ଏହି ୫ ରାଶିଙ୍କୁ ମୋତି ଧାରଣ ମନା, ପିନ୍ଧିଲେ ଜୀବନ ହୋଇଯିବ ବର୍ବାଦ୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୋତିର ସମ୍ବନ୍ଧ ଚନ୍ଦ୍ର ସହ ରହିଛି। ଚନ୍ଦ୍ରଙ୍କୁ ମନର କାରକ ଗ୍ରହ ବୋଲି କୁହାଯାଏ। ମାନସିକ ସମସ୍ୟା ଚନ୍ଦ୍ର ଗ୍ରହ ଖରାପ ହେବା ଦ୍ୱାରା ହୋଇଥାଏ। ସେଥିପାଇଁ ଚନ୍ଦ୍ରଙ୍କୁ ମଜବୁତ କରିବା ପାଇଁ ମୋତି ଧାରଣ କରିବାକୁ ପରାମର୍ଶ ଦିଆଯାଏ। ଜାତକର ଲଗ୍ନରେ ଯେଉଁ ଗ୍ରହ ରହିଥାନ୍ତି ତାଙ୍କ ହିସାବରେ ମୋତି ଧାରଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଲାଭ ମିଳିଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ମୁତାବକ ଏମିତି କିଛି ରାଶି ରହିଛି ଯେଉଁମାନଙ୍କୁ ମୋତି ଧାରଣ କରିବା ଅନୁଚିତ। ଆସନ୍ତୁ ଜାଣିବା ଏହାବିଷୟରେ।

ବୃଷ

ଏହି ରାଶିର ବ୍ୟକ୍ତି ଶୁକ୍ର ଗ୍ରହର ଅଧିପତି ହୋଇଥାନ୍ତି। ଏମିତିରେ ଏହି ରାଶିର ଜାତକଙ୍କୁ ମୋତି ଧାରଣ କରିବା ଅନୁଚିତ। ବୃଷ ରାଶିର ଲୋକ ଯଦି ମୋତି ପିନ୍ଧନ୍ତି ତାହେଲେ ସେମାନଙ୍କୁ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଏହାସହିତ ଅଯଥା ଖର୍ଚ୍ଚ ମଧ୍ୟ ବଢ଼ିବାକୁ ଲାଗିଥାଏ। ପରିବାର ସଦସ୍ୟଙ୍କ ସହିତ ମନାନ୍ତର ମତାନ୍ତର ବଢ଼ିଥାଏ।

ମିଥୁନ

ମିଥୁନ ରାଶିର ଅଧିପତି ହେଉଛନ୍ତି ବୁଧ ଗ୍ରହ। ଏମିତିରେ ଏହି ରାଶିର ଲୋକଙ୍କୁ ମୋତି ଧାରଣ କରିବା ଅନୁଚିତ। କାରଣ ମୋତି ଧାରଣ କରିବା ଦ୍ୱାରା ଜୀବନରେ ବହୁତ ବାଧା ବିଘ୍ନ ଲାଗିକି ରହିଥାଏ। ଏହାସହିତ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। ଏଥିପାଇଁ ଚିନ୍ତା ଓ ଅବସାଦ କାରଣରୁ ଶାନ୍ତି ମିଳିନଥାଏ।

ସିଂହ

ସୂର୍ଯ୍ୟଦେବ ହେଲେ ସିଂହ ରାଶିର ଅଧିପତି। ଏହି ରାଶିର ଜାତକଙ୍କୁ ମୋତି ପିନ୍ଧିବା ଉଚିତ ନୁହେଁ। କିଛି ସ୍ଥିତିରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ସମ୍ବନ୍ଧ ଭଲ ରହିନଥାଏ। ଏହି ରାଶିର ଲୋକ ଯଦି ମୋତି ଧାରଣ କରନ୍ତି ତାହେଲେ ଅଚାନକ ଖର୍ଚ୍ଚ ବଢ଼ିବାକୁ ଲାଗିଥାଏ।

ଧନୁ

ଧନୁ ରାଶିର ସ୍ୱାମୀ ହେଲେ ବୃହଷ୍ପତି। ବୃହଷ୍ପତି ଏବଂ ଚନ୍ଦ୍ରଙ୍କ ମଧ୍ୟରେ ଶତୃତା ଭାବ ରହିଥାଏ। ଏମିତିରେ ଏହି ରାଶିର ଲୋକଙ୍କୁ ମୋତି ପିନ୍ଧିବା ଅନୁଚିତ। ଧନୁ ରାଶିର ଜାତକ ମୋତି ପିନ୍ଧିବା ଦ୍ୱାରା ଦୁର୍ଘଟଣାର ସମ୍ଭାବନା ବଢ଼ିଥାଏ। ଏହାବ୍ୟତୀତ ଜୀବନରେ ଅନେକ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ।

କୁମ୍ଭ

କୁମ୍ଭ ରାଶି ଉପରେ ଶନି ଦେବଙ୍କ ଅଧିପତ୍ୟ ରହିଥାଏ। ଚନ୍ଦ୍ର ଏବଂ ଶନିଙ୍କ ସମ୍ବନ୍ଧ ଭଲ ରହିନଥାଏ। ଏମିତିରେ ଏହି ରାଶିର ଲୋକଙ୍କୁ ମୋତି ପିନ୍ଧିବା ଉଚିତ ନୁହେଁ। କୁହାଯାଏ ଯେ ଜାତକରେ ଶନି ଏବଂ ଚନ୍ଦ୍ରଙ୍କ କାରଣରୁ ବିଷ ଯୋଗ ରହିଥାଏ। ଏଥିପାଇଁ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ମୋତି ଧାରଣ କରିବା ଆଦୌ ବି ଉଚିତ ନୁହେଁ। କୁମ୍ଭ ରାଶିର ଲୋକ ଯଦି ମୋତି ଧାରଣ କରନ୍ତି ତାହେଲେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ସମସ୍ୟା ଆରମ୍ଭ ହୋଇଥାଏ।

ନୋଟ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ମାନ୍ୟତା ଏବଂ ବିବରଣୀ ଉପରେ ଆଧାରିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.