ସ୍ତ୍ରୀର ତଣ୍ଟି କାଟିଦେଲା ସ୍ୱାମୀ, କାରଣ ଜାଣିଲେ ହୋଇଯିବେ ହତବାକ୍

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ଥାନା ଚୈତନ୍ୟପୁର ଗାଁ ରେ ପାରିବାରିକ କଳହରୁ କରୁଣ ପରିଣତି ଦେଖିବାକୁ ମିଳିଛି, ସ୍ୱାମୀ ସ୍ତ୍ରୀ କୁ ନିର୍ମମ ଭାବେ ହତ୍ୟା କରି ମାରିଦେଇଥିବା ବେଳେ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ ଆକ୍ରମଣ କରିବା ଫଳରେ ସ୍ୱାମୀ କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କୁ ଚିକିତ୍ସା ପାଇଁ ପଠାଯାଇଛି । ଗାଁ ର ହିରଣ୍ୟ ସେଠି ଙ୍କ ପରିବାରରେ କିଛି ଦିନ ହେଲା ଅଶାନ୍ତି ଲାଗିରହିଥିଲା ।

ତେବେ ଗତକାଲି ରାତିରେ କୌଣସି କାରଣ କୁ ଝଗଡା ହୋଇଥିଲା ହିରଣ୍ୟ ସ୍ତ୍ରୀ ଝୁନୁ ର ତଣ୍ଟି କାଟିଦେଇଥିବା ଅନୁମାନ କରାଯାଉଛି, ରକ୍ତାକ୍ତ ଅବସ୍ଥାରେ ଝୁନୁ ର ମୃତଦେହ ଘର ଭିତରେ ପଡ଼ିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଗାଁ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ମର୍ଡର ର କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.