ସତର୍କ ହୁଅନ୍ତୁ ! ଆପଣଙ୍କ ମସ୍ତିସ୍କକୁ ସଂକୁଚିତ କରିଦେଇପାରେ କମ ନିଦ

ଆଜିକା ସମୟରେ ଆଉ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ରାତିରେ ଭଲରେ ନିଦ ନହେବା  । ଆଉ ରାତିରେ ନିଦ ନହେଲେ ଏହାର ପ୍ରଭାବ ସ୍କୁଲ, ବିଶ୍ୱବିଦ୍ୟାଳୟ, ଅଫିସ ସମେତ ଅନ୍ୟାନ କାମ ଉପରେ ପଡିଥାଏ  । କମ ନିଦ କାରଣରୁ ଆମେ ଅନ୍ୟ କୌଣସି ବି କାମରେ ନିଜ ଧ୍ୟାନ କେନ୍ଦ୍ରିତ କରିପାରିନଥାଉ  । ଆଉ ଆମ ସ୍ମରଣ ଶକ୍ତି ବି ଧୀରେ ଧୀରେ କମିବାକୁ ଲାଗେ  । ଏହା ବି ସତଯେ ଯଦି ଦୀର୍ଘ ଦିନ ଧରି ଆମକୁ ନିଦ ନ ଆସେ ତେବେ ଶାରୀରିକ ତ ଶାରୀରିକ ଏହା ଆମ ମାନସିକ ସ୍ତରରେ ବି ଗଭୀର ପ୍ରଭାବ ପକାଇପାରେ  । କମ ନିଦ୍ରା ଲୋକଙ୍କ ମୁଡ଼ ଓ ବ୍ୟବହାରରେ ବି ଅନେକ ପରିବର୍ତ୍ତନ ଆଣିଥାଏ  । ଛୋଟ ଶିଶୁ ହୁଅନ୍ତୁ ଅବା ବୟସ୍କ ଲୋକ ସମସ୍ତଙ୍କ ଉପରେ ଏହାର ପ୍ରଭାବ ରହିଛି  । ନେଚର ଏଜିଙ୍ଗ ନାମକ ଏକ ପତ୍ରିକାରେ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ମସ୍ତିସ୍କର ସୁସ୍ଥତା ପାଇଁ ଭରପୁର ନିଦର ଆବଶ୍ୟକତା ରହିଛି  । ନିଦ ସମୟରେ ହିଁ ମସ୍ତିସ୍କ ନିଜକୁ ପୁନର୍ଗଠିତ କରିବା ସହିତ ରିଚାର୍ଜ କରିଥାଏ  । ଏହା ସହ ଶରୀରରୁ ବିଷାକ୍ତ ପଦାର୍ଥ ଗୁଡିକୁ ବାହାର କରିବା ପାଇଁ ଆଉ ଆମ ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ବଢାଇବା ପାଇଁ ପ୍ରଚୁର ନିଦ ଖୁବ ମହତ୍ତ୍ୱପୂର୍ଣ୍ଣ  ।

ନିଦ ସମୟରେ ହିଁ ମେମୋରୀ ସେଗମେଣ୍ଟ ଦୀର୍ଘକାଳୀନ ସ୍ମୃତିରେ ରୁପାନ୍ତରିତ ହୋଇଥାଏ  । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅନୁଭୂତି ତଥା ଉନ୍ନତମାନର ସ୍ୱାସ୍ଥ୍ୟ ଗଠନ ପାଇଁ ଆବଶ୍ୟକ ମୁତାବକ ନିଦର ଆବଶ୍ୟକତା ରହିଛି  । ୟୁକେର ପାଖାପାଖି ୫ ଲକ୍ଷ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା  । ଏଥିରେ ମାଧ୍ୟମ ଆୟୁ ବର୍ଗଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କୁ ବି ଏଥିରେ ସାମିଲ କରାଯାଇଥିଲା  । ଅବଶ୍ୟ ଛୋଟ ଶିଶୁ କିମ୍ବା କିଶୋର କିଶୋରୀଙ୍କୁ ଏହି ଦଳରେ ସାମିଲ କରାଯାଇନଥିଲା  । ଅଧ୍ୟୟନରୁ ଏହା ଜଣାଯାଇଛିଯେ ଯେଉଁ ମାନେ ନିୟମିତ ଭାବେ ୭ ଘଣ୍ଟା ଶୋଇଛନ୍ତି ସେହି ମାନଙ୍କର ନିଜ କାମ ଉପରେ ସୁପ୍ରଭାବ ରହିଛି  । ସେମାନେ ନିଜ ନିଜ କାମରେ ସଫଳତା ହାସଲ କରିପାରିଛନ୍ତି  । ନିଦ କମ ହେଲେ ଶୋଇବା ଓ ଉଠିବା ସମୟରେ ପରିବର୍ତ୍ତନ ଆସିଥାଏ  । ଆଉ ଯାହା ଫଳରେ ଆମ ମସ୍ତିସ୍କ ସଂକୁଚିତ ହେବାକୁ ଲାଗେ  । ଆଉ ଏହା ଫଳରେ ମାନସିକ ବିକାରଗ୍ରସ୍ତ ହେବା ସହ ମତିଭ୍ରମ ହେବା ଆରମ୍ଭ ହୋଇଥାଏ  ।

ଭଲ ନିଦ ଆସିବା ପାଇଁ କଣ କରିବା ଉଚିତ:

ନିଜ ବେଡ୍ରୁମକୁ ଥଣ୍ଡା ରଖିବା ସହିତ ରୁମକୁ ପବନ ଆସିବା ଦରକାର  ।

ଶୋଇବା ପୂର୍ବରୁ ମଦ ପିଅନ୍ତୁ ନାହିଁ କି ଥ୍ରୀଲର ଦେଖନ୍ତୁ ନାହିଁ କିମ୍ବା ରୋମାଂଚିତ ସାମଗ୍ରୀ ଦେଖନ୍ତୁ ନାହିଁ  ।

ଯଦି ଆପଣ ଶୋଇବାକୁ ଚେଷ୍ଟା କରୁଛନ୍ତି ତେବେ ନିଜକୁ ଶାନ୍ତ ତଥା ଆରାମ ସ୍ଥିତିରେ ରଖିବା ଉଚିତ  ।

ନିଜ ସୁଖଦ ସମୟ ଗୁଡିକୁ ମନେ ପକାନ୍ତୁ  । ଦେଖିବେ ମନରେ ଏକ ଅଜବ ପ୍ରଫୁଲ୍ଲତା ଆସିବ  ।

ଅତି କମରେ ଦିନକୁ ୭ ଘଣ୍ଟା ଶୁଅନ୍ତୁ  । ଏହା ଠାରୁ କମ ହେବା ଆଦୌ ଉଚିତ ନୁହେଁ  ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.