Below header

ବଜାରକୁ ନ ଯାଇ ଘରେ ପ୍ରସ୍ତୁତ କରି “ମିଲ୍କ କେକ”ର ମଜା ନିଅନ୍ତୁ

ଛୋଟ ରୁ ବଡ ସମସ୍ତେ “ମିଲ୍କ କେକ”  ଖାଇବାକୁ ଖୁବ ପସନ୍ଦ କରନ୍ତି । ମିଠା ଭିତରେ ମିଲ୍କ କେକକୁ ରାଜା ଭାବରେ ଦେଖାଯାଏ । ସାଧାରଣତଃ ଆମ ମଧ୍ୟରୁ ଅନେକେ ବଜାରରୁ କିଣି ହିଁ ଏହି ମିଠାରେ ମଜା ନେଇଥାନ୍ତି । କିନ୍ତୁ ଜାଣନ୍ତିକି ଏହି ସ୍ୱାଦିଷ୍ଟ ବ୍ୟଞ୍ଜନଟିକୁ ଆପଣ ଘରେ ପ୍ରସ୍ତୁତ କରି ଖାଇପାରିବେ । ଆଉ ଏହି ଡ଼ିସ ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ବେଶୀ ସମୟ ଲାଗିବନିକି କି ଅଧିକ ପ୍ରକାର ଜିନିଷର ଆବଶ୍ୟକତା ମଧ୍ୟ ନାହିଁ

ତେବେ ଜାଣିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– ଫ୍ୟାଟି ମିଲ୍କ- 2 ଲିଟର

– ଲେମ୍ବୁ ରସ

– ଚିନି

– ଦେଶୀ ଘିଅ

– ଗୁଜୁରାତି ପାଉଡର

ପ୍ରଥମେ ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ । କ୍ଷୀର ମରି ଅଧା ହେବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ । ଛିଡ଼ିବା ପାଇଁ 2 ଚାମଚ ଲେମ୍ବୁ ରସ ପକାନ୍ତୁ । ଏବେ କ୍ଷୀରରେ ଚିନି ପକାନ୍ତୁ । ଧୀରେ ଧୀରେ କ୍ଷୀରକୁ ଘାଣ୍ଟନ୍ତୁ । କ୍ଷୀର ଗାଢ଼ ହେବା ପରେ ଛୋଟ ଚାମଚ ଦେଶୀ ଘିଅ ଦିଅନ୍ତୁ | ନିଆଯ ଗ୍ୟାସର ଆଁଚକୁ ବି କମାଇ ଦିଅନ୍ତୁ ।
କ୍ଷୀର ରଙ୍ଗ ବ୍ରାଉନ ହେବା ପର୍ଯ୍ୟନ୍ତ ହାଲୁକା ଆଞ୍ଚରେ ବସାନ୍ତୁ । ଏବେ ଏହି କେକ ବସାଇବା ପାଇଁ ଏକ ପତଳା ପାତ୍ର ଯୋଗାଡ କରନ୍ତୁ । ଏଥିରେ ବି ଦେଶୀ ଘିଅ ଲଗାନ୍ତୁ । ଏବେ ପ୍ରସ୍ତୁତ ହୋଇଥିବା ମିଲ୍କ କେକ ଧୀରେ ଧୀରେ ପତଳା କରି ଢଳାନ୍ତୁ । ଆପଣଙ୍କ ମିଲ୍କ କେକ ବସିବା ପାଇଁ ନିହାତି 6 ଘଣ୍ଟା ପାଇଁ ଛାଡି ଦିଅନ୍ତୁ । କିନ୍ତୁ ଫ୍ରିଜରେ ରଖିବେ ନାହିଁ । 6 ରୁ 7 ଘଣ୍ଟା ପରେ ନିଜ କେକକୁ ଧୀରେ ଧୀରେ କାଟନ୍ତୁ । ଏବେ ସ୍ୱାଦିଷ୍ଟ ମିଳକ କେକର ମଜା ନିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.