Below header

ଶୀତଦିନେ ଘରେ ବନାନ୍ତୁ ପ୍ରୋଟିନ୍‌ ଓ ଫାଇବରଯୁକ୍ତ ଏହି ହେଲ୍‌ଦି ସାଲାଡ୍‌

ଆମେ ଘରେ ପ୍ରାୟତଃ ସାଲାଡ୍‌ ଖାଇଥାଉ। ସାଧାରଣ ଭାବେ ସାଲାଡ୍‌ରେ ଆମେ କାକୁଡ଼ି, ପିଆଜ, ଲଙ୍କା, ଦହି ଆଦି ବ୍ୟବହାର କରିଥାଉ। କିନ୍ତୁ ବର୍ତ୍ତର୍ମାନ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଆମିଷ ସାଲାଡ୍‌ ଖାଇବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି। ଆମିଷ ସାଲାଡ୍‌ରେ ସବୁ ଜିନିଷ ସିଝାଯାଇ ବ୍ୟବହାର କରାଯାଏ। ଯଥା: ଅଣ୍ଡା ସିଝା, ଚିକେନ୍‌ ସିଝା ଆଦି। କିନ୍ତୁ ନିରାମିଷାଶୀମାନେ ଏହାକୁ ଖାଇପାରିନଥାନ୍ତି। ଫଳରେ ସେମାନଙ୍କୁ ଉଚିତ୍‌ ପରିମାଣରେ ଭିଟାମିନ୍‌ ମିଳିପାରେ ନାହିଁ। ଆଜି ଆମେ ଖାସ୍‌ ନିରାମିଷାଶୀଙ୍କ ପାଇଁ ଏକ ସ୍ପେଶାଲ ସାଲାଡ୍‌ କହିବାକୁ ଯାଉଛୁ, ଯାହା ଶୀତଦିନେ ଆପଣଙ୍କୁ ପ୍ରୋଟିନ୍‌ ଯୋଗାଇବ। ଆସନ୍ତୁ ଜାଣିବା ହାଇ ପ୍ରୋଟିନ୍‌ଯୁକ୍ତ ସାଲାଡ୍‌ର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:

୧/୪ କପ୍‌ ସିଝା ମୁଗ ଡାଲି
୧/୪ କପ୍‌ ସିଝା ଛୋଲେ
୨ କପ୍‌ କଟା ଗାଜର
୨ ଚାମଚ ଅଲିଭ୍‌ ଅଏଲ
ଅଧ ଚାମଚ ଗୋଲ ମରିଚଗୁଣ୍ଡ
ଅଧ ଚାମଚ ଲେମ୍ବୁ ରସ
ଅଧ ଚାମଚ ମହୁ

ଏହାସହ ପଢ଼ନ୍ତୁ: ଏହି ମେସେଜ୍‌ ମହିଳାମାନେ କେବଳ ସେହିମାନଙ୍କୁ ପଠାନ୍ତି, ଯାହା ସହ ଘନିଷ୍ଠ ହେବାକୁ ଚାହାଁନ୍ତି

ପ୍ରସ୍ତୁତି ପ୍ରଣାଳୀ:

ଏକ ପାତ୍ରରେ ପ୍ରଥମେ ଅଲିଭ୍‌ ଅଏଲ ପକାନ୍ତୁ। ବର୍ତ୍ତମାନ ସେଥିରେ ସବୁ ସିଝା ଡାଲିକୁ ପକାଇ ଗୋଳାଇ ଦିଅନ୍ତୁ।
ଏବେ ଗୋଲ ମରିଚ ଗୁଣ୍ଡ, ଲେମ୍ବୁ ରସ ଏବଂ ମହୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଫାଇବର ଯୁକ୍ତ ହେଲ୍‌ଦି ସାଲାଡ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.