ଖରା କାରଣରୁ ସ୍କିନ କଳା ପଡୁଥିଲେ ଏହି ଉପାୟକୁ ମାନନ୍ତୁ..

ସାଧାରଣତଃ ଗ୍ରୀଷ୍ମ ଋତୁରେ ସମସ୍ତଙ୍କ ଚିନ୍ତା ବଢିଯାଇଥାଏ କି ତ୍ବଚାର କିଭଳି ଭାବରେ ଯତ୍ନ ନେବେ । ଯେତେବେଳେ ଆମେ ସମସ୍ତେ ବାହାରକୁ ବାହାରୁଛେ ସେତେବେଳେ ସମସ୍ତଙ୍କ ମନରେ ଚିନ୍ତା ହୋଇଥାଏ କି ସ୍କିନ୍ ସମସ୍ୟା ହେବନି ତ? ତ୍ବଚା କଳା ପଡିଯିବା, ତ୍ବଚାରେ ସମସ୍ୟା ହେବା, ରେସେସ୍ ହୋଇଯିବା । ଅନେକ କିଛି ଜିନିଷକୁ ନେଇ ସମସ୍ତେ ଚିନ୍ତିତ ଥାନ୍ତି । ସେଥିପାଇଁ ସମସ୍ତେ ଅନେକ କିଛି ଜିନିଷ କରିଥାନ୍ତି । କିନ୍ତୁ କେଉଁ ସବୁ ଜିନିଷ ତ୍ବଚା ପାଇଁ ଠିକ୍ ରହିବ ତାହା ମଧ୍ୟ ଜାଣିବା ଅନେକ ଦରକାର ।

ସାଧାରଣତଃ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ତ୍ୱଚା ସମସ୍ୟା ଥାଏ । ପ୍ରଥମତଃ ଗ୍ରୀଷ୍ମ ଋତୁରେ ସମସ୍ତ ବହୁ ମାତ୍ରାରେ ପାଣି ପିଇବା କଥା । କାହିଁକି ନା ଦେହରେ ଜଳୀୟ ଅଂଶ କମ୍ ହେଲେ ସାଧାରଣଃ ତ୍ୱଚା ସମସ୍ୟା ବାହାରିଥାଏ । ଖାଇବା ପିଇବା ଉପରେ ମଧ୍ୟ ଅନେକ ମାତ୍ରାରେ ଧ୍ୟାନ ଦେବା ଦରକାର । ଯେମିତି କି ଗ୍ରୀଷ୍ମ ଋତୁ ସେଥିପାଇଁ ଆମେ ତେଲ ଜାତୀୟ ଖାଦ୍ୟକୁ ଯେତେ କମ୍ ମାତ୍ରାରେ ଗ୍ରହଣ କରିପାରିବା ସେତେ ଭଲ । ପାଣି ଜାତୀୟ ଫଳ ଯେମିତି କି ତରଭୁଜ, ଆମ୍ବ, କାକୁଡ଼ି, ସରବତ, ଦହି, ଲସି ଖାଇବା ପାଇଁ ଚେଷ୍ଟା କରିବା । ଯେଉଥିରେ କି ଆମେ ତ୍ୱଚା ଓ ଦେହ ଆମର ସୁସ୍ଥ ରହିବ ।

ଯେତେବେଳେ ଆମେ ବାହାରକୁ ବାହାରୁଛେ ଧ୍ୟାନ ରଖିବା ଅଧିକ ଖରାରେ ବାହାରିଲେ ଛତା ନେଇ ଯିବା ଯେମିତି ଆମେ ଖରାରୁ ନିଜକୁ ରକ୍ଷା କରିପାରିବା । ଏହା ଦ୍ୱାରା ଖରା ସିଧା ସଳଖ ଯେମିତି ଆମ ମୁହଁରେ ନ ପଡ଼ୁ ।  କାହିଁକି ନାଁ ଖରା ସିଧାସଳଖ ଆମ ଉପରେ ପଡିଲେ ଆମ ତ୍ବଚା ପ୍ରତି ହାନିକାରକ ହୋଇଥାଏ । ଯେମିତି କି ରେସସ୍ ହେବା, କଳା ପଡିଯିବା । ଯଦି ଏହି ପ୍ରୋବଲେମ୍ ହେଲା ତେବେ ତାହା ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଥାଏ । ତ୍ବଚା ଯେହେତୁ ଗୋଟେ sensative part ସେଥିପାଇଁ ତାକୁ ବହୁ ମାତ୍ରାରେ ଯତ୍ନ ନେବା ଦରକାର । ଯଦି ଆପଣ ମାନେ ମୁହଁର ଯତ୍ନ ନେବା ପାଇଁ ଚାହୁଁଛନ୍ତି ତେବେ ଯେତେବେଳେ ଆପଣ ଘରୁ ବାହାରକୁ ବାହାରୁଛନ୍ତି ସେତେବେଳେ sunscreen ଲଗେଇ ବାହାରିବା ଉଚିତ୍ । ଘରକୁ ଆସିଲା ପରେ ସବୁବେଳେ ମୁହଁକୁ ଠିକ୍ ଭାବେ ଧୋଇବା ଦରକାର ।

ଘରୋଇ ଉପଚାର ଭାବରେ ଦହି, ବେସନ, ହଳଦୀ ମିକ୍ସ କରିକି ଲଗେଇ ପାରିବେ । ଯଦି ମୁହଁରେ କଳା ଦାଗ ହୋଇଛି ତାହେଳେ ଆଳୁକୁ ଘସିକି ତାକୁ ମଧ୍ୟ ମୁହିଁରେ ଲଗେଇ ପାରିବେ । ସେଥିରେ କଳା ଦାଗ ବହୁ ମାତ୍ରାରେ କମି ଯାଇଥାଏ । ସେମିତି ଆଖି ତଳ ଯଦି କଳା ପଡୁଛି ତେବେ କାକୁଡି ଲଗେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.