ହାତରେ ଥିଲେ ଏମିତି ରେଖା, ବ୍ୟବସାୟରେ କମାଇବେ ଖୁବ ଧନ,ଆପଣଙ୍କ ହାତରେ ନାହିଁ ତ !

ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ ।
ସେହିପରି ବ୍ୟକ୍ତିଙ୍କ ହାତରେ ତର୍ଜ୍ଜନୀ ଆଙ୍ଗୁଳିର ନିମ୍ନ ଭାଗ(ଗୁରୁ ପର୍ବତ) ଠାରୁ ଯେଉଁ ଗଭୀର ରେଖା ବାହାରିଥାଏ ଓ ଏହା ବୃଦ୍ଧ ଆଙ୍ଗୁଳି ତଳ ଘେରିବା ସହ ମଣବନ୍ଧକୁ ଛୁଇଁଥିଲେ ଏହାକୁ ଜୀବନ ରେଖା କୁହାଯାଏ । ମାନ୍ୟତା ଯେ ଯଦି ଏହି ରେଖା ଠିକ ଗୋଲେଇ ହୋଇଥିବ ଓ ଏଥିସହ ମସ୍ତିସ୍କ ରେଖା ଦୁଇ ଭାଗରେ ବିଭାଜିତ ହୋଇଥିବ ଓ ବ୍ୟକ୍ତିର ହାତରେ ତ୍ରିକୋଣ ଚିହ୍ନ ଥିବ । ଏହି ତିନି ଲକ୍ଷଣ ବହୁତ ଶୁଭ ହୋଇଥାଏ । ଏମିତି ବ୍ୟକ୍ତିଙ୍କ ଜୀବନରେ ସମୟ ସମୟରେ ଅଚାନକ ଧନ ପ୍ରାପ୍ତି ହୋଇଥାଏ । ଏହି ଲୋକ ସୁଖ ଓ ସୁବିଧାପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି ।