ଓଃ ! କି ଖରା… ସାରା ରାଜ୍ୟରେ ନିଆଁ ବର୍ଷା, ସୋନପୁରରେ ୪୪ ଡିଗ୍ରୀ ପାର କଲା ସେଲସିୟସ୍‌

ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ନିଆଁ ବର୍ଷା । ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ୪୪ ଡିଗ୍ରୀ ପାର କରିଛି ରାଜ୍ୟରେ ଦିନର ତାପମାତ୍ରା । ଆଜି ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଉଛି । ବଲାଙ୍ଗିରରେ ୪୪.୩, ଟିଟଲାଗଡ଼ରେ ୪୩.୫, ଅନୁଗୋଳରେ ୪୩.୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରିଛି ପାଣିପାଗ କେନ୍ଦ୍ର । ଆଜି ୨୧ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠରୁ ଅଧିକ ରେକର୍ଡ ହୋଇଛି ।

ଆଗାମୀ ଦୁଇ ଦିନ ଆହୁରି ବଢ଼ିବ ତାତି । ଦୁଇ ଦିନ ଯାଏ ଦିନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩-୪ ଡିଗ୍ରୀ ଅଧିକ ରହିବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସକାଳ ୯ଟାରୁ ଲୋକ ଘରୁ ବାହାରି ପାରୁ ନାହାନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଓ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ୨୧ ତାରିଖରୁ କାଳବୈଶାଖି ବର୍ଷା ସମ୍ଭାବନା ରହିଛି । ୨୧ ତାରିଖ ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଯାଜପୁପ, ଭଦ୍ରକ ଓ ବାଲେଶ୍ୱ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣି ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.