁ ବ୍ୟବହାର କରିଛନ୍ତି କି।

ଗହମରେ ଅନେକ ପ୍ରକାର ଭିଟାମିନ ଏବଂ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ଯାହାକୁ ମୁହଁରେ ଲଗାଇବା ଦ୍ୱାରା ସ୍କିନ ସେଲ୍ସ ଜୀବିତ ହୋଇଥାଏ। ଏହାସହିତ ସ୍କିନର ରଙ୍ଗ ଏବଂ ଦାଗ ହଟାଇବାରେ ସାହାଯ୍ୟ କରିଥାଏ। ଗହମ ଅଟାରେ ଆପଣ ବିଭିନ୍ନ ପ୍ରକାର ପ୍ୟାକ୍‌ କରି ମୁହଁରେ ଲଗାଇପାରିବେ।

ଟ୍ୟାନିଂ ଏବଂ ଉଜ୍ୱଳ ପାଇଁ :

ଏହାକୁ ତିଆରି କରିବା ପାଇଁ ୪ରୁ ୫ ଚାମଚ ଅଟା ଏବଂ ପାଣି ଦରକାର। ଏହହାର ବ୍ୟବହାର କରିବା ଦ୍ୱାରା ସ୍କିନରୁ ଟ୍ୟାନିଂ ଦୂର ହୁଏ ଏବଂ ରଙ୍ଗରେ ଉଜ୍ୱଳତା ଆସିଥାଏ। ଏହା ସାହାଯ୍ୟରେ ଡେଡ ସ୍କିନ ମଧ୍ୟ ହଟାଇପାରିବେ। ଏହାକୁ ତିଆରି କରିବା ପାଇଁ ଅଟାରେ ପର୍ଯ୍ୟାପ୍ତ ପାଣି ଦେଇ ପେଷ୍ଟ ତିଆରି କରନ୍ତୁ। ଏହାର ଏକ ପତଳା ସ୍ତର ସ୍କିନରେ ଲଗାନ୍ତୁ। ଏହାକୁ ୫ ମିନିଟ ଲଗାଇବା ପରେ ପେଷ୍ଟକୁ ପୁଣିଥରେ ହାତରେ ନେଇ ମୁହଁରେ ଲଗାନ୍ତୁ। ଏହାକୁ ସର୍କୁଲାର ମୋସନରେ ମସାଜ କରନ୍ତୁ। ଭଲଭାବେ ମସାଜ କରିବା ପରେ ମୁହଁକୁ ଧୋଇଦିଅନ୍ତୁ। ଭଲ ରେଜଲ୍ଟ ପାଇଁ ସପ୍ତାହକୁ ଥରେ କିମ୍ବା ଦୁଇ ଥର ଏପରି କରନ୍ତୁ।

wheat flour
photo credit: Lifealth.com

ତେଲିଆ ତ୍ୱଚା ପାଇଁ :

ତେଲିଆ ତ୍ୱଚା ପାଇଁ ଆପଣ ଅଟା, କ୍ଷୀର, ଗୋଲାପ ଜଳ ଏବଂ ମହୁ। ଏହାକୁ ପ୍ୟାକ୍‌ ଭାବେ କରି କ୍ଷୀରରେ ଗୋଲାପ ଜଳ ଏବଂ ମହୁ ମିଶାନ୍ତୁ। ଏଥିରେ ଅଟା ମିଶାଇ ଗାଢା ପେଷ୍ଟ କରିଦିଅନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇଦିଅନ୍ତୁ। ଶୁଖିବା ପରେ ଏହାକୁ ଭଲଭାବେ ସଫା କରିଦିଅନ୍ତୁ।

ସ୍କିନକୁ ଶାନ୍ତ କରିବା ପାଇଁ ଅଟାରେ ମିଶାନ୍ତୁ ଫୁଲ :

ଗରମ ଦିନରେ ଝାଳ ବୋହିବା ପରେ ସ୍କିନରେ ଜଳାପୋଡା ଅନୁଭବ ହୋଇଥାଏ। ଏହାର ପ୍ରଭାବକୁ କମ୍‌ କରିବା ପାଇଁ ଆପଣ ଅଟାରେ ଅଳ୍ପ ଗୋଲାପ ଜଳ, ମହୁ, କ୍ଷୀର, ପାଣି, ଫୁଲର ଶୁଖିଲା ପାଖୁଡା ଏବଂ କମଳା ଚୋପା ମିଶାଇ ବ୍ୟବହାର କରିପାରିବେ। ଏହି ମିଶ୍ରଣକୁ ପେଷ୍ଟ କରି ମୁହଁରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାନ୍ତୁ। ଗୋଲାପ ଫୁଲ ପାଖୁଡା ଏବଂ କମଳା ଚୋପା ପାଣିରେ ଧୋଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.