ଆରମ୍ଭ ହୋଇଯିବ ଖରାପ ସମୟ ! ଯଦି ଘରେ ଲଗାଇବେ ଏହି ସବୁ ଫଟୋ

ଅନେକ ସମୟରେ ଲୋକ ନିଜ ଘରର ଶୋଭା ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ସଜ୍ଜାସଜ୍ଜି ଜିନିଷ ରଖିଥାନ୍ତି। କିନ୍ତୁ ଏହି ସମୟରେ ଲୋକ ଏପରି କିଛି ଭୁଲ କରିଥାନ୍ତି ଯାହା ଫଳରେ ତାଙ୍କୁ ପଛରେ ପଶ୍ଚ୍ୟାତାପ କରିବାକୁ ପଡ଼ିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଲଗାଇଥିବା କିଛି ଫଟୋ ଘରେ ଅସୁବିଧାର କାରଣ ପାଲଟିଥାଏ। ଆସନ୍ତୁ ଜଣିବା କେଉଁ ଫଟୋ ଘରେ ରଖିବା ହୋଇଥାଏ ଅଶୁଭ।
କେବେ ମଧ୍ୟ ଘରେ ଭୁଲରେ ମହାଭାରତ ଯୁଦ୍ଧର ଫଟୋ ରଖନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହି ଫଟୋ ଘରେ ରହିବା ଦ୍ବାରା ପରିବାର ମଧ୍ୟରେ ବିବାଦ ଏବଂ ଅସୁବିଧା ଆଦି ଆରମ୍ଭ ହୋଇଥାଏ।

ଘରେ କେବେ ମଧ୍ୟ ହିଂସକ ଜନ୍ତୁ ମାନଙ୍କର ଫଟୋ କାନ୍ଥରେ ଲଗାଇବା ଉଚିତ ନୁହଁ। ଏହା ଦ୍ବାରା ପାରିବାରିକ କଳହ ବଢ଼ିଥାଏ।
କେବେ ମଧ୍ୟ ଘରେ ବୁଡ଼ୁଥିବା ଡ଼ଙ୍ଗାର ଫଟୋ ରଖନ୍ତୁ ନାହିଁ। ଏହା ଅଶୁଭ ସଂଙ୍କେତ ହୋଇଥିବା ବେଳେ ଜୀବନରେ କଳହ ଏବଂ ସମସ୍ୟା ବଢ଼ିଥାଏ।

ପ୍ରାୟତଃ ଘରେ ପ୍ରେମର ପ୍ରତିକ ଭାବେ ତାଜମହଲର ଫଟୋ ରଖିଥାନ୍ତି। କିନ୍ତୁ ଘରେ କେବେ ମଧ୍ୟ ସମାଧିର ଫଟୋ ରଖନ୍ତୁ ନାହିଁ। ଏହା ଦ୍ବାରା ଘରେ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ।

ଶାସ୍ତ୍ର ଅନୁଯାୟୀ ଘରେ ଝରୁଥିବା ପାଣିର ଫଟୋ ରଖିବା ମାତ୍ରେ ଅଯଥା ଖର୍ଚ୍ଚ ବଢ଼ିଥାଏ। ଏଣୁ ସାଧାରଣତଃ ଘରେ କୌଣସି ସ୍ଥାନରେ ପାଣି ଝରୁଥିବା ଦେଖିବାକୁ ମିଳିଥିଲେ ଘରେ ଖର୍ଚ୍ଚ ଅଧିକ ମାତ୍ରାରେ ବଢ଼ିଥାଏ।

ସାଧାରଣତଃ ଲୋକ ଘରେ ଧାମିର୍କ ଆସ୍ଥା ବଢ଼ାଇବା ପାଇଁ ଠାକୁରଙ୍କ ଫଟୋ ଲଗାଇଥାନ୍ତି। କିନ୍ତୁ ବାସ୍ତବରେ ଏହା ଦ୍ବାରା ଘରେ ନକାରତ୍ମକ ଭାବନା ବଢ଼ିଥାଏ। ଏଥିସହ ଅସ୍ଥ ହେଉଥିବା ସୂର୍ୟ୍ୟଙ୍କର ଫଟୋ ରଖିବା ଉଚିତ୍ ନୁହଁ। ଏହାକୁ ଅଶୁଭ କୁହାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.