Facebook ରେ ଆପେ ଆପେ ଭିଡିଓ ପ୍ଲେ ହୋଇ ଡାଟା ସରୁଛି କି! ଏମିତି ଅଫ୍ କରନ୍ତୁ ଅଟୋପ୍ଲେ ଫିଚର

ଫେସ୍ବୁକ୍ ବ୍ୟବହାର କରିବା ବେଳେ ନ୍ୟୁଜ୍ ଫିଡ୍ରେ ଆସୁଥିବା ସବୁ ଭିଡିଓ ଆପେ ଆପେ ଚାଲିବାକୁ ଲାଗିଥାଏ। ୟୁଜର୍ସଙ୍କୁ ଏକ ଭଲ ଏକ୍ସପେରିଏନ୍ସ ଦେବା ପାଇଁ କମ୍ପାନୀ ତରଫରୁ ଏଭଳି ଫିଚର ଲଞ୍ଚ୍ କରାଯାଇଥିବା କୁହାଯାଉଛି। କିନ୍ତୁ ସବୁ ୟୁଜର ଫେସ୍ବୁକର ଏହି ଫିଚରକୁ ପସନ୍ଦ କରିନଥାନ୍ତି। କାରଣ ଏହା ଦ୍ୱାରା ଅତିରିକ୍ତ ଡାଟା ଖର୍ଚ୍ଚ ହୋଇଥାଏ। ବେଳେବେଳେ କିଛି ଏଭଳି ଭିଡିଓ ପ୍ଲେ ହୋଇଯାଏ ଯାହାକୁ ୟୁଜର ଦେଖିବାକୁ ପସନ୍ଦ କରନ୍ତି ନାହିଁ। ଯଦି ଆପଣ ବି ଏହି ଅଟୋ ପ୍ଲେ ଫିଚର ଯୋଗୁ ଟେନ୍ସନ୍ରେ ଅଛନ୍ତି ତେବେ ଆଜି ଆମେ ଆପଣଙ୍କୁ କେତେକ ସହଜ ଟିପ୍ସ କହିବୁ ଯାହା ସାହାଯ୍ୟରେ ଆପଣ ଅଟୋପ୍ଲେ ବନ୍ଦ କରିପାରିବେ…
ଫେସ୍ବୁକ୍ ୱେବ୍ସାଇଟ୍ରେ ଏମିତି ବନ୍ଦ କରନ୍ତୁ ଅଟୋ ପ୍ଲେ:
ପ୍ରଥମେ ପେଜ୍ର ଡାହାଣ ପଟ ଉପରେ ଥିବା ଡ୍ରପ ଡାଉନ୍ ମେନ୍ୟୁକୁ କ୍ଲିକ୍ କରନ୍ତୁ।
ଏବେ ସେଟିଂ ଆଣ୍ଡ ପ୍ରାଇଭେସୀ ଉପରେ କ୍ଲିକ୍ କରନ୍ତୁ ଓ ସେଟିଂ ସିଲେକ୍ଟ କରନ୍ତୁ।
ଏହା ପରେ ବାମ ପଟ ମେନ୍ୟୁକୁ ଯାଇ ଭିଡିଓ ଉପରେ କ୍ଲିକ୍ କରନ୍ତୁ।
ଏଠାରେ ଅଟୋପ୍ଲେ ଅଫ୍ କରିବାକୁ ଅପସନ୍ ଥିବ, ଏହାକୁ ବନ୍ଦ କରିଦିଅନ୍ତୁ।
ଆଣ୍ଡ୍ରଏଡ୍ ଆପ୍ରେ ଏମିତି ବନ୍ଦ କରନ୍ତୁ ଅଟୋ ପ୍ଲେ:
ଫେସ୍ବୁକ୍ ଆପ୍ରେ ସ୍କ୍ରିନ୍ ଟପ୍ ରାଇଟ୍ରେ ଥିବା ମେନ୍ୟୁ ବଟନ୍ ଉପରେ କ୍ଲିକ୍ କରନ୍ତୁ।
ଏହା ପରେ ସେଟିଂ ଆଣ୍ଡ ପ୍ରାଇଭେସୀ ଅପସନ୍ ଉପରେ କ୍ଲିକ୍ କରନ୍ତୁ।
ସ୍କ୍ରଲ ଡାଉନ୍ କରିବା ପରେ ମିଡିଆ ଆଣ୍ଡ କଣ୍ଟାକ୍ଟସ୍ ଉପରେ ଟ୍ୟାପ୍ କରନ୍ତୁ।
ଏହା ପରେ Autoplay ଉପରେ ଟ୍ୟାପ୍ କରି Never Autoplay videos କୁ ସିଲେକ୍ଟ କରନ୍ତୁ।