ଆନନ୍ଦପୁର : ଟାୟାର ମରାମତି ବେଳେ ଫାଟିଲା ଟ୍ରାକ୍ଟର ଚକା; ଡ୍ରାଇଭର ମୃତ, ଜଣେ ଗୁରୁତର

ଆନନ୍ଦପୁର (କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡ ,ନନ୍ଦିପଦା ଥାନା ଶାସଙ୍ଗ ଛକ ନିକଟରେ ଘଟିଛି ଅଘଟଣ । ଛକ ଠାରେ ଥିବା ଏକ ମୋଟର ଟାୟାର ମରାମତି ଦୋକାନକୁ ଅସିଥିବା ଟ୍ରାକ୍ଟରର ଚକଫାଟି ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ଯୁ ଘଟିଥିବାବେଳେ ଟ୍ରାକ୍ଟର ମାଲିକ ଗୁରୁତର ହୋଇଛନ୍ତି । ଉଭୟ ଡ୍ରାଇଭର ମାଧବ ଜେନା ଓ ମାଲିକଙ୍କ ସଞ୍ଜିବ୍ ସେଠୀ ଙ୍କ ଘର ଆନନ୍ଦପୁର ଥାନା ତରଭା ଗାଁ ରେ ହୋଇଥିବା ଜଣା ପଡିଛି ।

ଟ୍ରାକଟର ଚକ ବଦଳାଉଥିବା ସମୟରେ ଏଭଳି ହଠାତ୍ ଚକ ଫାଟିବାରୁ ଅଘଟଣ ଘଟିଥିବା ସ୍ଥାନୀୟ ଲୋକ କହୁଛନ୍ତି। ଦୁର୍ଘଟଣା ପରେ ସ୍ଥାନିୟ ଲୋକେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରିବା ପରେ ଡାକ୍ତର ମାଧବ ଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.