ନବରାତ୍ରିରେ ଘରେ ବନାଇ ଖାଆନ୍ତୁ ଓ ଖୁଆନ୍ତୁ ଟେଷ୍ଟି “ଲାଉ ଖିରି”

ଆପଣ ନିଶ୍ଚିତ ରୂପେ ଚାଉଳ ଖିରି, ସିମେଇ ଖିରି, ଗାଜର ଖିରି ଖାଇଥିବେ ଓ ଚାଖିଥିବେ । ଖାଲି ସେତିକି ନୁହେଁ ଏହା ବ୍ୟତୀତ ବି ଅନେକ ପ୍ରକାରର କ୍ଷୀରି ଖାଇଥିବେ । କିନ୍ତୁ କେବେ ଲାଉ ଖିରି ଚାଖିଛନ୍ତିକି । ତେବେ ନବରାତ୍ରି ଅବସରରେ ଆଜି ଘରେ ଲାଉ ଖିରି ପ୍ରସ୍ତୁତ କରନ୍ତୁ ଆଉ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ । ପ୍ରଥମେ ଲେଖି ରଖନ୍ତୁ । ଆଉ ଏହାର ଆଉ ଏକ ବିଶେଷତ୍ୱ ହେଉଛିକି ବ୍ରତ ଓପାସ ଦିନ ଆପଣ ଏହାକୁ ଖାଇପାରିବେ । ଏହାକୁ ଖାଇଲେ ଆପଣଙ୍କର ପେଟ ବି ଖରାପ ହେବ ନାହିଁ । ତେବେ ପ୍ରଥମେ ଲେଖି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ।

ଗୋଟେ କପ ଲାଉ

୨କପ କ୍ଷୀର

ଅଧା କପ ଚିନି

ଅଧା ଚାମଚ ଗୁଜୁରାତି ଗୁଣ୍ଡ

lauki kheer

ଗୋଟେ ଚାମଚ ଡ୍ରାଏ ଫ୍ରୁଟସ

ଗୋଟେ ଚାମଚ କିସମିସ

ପ୍ରସ୍ତୁତି ପ୍ରଣାଳୀ:

କ୍ଷୀରି କରିବା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଏକ ଭଲ, ଫ୍ରେସ ଲାଉ ବାଛି ଦିଅନ୍ତୁ । ଏହା ମଧ୍ୟମ ଆକାରର ହେବା ଆବଶ୍ୟକ । ଏବେ ଲାଉର ଚୋପା ଛଡ଼ାଇ କୋରି ଦିଅନ୍ତୁ । ଧ୍ୟାନରେ ରଖିବେ ଲାଉର କେବଳ ସବୁଜ ଅଂଶ ଟିକୁ ହିଁ କୋରିବେ । ଧଳା ଅଂଶର ବ୍ୟବହାର କଲେ କ୍ଷିରୀର ରଙ୍ଗ ହାଲୁକା ସବୁଜ ରଙ୍ଗ ହେବାର ଆଶଙ୍କା ରହିଛି । ଚାହିଁଲେ ଏହି ଧଳା ଅଂଶକୁ ନଷ୍ଟ ନକରି ଅନ୍ୟ କୌଣସି ତରକାରୀରେ ବ୍ୟବହାର କରିପାରିବେ । ଏବେ ଅନ୍ୟ ଏକ ପାତ୍ରକୁ ଚୁଲିରେ ବସେଇ କିଛି ଘିଅ ଦିଅନ୍ତୁ ଆଉ ସେଥିରେ କୋରା ଯାଇଥିବା ଲାଉକୁ ପକେଇ ଭାଜନ୍ତୁ । ଧ୍ୟାନରେ ରଖିବେ ଚିପୁଡ଼ିକି ପାଣି ବାହାର କରିବେ ନାହିଁ । ଚୁଲୀର ଆଞ୍ଚକୁ ମଧ୍ୟମ
ସ୍ଥିତିରେ ରଖି ପାଣି ମରିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଅଧିକ ମାଟିଆ ରଙ୍ଗ ଯେମିତି ନହୁଏ ଧ୍ୟାନ ଦେବେ । ଲାଉ ଭାଜି ହୋଇ ଆସିଲେ ଆଞ୍ଚ କମେଇ ସେଥିରେ କ୍ଷୀର ଦିଅନ୍ତୁ । କ୍ଷୀର ଭଲ ରୂପରେ ମରି ବହଳିଆ ହେବା ଯାଏଁ ଚୁଲିରେ ବସାନ୍ତୁ । ଏବେ ଏଥିରେ ଚିନି, କିସମିସ, ଗୁଜୁରାତି ଗୁଣ୍ଡ ଦିଅନ୍ତୁ । ଧୀରେ ଧୀରେ ଘାଣ୍ଟନ୍ତୁ । ପ୍ରସ୍ତୁତ ହୋଇଗଲା ପରେ କଡେଇକୁ ଓଲ୍ହାଇ ଦିଅନ୍ତୁ ଆଉ ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏବେ ଖିରିକୁ ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ । ଏବେ ବିଭିନ୍ନ ପ୍ରକାର ଡ୍ରାଏ ୱାଟ୍ସ ଦେଇ ଖିରିକୁ ସଜାନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.