ଭୁଲରେ ବି ଠାକୁର ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ , ଭୋଗିବାକୁ ପଡିପାରେ ଓଲଟା ଫଳ

ଆମ ସମସ୍ତଙ୍କ ଘରେ ସର୍ବପ୍ରଥମେ ଠାକୁର ଘରଟିଏ ନିହାତି ଥିବ । ଏହାର ଅବସ୍ଥିତି ଘର ଉପରେ ବହୁ ପ୍ରଭାବ ପକାଇଥାଏ । ତେଣୁ ଏହାକୁ ଘରର ସଠିକ୍ ଦିଗରେ ରଖିବା ନିହାତି ଆବଶ୍ୟକ ଅଟେ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂଜା ସ୍ଥାନ ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ କରିବା ଶୁଭ ହୋଇଥାଏ।ଏହି ଦିଗରେ ଠାକୁର ଘର ରହିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ତେବେ ଏସବୁ ପରେ ମଧ୍ୟ ଏମିତି କିଛି ସାମଗ୍ରୀ ରହିଛି ଯାହାକୁ ନିଜ ଠାକୁର ଘରେ ରହିବା ଅନୁଚିତ୍ ଅଟେ ।
ତେଣୁ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଠାକୁରଙ୍କ ପୂଜା ଘରେ ରଖିବା ଅନୁଚିତ୍ :
-ଠାକୁରଙ୍କଘରେ ସମସ୍ତେ ଗଣେଶଙ୍କର ମୂର୍ତ୍ତି ରଖିଥାନ୍ତି। କିନ୍ତୁ ପୂଜା ଘରେ ତିନୋଟି ଗଣେଶ ମୂର୍ତ୍ତି ରଖିବା ଅନୁଚିତ୍ । ଏହାକୁ ଅଶୁଭ ବୋଲି ଧରାଯାଏ। ତେଣୁ ପୂଜା ଘରେ ଗଣେଶଙ୍କର ଗୋଟିଏ ହିଁ ମୂର୍ତ୍ତି ରଖନ୍ତୁ।
-ଆପଣ ପୂଜା ଘରେ ଶିବଲିଙ୍ଗ ରଖିଛନ୍ତି କି? ତେବେ ଏହାକୁ ଶୁଭ ବୋଲି ଧରାଯାଇଥାଏ। କିନ୍ତୁ ମନେ ରଖନ୍ତୁ ଶିବଲିଙ୍ଗ କେବଳ ଆଙ୍ଗୁଠି ଉଚ୍ଚାର ହିଁ ରଖନ୍ତୁ। ଅଧିକ ବଡ଼ ଶିବଲିଙ୍ଗ ରଖିବା ଅଶୁଭ ହୋଇଥାଏ।
-ଶାସ୍ତ୍ର ଅନୁସାରେ ଭାଙ୍ଗି ଯାଇଥିବା ମୂର୍ତ୍ତି ପୂଜା ଘରେ ରଖିବା ଅନୁଚିତ୍। ମୂର୍ତ୍ତି ଭାଙ୍ଗିଗଲେ ଏହାକୁ ନଦୀରେ ବିସର୍ଜନ କରିଦିଅନ୍ତୁ ଏବଂ ନୂଆ ମୂର୍ତ୍ତି ପ୍ରତିଷ୍ଠା କରନ୍ତୁ ।
-ସେହିପରି ପୂଜା ଘରେ ଶଙ୍ଖ ରଖିବା ଶୁଭ ହୋଇଥାଏ। କିନ୍ତୁ ମନେରଖନ୍ତୁ ଠାକୁର ଘରେ କେବଳ ଗୋଟିଏ ଶଙ୍ଖ ହିଁ ରଖନ୍ତୁ। ଏକାଧିକ ଶଙ୍ଖ ରଖିବାକୁ ଅଶୁଭ ବୋଲି ଧରାଯାଇଥାଏ।
– ପୂଜା ସମୟରେ ଭଙ୍ଗା ଦୀପର ଆନ୍ଦ୍ବ କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହା ଅଶୁଭ ସଙ୍କେତ ଅଟେ।