ସମୁଦ୍ରରୁ ଗହୀରମଥାକୁ ପ୍ରଜନନ ପାଇଁ ଆସିବେ ବିରଳ ଅଲିଭ ରିଡଲେ କଇଁଛ, ଯନ୍ତ୍ରଚାଳିତ ଡଙ୍ଗା ଚଳାଚଳ କଟକଣାକୁ କରାଗଲା କଡ଼ାକଡ଼ି

ଭଦ୍ରକ(କେନ୍ୟୁଜ୍): ନଭେମ୍ବରରୁ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ପ୍ରଜନନ ପାଇଁ ଆସିବେ ବିରଳ ଅଲିଭ ରିଡଲେ କଇଁଛ । ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନଭେମ୍ବର ୧ରୁ ମେ ମାସ ୩୧ ତାରିଖ ଯାଏ ଧାମରାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ୨୦ କିଲୋମିଟର ଯାଏ ଯନ୍ତ୍ରଚାଳିତ ଡଙ୍ଗା ଚଳାଚଳ କଟକଣାକୁ କଡ଼ାକଡ଼ି କରାଯାଇଛି । କଇଁଛଙ୍କ ସୁରକ୍ଷା ପାଇଁ ୧୪ଟି କ୍ୟାମ୍ପ କରାଯାଇଥିବା ବେଳେ ବାବୁବାଲି ଓ ଅଗରନାଶିରେ ୨ଟି ସ୍ଥାୟୀ କ୍ୟାମ୍ପ ସହ ୨ଟି ସ୍ପିଡ୍‌ ବୋଟ୍‌ ଓ ୬୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଗତବର୍ଷ ଗହିରମଥାରେ ବେଆଇନ ଭାବେ ମାଛ ମାରି ଶହେରୁ ଅଧିକ ଟ୍ରଲର ସହ ୫ ଶହରୁ ଅଧିକ ମତ୍ସ୍ୟଜୀବୀ ଗିରଫ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.