ଆଜି ଘରେ ବନାନ୍ତୁ ‘ସ୍ପାଇସି ସୋୟା ଚଙ୍କସ୍‌’, ଉଭୟ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଏକାସାଥିରେ

ଛୁଟିରେ ଘରେ ଅଛନ୍ତି ଏବଂ ଟିଭି ଦେଖୁ ଦେଖୁ  କିଛି ଖାଇବାକୁ ଇଚ୍ଛା ହେଉଛି ତେବେ ଘରେ ସହଜରେ ବନାନ୍ତୁ ଏହି ଡିସ୍‌। ଯାହାର ନାମ ହେଉଛି ‘ସ୍ପାଇସିି ସୋୟା ଚଙ୍କସ୍‌’। ଏହା ଟେଷ୍ଟୀ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

-୨ ଚାମଚ ଦହି

-୧ ଚାମଚ ଚାଟ ମସଲା

-୧/୪ ଚାମଚ ଗରମ ମସଲା

-ଏକ ଚିମୁଟା କମଳା ରଙ୍ଗ

-୧ ପାତ୍ର ସିଝା ସୋୟାବିନ୍ ବଡି

-ଅଦା ଓ ରସୁଣ ପେଷ୍ଟ

-ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସ୍ୱାଇସି ସୋୟା ବଡିକୁ ବନାଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦହି ରଖନ୍ତୁ। ଏହା ପରେ ଏଥିରେ ଅଦା, ରସୁଣ ପେଷ୍ଟ, ଲୁଣ, ଗରମ ମସଲା ପକାଇ ଫେଣ୍ଟି ଦିଅନ୍ତୁ। ଏହାପରେ ଏଥିରେ ଲାଲ ଲଙ୍କା ପାଉଠର, କମଳା ରଙ୍ଗ ଏବଂ ସିଝା ସୋୟା ବଡିକୁ ପକାଇ ମିକ୍ସ କରନ୍ତୁ। ଏହାପରେ ଏକ ପ୍ୟାନରେ ତେଲ ପକାଇ ସୋୟା ବଡିକୁ ପକାନ୍ତୁ। ଏହାଭଲଭାବେ ଫ୍ରାଇ ହୋଇଗଲା ପରେ ପାତ୍ରକୁ କାଢ଼ି ଦିଅନ୍ତୁ। ଲେମ୍ବୁ ରସ ପକାଇ ଗରମା ଗରମ ସର୍ଭ କରନ୍ତୁ ସ୍ପାଇସି ସୋୟା ଚଙ୍କସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.