Below header

ଆଖି ନାଲି ପଡିଥିଲେ କରୁଛନ୍ତି କି ଅଣଦେଖା, ତେବେ ଭୋଗିପାରନ୍ତି ଏହି ବଡ ସମସ୍ୟା

ବେଳେବେଳ କିଛି ଲୋକଙ୍କ ଆଖି ପ୍ରାୟତଃ ନାଲି ଦେଖାଯାଏ । ନାଲି ଆଖିର କାରଣ କଣ ଏବଂ ଏହା ଘରୋଇ ଉପଚାର ମାଧ୍ୟମରେ କିପରି ଠିକ ହୋଇପାରିବ ଆସନ୍ତୁ ଜାଣିବା ।

ବେଳେବେଳ କିଛି ଲୋକଙ୍କ ଆଖି ପ୍ରାୟତଃ ନାଲି ଦେଖାଯାଏ । ଆଖି ନାଲି ଥକାପଣ କାରଣରୁ ହୋଇଥାଏ । ଲାପଟପ କିମ୍ବା ଫୋନ ଅଧିକ ସମୟ ଧରି ଦେଖିବା ଦ୍ୱାରା ଆଖି ନାଲି ପଡିବାର ବଡ କାରଣ ହୋଇଥାଏ । ଅନେକ ଜୀବାଣୁ ମଧ୍ୟ ଏହି ସମସ୍ୟା ସୃଷ୍ଟି କରିପାରନ୍ତି । ଏହାଦ୍ୱାରା ଆଖି ପୋଡିବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ । ତେବେ ନାଲି ଆଖିର କାରଣ କଣ ଏବଂ ଏହା ଘରୋଇ ଉପଚାର ମାଧ୍ୟମରେ କିପରି ଠିକ ହୋଇପାରିବ ଆସନ୍ତୁ ଜାଣିବା ।

ସଂକ୍ରମଣ କାରଣରୁ ଆଖି ନାଲି ପଡିଥାଏ । କୌଣସି ପ୍ରକାର ଭାଇରସ ବା ବ୍ୟାକ୍ଟେରିଆ ଆଖିକୁ ନାଲି କରିଦେଇଥାନ୍ତି । ଏହି ସଂକ୍ରମଣ ପାଇଁ ଆଖିରେ ପାଣି ବାହାରିଥାଏ । ଆଖିର ନାଲିପଣ ଏଲାର୍ଜି କାରଣରୁ ହୋଇଥାଏ । କିଛି ଲୋକଙ୍କୁ ଫୁଲର ବାସ୍ନା ପାଇଁ ଏଲାର୍ଜି ହୋଇଥାଏ । ଏହାଦ୍ୱାରା ବ୍ୟାପୁଥିବା ଏଲାର୍ଜି ପାଇଁ ଏବଂ ମାଟି ଧୂଳି ଉଡି ଆଖି ନାଲି ପଡିଥାଏ ।

କଣ୍ଟାକ୍ଟ ଲେନ୍ସ ବ୍ୟବହାର କାରଣରୁ ମଧ୍ୟ ଆଖି ନାଲି ପଡିଯାଏ । କିଛି ସମୟରେ ଲେନ୍ସକୁ ଆଖିରେ ଲଗାଇବା ଦ୍ୱାରା ଇନଫେକ୍ସନ ହୋଇ ଆଖି ପୋଡେ । ଯଦି ଆପଣ ଲେନ୍ସକୁ ରାତିରେ ପିନ୍ଧିକି ଶୋଉଛନ୍ତି ତେବେ ଏହା କ୍ଷତିକାରକ ହୋଇପାରେ । ଏହି କାରଣରୁ ଆଖିରେ ଥିବା କର୍ଣ୍ଣିଆ ଫୁଲିଥାଏ ।

ଯଦି ଆଖି ସର୍ବଦା ନାଲି ହୋଇ ରହୁଛି ତେବେ ଏହା ପଛରେ ବ୍ଲେଫରାଇଟିସ ନାମକ ଏକ ଭୟାନକ ରୋଗ ହୋଇପାରେ । ଏଥିରେ ଆଖିପତା କୁଣ୍ଡାଇ ହୋଇ ନାଲି ହୋଇଯାଏ । ବ୍ଲେଫରାଇଟିସ ରୋଗ ଖରାପ ବ୍ୟୁଟି ପ୍ରଡକ୍ଟ କାରଣରୁ ହୋଇଥାଏ । ଏକ୍ସପାୟର ବ୍ୟୁଟି ପ୍ରଡକ୍ଟ ଯଦି ଆଖିରେ ଲାଗାଉଛନ୍ତି ତେବେ ଏହି ରୋଗର ସାମ୍ନା କରିବାକୁ ପଡିଥାଏ ।

ନାଲି ପଡୁଥିବା ଆଖିର ଯଦି ଚିକିତ୍ସା କରାଯାଏ ନାହିଁ ତେବେ ଏହା ଏକ ଗମ୍ଭୀର ରୂପ ଧାରଣ କରିଥାଏ । ଠିକ ସମୟରେ ଏହାର ଯତ୍ନ ନେବା ନିହାତି ଆବଶ୍ୟକ । ନାଲି ଆଖି ହେବା ଦ୍ୱାରା କିଛି ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଏଥିପାଇଁ ପ୍ରଥମେ ହାତକୁ ଭଲଭାବେ ଧୋଇ ନିଅନ୍ତୁ । ଏହାପରେ ଆଣ୍ଟି ବ୍ୟାକ୍ଟେରିଆଲ ଡ୍ରପକୁ ଆଖିରେ ପକାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.