କୋରାପୁଟ: ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ମାଟି ଧସି ୨ ମୃତ

କୋରାପୁଟ(କେନ୍ୟୁଜ୍):ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ମାଟି ଧସି ୨ ମୃତ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଅଭାବନୀୟ ଘଟଣା। ହଳଦୀକୁଣ୍ଡ ପଞ୍ଚାୟତର ଅଟଳଗୁଡା ନିକଟରେ ୨ଜଣ ନଦୀକୁ ଯାଇଥିବା ବେଳେ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ଏକ ଗୁମ୍ପାକୁ ଆଶ୍ରୟ ନେବାକୁ ଯାଇଥିବାବେଳେ ୨ଜଣକ ଉପରେ ମାଟି ଧସିଥିଲା।

ମାଟିରେ ପୋତି ହୋଇ ୨ଜଣଙ୍କ ମୃତ୍ୟୁ ଘଟିଛି। ରାମଗିରି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୈପାରିଗୁଡା ଡାକ୍ତରଖାନାକୁ ପଠାଯାଇଛି। ମୃତକ ପରିବାରକୁ ଜିଲ୍ଲା ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।

 

You might also like