ଏ ଜନ୍ମରେ ଆଉ ବାହା ହୋଇପାରିବେନି ସଲମାନ୍ ଖାନ୍! ଜ୍ୟୋତିଷ କହିଲେ ଏବେ ଆଉ କିଛି ଚାନ୍ସ ନାହିଁ

ଆରମ୍ଭ ହୋଇଛି ଟେଲିଭିଜନର ସବୁଠୁ ଚର୍ଚ୍ଚିତ ଶୋ’ ବିଗ୍ବସ ୧୪। ଶୋ’ର ପ୍ରିମିୟର ଶନିବାର ଅନୁଷ୍ଠିତ ହୋଇଯାଇଛି। ଶୋ’ର ପ୍ରିମିୟରରେ ସଳମାନ ଖାନ୍ ଖୁବ୍ ମସ୍ତି କରିଛନ୍ତି। ଏ ଅବସରରେ ଜଣେ ଜ୍ୟୋତିଷ ଆସିଥିଲେ। ତାଙ୍କୁ ସଲମାନ ନିଜ ବିବାହ ବିଷୟରେ ପ୍ରଶ୍ନ କରିଥିଲେ।
ସଲମାନ ଜ୍ୟୋତିଷଙ୍କୁ ପଚାରିଥିଲେ ତାଙ୍କ ବିବାହ କେବେ ହେବ। ଏହାର ଉତ୍ତରରେ ଜ୍ୟୋତିଷ କହିଥିଲେ ଏବେ କୌଣସି ସମ୍ଭାବନା ନାହିଁ। ଏହା ପରେ ସଲମାନ ତାଙ୍କୁ ମନେ ପକାଇ ଦେଇ କହିଥିଲେ ୬ ବର୍ଷ ତଳେ ଆପଣ କହିଥିଲେ ମୋ ବିବାହ ହେବ କିନ୍ତୁ ଏବେ ଯାଏଁ ହେଲାନି। ଆଗକୁ କିଛି ଚାନ୍ସ ଅଛି କି? ଏହାର ଉତ୍ତରରେ ଜ୍ୟୋତିଷ କହୁଛନ୍ତି ନା ନା କିଛି ଚାନ୍ସ ନାହିଁ। ଜ୍ୟୋତିଷଙ୍କ କଥା ଶୁଣି ସଲମାନ ଜୋରରେ ହସି ହସି କହୁଛନ୍ତି ଆରେ ବାଃ ବାହାଘରର ଚାନ୍ସ ହିଁ ନାହିଁ।
ସୂଚନାଯୋଗ୍ୟ ଯେ ଶନିବାର ଠାରୁ କଲର୍ସରେ ଆରମ୍ଭ ହୋଇଛି ବିଗ୍ବସ୍ ୧୪। ଚଳିତଥର ପ୍ରତିଯୋଗୀଭାବେ ଘରେ ପ୍ରବେଶ କରିଛନ୍ତି ଏଜାଜ୍ ଖାନ୍, ନିକ୍କି ତମ୍ବୋଲୀ, ଜସ୍ମିନ୍ ଭସିନ୍ ପ୍ରମୁଖ କଳାକାର। ଆଜି ଘରେ ରାଧେ ମା’ଙ୍କ ଏଣ୍ଟ୍ରି ହୋଇପାରେ।