ଆଉ ଚନ୍ଦା ହେବେନାହିଁ ପୁରୁଷ, ଚନ୍ଦାପଣ ଦୂର କରିବା ପାଇଁ ବୈଜ୍ଞାନିକମାନେ ବାହାର କଲେ ନୂଆ ଡିଭାଇସ

ଚେହେରାର ସୁନ୍ଦରତାରେ କେଶର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ମହିଳାମାନଙ୍କ ସୁନ୍ଦରତାରେ ତ କେଶକୁ ଯୋଡ଼ା ଯାଇଥାଏ କିନ୍ତୁ ପୁରୁଷଙ୍କ ଲୁକରେ ମଧ୍ୟ କେଶ ବହୁତ ଗୁରୁତ୍ୱପୂର୍ଣ ହୋଇଥାଏ । କିନ୍ତୁ କିଛି ଲୋକଙ୍କର ଏତେ ମାତ୍ରାରେ ଚୁଟି ଝଡିବାରେ ଲାଗିଥାଏ ଯେ ସେମାନଙ୍କୁ ଚନ୍ଦାପଣ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ନିକଟରେ ଗବେଷକମାନେ ପୁରୁଷଙ୍କର ଏହି ସମସ୍ୟାର ସମାଧାନ ଖୋଜି ବାହାର କରିଛନ୍ତି । ଏହି ଟେକନିକ ଦ୍ୱାରା ମୁଣ୍ଡରେ ପୁଣିଥରେ ଚୁଟି ଉଠିବା ଆରମ୍ଭ କରିଥାଏ । ଆସନ୍ତୁ ଜାଣିବା କଣ ସେହି ଉପାୟ ।

 

ଗବେଷକ ମାନଙ୍କ କହିବା ଅନୁଯାୟୀ ଏକ ଏପରି ଉପକରଣ ତିଆରି କରାଯାଇଛି ଯାହାକୁ ସାଧାରଣ ଭାବେ ଟୋପି ତଳେ ପିନ୍ଧା ଯାଇପାରିବ । ଏହି ଉପକରଣଟି ତାକୁ ପିନ୍ଧିଥିବା ବ୍ୟକ୍ତିଙ୍କ ମୁଣ୍ଡରୁ ଶକ୍ତି ପ୍ରାପ୍ତ କରିଥାଏ ଏବଂ କେଶର ମୂଳକୁ ଉତ୍ତେଜିତ କରିବା ପାଇଁ ଇଲେକ୍ଟ୍ରିକ ପ୍ଲସ ପଠାଇଥାଏ । ଯାହା ସାହାଯ୍ୟରେ ପୁଣିଥରେ ସେହି ସ୍ଥାନରେ ଚୁଟି ଉଠିବାକୁ ଲାଗିଥାଏ ।

ଏହା ବହୁତ ହାଲକା ଅଟେ କାରଣ ଏହାକୁ ପିନ୍ଧିବା ଦ୍ୱାରା ଏହା ମଣିଷର ଶରୀରରୁ ହିଁ ଶକ୍ତି ପ୍ରାପ୍ତ କରିଥାଏ । ତେଣୁ ଏଥିରେ କୌଣସି ଓଜନିଆ ବ୍ୟାଟେରୀ କିମ୍ବା ଜଟିଳ ଇଲେକ୍ଟ୍ରୋନିକ୍ସର ଆବଶ୍ୟକତା ପଡ଼ିନଥାଏ । ସେଥିପାଇଁ ଏହାକୁ ଯେକୌଣସି ଲୋକ ସାଧାରଣ ଭାବେ ଟୋପି ତଳେ ମଧ୍ୟ ପିନ୍ଧି ପାରିବେ ।

ଆମେରିକାର ୱିସକାନ୍ସିନ ମେଡିସନ ୟୁନିଭର୍ସିଟିର ପ୍ରଫେସରଙ୍କ କହିବା ଅନୁଯାୟୀ ଏହା ପୁଣିଥରେ ଚୁଟିଉଠାଇବା ପାଇଁ ଏକ ସହଜ ସମାଧାନ ଅଟେ । ଶରୀରର ଦୈନିକ ଗତିରୁ ଯେଉଁ ଶକ୍ତି ଉତ୍ପନ୍ନ ହୋଇଥାଏ ତାକୁ ସଂଗ୍ରହ କରି ଏହି ଉପକରଣଟି କେଶର ବିକାଶ କରିବା ପାଇଁ ଏକ ଟେକନିକ ସାହାଯ୍ୟରେ ତ୍ୱଚାର କୋମଳତାରୁ କମ ଆବୃତ୍ତିରେ ଇଲକ୍ଟ୍ରିକ ପ୍ଲସ ପ୍ରେରଣ କରିଥାଏ । ଯାହାଦ୍ୱାରା ଦୁର୍ବଳ ହୋଇଯାଇଥିବା ଫାଲିକଲ୍ସ ଗୁଡିକ ପୁଣିଥରେ ସକ୍ରିୟ ହୋଇଯାଇଥାଏ ଏବଂ ଏହା କେଶକୁ ବଢ଼ିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.