ଆପଲ ଫୋନ୍ ଧରିବା ସ୍ୱପ୍ନ ହେବ ପୂରଣ, Apple iPhone 11କୁ କିଣନ୍ତୁ ମାତ୍ର ୧୩ ହଜାର ଟଙ୍କାରେ
Apple ପକ୍ଷରୁ ଏକ ସାନଦାର ଅଫର ଦିଆଯାଉଛି । ଯେଉଁ ଅଫର ସାହାଯ୍ୟରେ ୟୁଜର୍ସ ଶସ୍ତାରେ ଆଇଫୋନ୍ ୧୧କୁ କ୍ରୟ କରିପାରିବେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ iPhone 11କୁ ଭାରତରେ ୧୦ ସେପ୍ଟେମ୍ବର ୨୦୧୯ରେ ଲଞ୍ଚ୍ କରାଯାଇଥିଲା ।

Apple ପକ୍ଷରୁ ଏକ ସାନଦାର ଅଫର ଦିଆଯାଉଛି । ଯେଉଁ ଅଫର ସାହାଯ୍ୟରେ ୟୁଜର୍ସ ଶସ୍ତାରେ ଆଇଫୋନ୍ ୧୧କୁ କ୍ରୟ କରିପାରିବେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ iPhone 11କୁ ଭାରତରେ ୧୦ ସେପ୍ଟେମ୍ବର ୨୦୧୯ରେ ଲଞ୍ଚ୍ କରାଯାଇଥିଲା । ଫୋନ୍ ଦୁଇଟି ଷ୍ଟୋରେଜ୍ ଭ୍ୟାରିୟଣ୍ଟ ୬୪ଜିବି ରାମ ଏବଂ ୧୨୮ଜିବିରେ ଆସିଥାଏ । ଫୋନ୍ ବ୍ଲାକ, ରେଡ ଏବଂ ହ୍ଵାଇଟ କଲର ଅପ୍ସନରେ ଆସିଥାଏ । ଫୋନକୁ ଫ୍ଲିପକାର୍ଟରେ କିଣିପାରିବେ ।
ଆପଲ ଆଇଫୋନ୍ ୧୧ ସ୍ମାର୍ଟଫୋନର ଦାମ୍ ୪୩,୯୯୯ ଟଙ୍କା । କିନ୍ତୁ ୨୯୦୧ ଟଙ୍କାର ଡିସକାଉଣ୍ଟ ପରେ ଆଇଫୋନ୍ ୧୧ର ଦାମ୍ ମାତ୍ର ୪୦,୯୯୯ ଟଙ୍କା ହୋଇଯିବ । ଫୋନ୍ କିଣିବା ଦ୍ୱାରା ୨୭,୦୦୦ ଟଙ୍କା ଏକ୍ସଚେଞ୍ଜ୍ ଅଫର ଦିଆଯାଉଛି । ଯଦି ଆପଣ ଫୁଲ ଏକ୍ସଚେଞ୍ଜ ଅଫରର ଲାଭ ଉଠାଇନିଅନ୍ତି ତାହେଲେ ଏହାପରେ ଫୋନର ଦାମ୍ ୧୩,୯୯୯ ଟଙ୍କା ହୋଇଯିବ । ଫୋନକୁ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ କ୍ରୟ ଉପରେ ୫% ଡିସକାଉଣ୍ଟ ଅଫର ଦିଆଯାଉଛି । ଫୋନକୁ ୨୦୦୮ ଟଙ୍କା ମନ୍ଥଲୀ ଇଏମଆଇ ଅପ୍ସନରେ କ୍ରୟ କରିପାରିବେ । ଫୋନର କ୍ରୟ ଉପରେ ୧ ବର୍ଷର ଓ୍ଵାରେଣ୍ଟୀ ଦିଆଯାଉଛି । ଯଦି ଫୋନ ପସନ୍ଦ ନଆସେ ତାହେଲେ ଏହାକୁ ୭ ଦିନ ଭିତରେ ରିପ୍ଲେସ ବି କରିପାରିବେ ।
ସ୍ପେସିଫିକେସନ୍ସ
ଆପଲ ଆଇଫୋନ୍ ୧୩ ସ୍ମାର୍ଟଫୋନରେ ୬.୧ ଇଞ୍ଚର ଲିକ୍ୱିଡ ରେଟିନା ଏଚଡି ଡିସପ୍ଲେ ଦିଆଯାଇଛି । ଫୋନର ରିୟରରେ ୧୨ଏମପି ଦୁଇଟି କ୍ୟାମେରା ଦିଆଯାଇଛି । ଏହାବ୍ୟତୀତ ଫ୍ରଣ୍ଟରେ ଏକ ୧୨ଏମପିର କ୍ୟାମେରା ଦିଆଯାଇଛି । ଫୋନରେ ଏ୧୩ ବାୟୋନିକ ଚିପସେଟ ସପୋର୍ଟ ଦିଆଯାଇଛି । ଏଥିରେ ଏକ ଅଲଟ୍ରା ଓ୍ଵାଇଡ ୧୩ଏମଏମ ଲେନ୍ସ ଦିଆଯାଇଛି । ଯାହା ୧୨୦ ଡିଗ୍ରି ଫିଲଡ ଅଫ୍ ଭ୍ୟୁ ସହିତ ଆସିଥାଏ । ଏହାସହିତ ୨୬ଏମଏମ ଓ୍ଵାଇଡ ଲେନ୍ସ ଦିଆଯାଇଛି । ଯାହା ଲୋ-ଲାଇଟରେ ୧୦୦% ଅଟୋଫୋକସ୍ ଉପଲବ୍ଧ କରିଥାଏ ।