Below header

୫ଜି ପରେ ଏବେ ୬ଜି ଟେକ୍ନୋଲୋଜି ଉପରେ କାମ ଆରମ୍ଭ କଲା ଏହି ଦେଶ, ୧୦୦୦ ଗୁଣା ଅଧିକ ସ୍ପୀଡ୍‌ରେ ସେବା ପାଇବେ ଗ୍ରାହକ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏବେ ସୁଦ୍ଧା ୫ଜି ସେବା ଆରମ୍ଭ ହୋଇନାହିଁ। କିନ୍ତୁ ସେପଟେ ଚୀନ ଆଉ ପାଦେ ଆଗେଇ ଯାଇ ୬ଜି ସେବା ଉପରେ କାମ କରିବା ଆରମ୍ଭ କରିଦେଇଛି। ଗତ ସପ୍ତାହରେ ରାଜଧାନୀ ବେଜିଂ ସହ ଦେଶର ୫୦ରୁ ଅଧିକ ସହରରେ ଚୀନ ୫ଜି ସେବା ଆରମ୍ଭ କରିଥିଲା। ପ୍ରଥମ ଦିନରୁ ହିଁ ଏହା ଲକ୍ଷ ଲକ୍ଷ ଗ୍ରାହକ ସୃଷ୍ଟି କରି ଏକ ରେକର୍ଡ ବନାଇ ଦେଇଛି। କୁହାଯାଉଛି, ମୋବାଇଲ୍‌ ଇଣ୍ଟରନେଟ୍‌ର ଏହି ଜେନେରେଶନରେ ୪ଜି ତୁଳନାରେ ପାଖାପାଖି ୧୦୦୦ ଗୁଣା ଅଧିକ ସ୍ପୀଡ୍‌ରେ ସେବା ମିଳିପାରିବ।

ଏହାସହ ପଢ଼ନ୍ତୁ: ଯାନ୍ତ୍ରିକ ତ୍ରୁଟି ପାଇଁ ଏବେ ଲାଗୁ ହୋଇପାରିବ ନାହିଁ ମୋବାଇଲ ନମ୍ବର ପୋର୍ଟେବିଲିଟିର ନୂଆ ନିୟମ

5

୫ଜି ମାଇଲ୍‌ଷ୍ଟୋନ୍‌ ହାସଲ କରିବା ପରେ ଚୀନ ୬ଜି ଟେକ୍ନୋଲୋଜିକୁ ବିକଶିତ କରିବା ପଥରେ ଆଗେଇ ଚାଲିଛି। ବେଜିଂରେ ୬ଜିର ଲଞ୍ଚ୍‌ ସେରିମନି ଅନୁଷ୍ଠିତ ହୋଇଯାଇଛି। ଚୀନ ସରକାର ଏହି ପ୍ରୋଜେକ୍ଟ ପାଇଁ ୟୁନିଭର୍ସିଟି ଏବଂ ବିଭିନ୍ନ ସ୍ଥାନରୁ ୩୭ ଏକ୍ସପର୍ଟଙ୍କୁ କାମରେ ଲଗାଇଛନ୍ତି, ଯେଉଁମାନେ ଆଗାମୀ ପିଢ଼ି ପାଇଁ ଇଣ୍ଟରନେଟ୍‌ କନେକ୍ସନ ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି।

ଏହାସହ ପଢ଼ନ୍ତୁ: ପ୍ରଦୂଷଣରୁ ବଞ୍ଚାଇବ ହେଲ୍‌ମେଟ, ଏୟାର୍‌ ପ୍ୟୁରିଫାୟର ଭଳି କରିବ କାମ

ଅପରପକ୍ଷେ ସୁପରଫାଷ୍ଟ ୫ଜି ସର୍ଭିସ୍‌ ସଙ୍ଘାଇ ହଙ୍ଗ୍‌କିଓ ରେଲେଓ୍ଵ ଷ୍ଟେଶନରେ ଲଗାଯାଇଛି, ଯାହା ଏସିଆର ସବୁଠାରୁ ବ୍ୟସ୍ତ ଟ୍ରାଫିକ୍‌ ହବ୍‌ ଅଟେ। ଏଠାରେ ପ୍ରତିବର୍ଷ ୬ କୋଟି ଯାତ୍ରୀ ଯିବାଆସିବା କରିଥାଆନ୍ତି। ଷ୍ଟେଶନକୁ ଆସୁଥିବା ଯାତ୍ରୀ ୨ଜିବିର ହାଇ-ଡେଫିନେଶନ ଫିଲ୍ମକୁ ୨୦ ସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ମଧ୍ୟ ଡାଉନ୍‌ଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.