ମହାରାଷ୍ଟ୍ରରେ ଘଡ଼ିକେ ଘୋଡ଼ା ଛୁଟୁଛି, ବିଜେପି-ଶିବସେନା ଛକାପଞ୍ଝା ଭିତରେ ଆରମ୍ଭ ହୋଇଛି ନୂଆ ମନ୍ତ୍ରଣା

କେନ୍ୟୁଜ୍ (ବ୍ୟୁରୋ):  ମହାରାଷ୍ଟ୍ରରେ କିଏ ଗଢିବ ସରକାର ? ଘଡ଼ିକେ ଘୋଡ଼ା ଛୁଟୁଛି। ସସପେନ୍ସ ଲାଗିରହିଥିବା ସାମ୍ନାକୁ ଆସୁଛି ନୂଆ ସମୀକରଣ। ବିଜେପି-ଶିବସେନା ଛକାପଞ୍ଝା ଭିତରେ ଆରମ୍ଭ ହୋଇଛି ନୂଆ ମନ୍ତ୍ରଣା। ଶିବସେନାକୁ ସମର୍ଥନ ଦେବା ନେଇ ଚିନ୍ତା କରୁଛନ୍ତି କଂଗ୍ରେସ ଓ ଏନସିପି। ଶିବସେନା ସହ ଏନସିପିର ଆଲୋଚନା ଆଗକୁ ବଢୁଛି । ଫୋନ୍‌ରେ କଥା ହୋଇଛନ୍ତି ଦୁଇ ଦଳର ମୁଖିଆ। ଗତକାଲି ଶରଦ ପାଓ୍ଵାରଙ୍କୁ ଭେଟିବାକୁ ଯାଇଥିଲେ ଶିବସେନାର ବରିଷ୍ଠ ନେତା ସଂଜୟ ରାଉତ। ତାଙ୍କ ଫୋନ୍‌ରେ ପାଓ୍ଵାରଙ୍କ ସହ କଥା ହୋଇଥିଲେ ଉଦ୍ଧବ ଠାକ୍‌ରେ । କଂଗ୍ରେସ ମଧ୍ୟ ଶିବସେନାକୁ ସମର୍ଥନ ଦେବା ନେଇ ସଂକେତ ଦେଲାଣି । ଏ ନେଇ ୧୦ ଜନପଥରେ ବୈଠକ । ସୋନିଆଙ୍କ ସହ ଆଲୋଚନା କରୁଛନ୍ତି ଦଳର ବରିଷ୍ଠ ନେତା। ଶିବସେନାକୁ ଏନସିପି ଓ କଂଗ୍ରେସ ସମର୍ଥନ ଦେଲେ ମ୍ୟାଜିକ୍‌ ସଂଖ୍ୟା ପାର କରିବା ସହ ମେଣ୍ଟ ସରକାର ହୋଇପାରିବ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ରହିଛି ୧୪୫। ଚଳିତ ନିର୍ବାଚନରେ ବିଜେପି-୧୦୫, ଶିବସେନା-୫୬, କଂଗ୍ରେସ-୪୪ ଓ ଏନ୍‌ସିପି ୫୪ଟି ଆସନ ଜିତିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.