ପୁଣି ଅସହାୟଙ୍କ ଦରଦୀ ବନ୍ଧୁ ସାଜିଲା ଓଡିଶା ମୋ ପରିବାର, କେରଳରେ ମୃତ୍ୟୁ ବରଣ କରିଥିବା ଓଡିଆ ଶ୍ରମିକର ମୃତଦେହ ଗାଁକୁ ଫେରାଇ ଆଣିଲା 

ମୋହନା(କେନ୍ୟୁଜ୍): କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ମୃତକ ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିର ସନ୍ତୋଷ ଶୋଭାନାୟକ। ଗତ ୫ ତାରିଖରେ ଏକ  ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଓଡିଶା ମୋ ପରିବାର ସହାୟତାରେ ଦୁର୍ଘଟଣାର ୯ ଦିନ ପରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ମୃତ ଦେହ ପହଞ୍ଚିଛି ଚନ୍ଦ୍ରଗିରି ରେ। ମୃତ ଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ, ସାଂସଦ ପ୍ରତିନିଧି ଭାସ୍କର ସାହୁ, ବରିଷ୍ଠ ନେତ୍ରୀ ନର୍ମଦା ଦଳାଇ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିପ୍ର ବଳିଆର ସିଂ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଚନ୍ଦ୍ରଗିରିର ସନ୍ତୋଷ ଗତ ପ୍ରାୟ ୧୫ ବର୍ଷ ହେଲା କେରଳରେ ଦାଦନ ଖଟି ପରିବାର ଚଳାଉଥିଲେ। ତେବେ ସେ ଗାଁକୁ ଆସି ପୁଣି ଗତ ୧ ତାରିଖରେ କେରଳ ଯାଇଥିଲେ । ସେଠାରେ ଏକ ହୋଟେଲରେ କାମ କରୁଥିଲେ।   ଗତ ୫ ତାରିଖରେ ସନ୍ତୋଷଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ କେରଳ ପୋଲିସ୍ ପକ୍ଷରୁ ତାଙ୍କ ପରିବାର ଖବର ଆସିଥିଲା । ତେବେ ତାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ମୃତ ଦେହ କିଭଳି ଘରେ ପହଞ୍ଚିବ ସେଥିପାଇଁ ଚିନ୍ତାରେ ଥିଲେ।ଏନେଇ ସ୍ଥାନୀୟ ଲୋକେ ଓଡିଶା ମୋ ପରିବାରକୁ ଯୋଗାଯୋଗ କରିଥିଲେ। ପରେ ଓଡିଶା ମୋ ପରିବାର ସହାୟତାରେ ମୃତ ଦେହ କେରଳରୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ସେଠାରୁ ଆମ୍ବୁଲାନ୍ସ ଯୋଗେ ଶୁକ୍ରବାର ସନ୍ଧ୍ୟାରେ ମୃତ ଦେହ ପହଞ୍ଚିଥିଲା ଚନ୍ଦ୍ରଗିରିରେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.