Below header

କେବେ ଖାଇଛନ୍ତି କି ‘ଘିକୁଆଁରୀ ଲଡୁ’, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣ ତ ବିଭିନ୍ନ ପ୍ରକାର ଲଡୁ ପ୍ରସ୍ତୁତ କରିଥିବେ ଆଉ ଖାଇଥିବେ। ଅଟା ଲଡୁ, ବେସନ ଲଡୁ, ସୁଜି ଲଡୁ ଇତ୍ୟାଦି। କିନ୍ତୁ କେବେ କ’ଣ ଘିକୁଆଁରୀରେ ଲଡୁ ପ୍ରସ୍ତୁତ କରି ଖାଇଛନ୍ତି କି ? ଯାହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଯାହା ଶରୀରକୁ ପୌଷ୍ଟିକ ତତ୍ତ୍ୱ ସହ ଶକ୍ତିବର୍ଦ୍ଧକ କରିଥାଏ। ଘିକୁଆଁରୀ ଖାଇବା ଶରୀର ପକ୍ଷେ ହିତକର।ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏଥିରେ ଲଡୁ।

ଆବଶ୍ୟକ ସାମଗ୍ରୀ :

ଘିକୁଆଁରୀ (ଆଲୋଭେରା)

ଦେଶୀ ଘିଅ : ୫୦୦ ଗ୍ରାମ

ମଇଦା : ୨୫୦ ଗ୍ରାମ

ଚିନି : ୫୦୦ ଗ୍ରାମ

ladoo 1

ପ୍ରସ୍ତୁତି ପ୍ରଣାଳୀ :

ଆଲୋଭେରାକୁ ଭଲଭାବେ ଧୋଇ ଏହାର ଜେଲକୁ ବାହାର କରିଦିଅନ୍ତୁ। ଏହାକୁ ଭଲଭାବେ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏକ କଡେଇରେ ଘିଅ ଗରମ କରି ସେଥିରେ ଆଲୋଭେରା ଜେଲକୁ ପକାଇ ଦିଅନ୍ତୁ। ଏହା ଅଳ୍ପ ଆଞ୍ଚରେ କିଛି ସମୟ ହୋଇଗଲା ପରେ ମଇଦା ଏବଂ ଚିନି ପକାଇ ଧୀରେ ଧୀରେ ଘାଣ୍ଟନ୍ତୁ। ଏବେ ଏହା ଲଡୁ ପ୍ରସ୍ତୁତ କରିବା ଭଳି ସ୍ଥିତିକୁ ଆସିଗଲେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏବେ ଏହାକୁ ନେଇ ହାତରେ ଟିକେ ଘିଅ ଲଗାଇ ଲଡୁ ଆକାର ଦେଇଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଘିକୁଆଁରୀ ଲଡୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.