ନିଜକୁ ସମୟ ଦିଅନ୍ତୁ ମହିଳା, ୧୫ ବର୍ଷ ପରେ ନିହାତି ମାନନ୍ତୁ ଏସବୁ କଥା

ମହିଳାମାନେ ସାଧାରଣତଃ ଘର କାମ, ବାହାର କାମ, ପିଲାଙ୍କ କାମ ଇତ୍ୟାଦି ଜଞ୍ଜାଳ ମଧ୍ୟରେ ନିଜକୁ ଠିକ୍‌ ଭାବେ ସମୟ ଦେଇପାରିନଥାନ୍ତି। ୧୫ ବର୍ଷ ପରେ ଝିଅମାନେ କେତେକ କଥା ଉପରେ ଗୁରୁତ୍ୱ ଦେବା ଉଚିତ୍‌, ଯାହା ଦ୍ୱାରା ସେମାନେ ସବୁବେଳେ ଆକ୍ଟିଭ୍‌ ଓ ନିରୋଗ ରହିବେ।

ମହିଳାମାନେ ସାଧାରଣତଃ ଘର କାମ, ବାହାର କାମ, ପିଲାଙ୍କ କାମ ଇତ୍ୟାଦି ଜଞ୍ଜାଳ ମଧ୍ୟରେ ନିଜକୁ ଠିକ୍‌ ଭାବେ ସମୟ ଦେଇପାରିନଥାନ୍ତି । ଅନ୍ୟ ପାଇଁ କାମ କରି କରି ସେମାନେ ନିଜକୁ ଗୋଟେ ପ୍ରକାରର ଭୁଲି ଯାଇଥାନ୍ତି । ଏହି ଅଭ୍ୟାସ ଯୋଗୁ ସେମାନେ କମ୍‌ ବୟସରୁ ହିଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରନ୍ତି । କିନ୍ତୁ ମହିଳାମାନେ ମନେ ରଖିବା ଉଚିତ୍‌ ଯେ ପ୍ରଥମେ ନିଜ ସ୍ୱାସ୍ଥ୍ୟ, ତା’ ପରେ ଅନ୍ୟ ସବୁ । ତେବେ ଯଦି ଜଣେ କମ୍‌ ବୟସରୁ ଶରୀରର ଯତ୍ନ ନେବା ଆରମ୍ଭ କରେ, ତା’ ହେଲେ ଭବିଷ୍ୟତରେ କୌଣସି ଅସୁବିଧା ଦେଖା ଦେଇ ନଥାଏ । ୧୫ ବର୍ଷ ପରେ ଝିଅମାନେ କେତେକ କଥା ଉପରେ ଗୁରୁତ୍ୱ ଦେବା ଉଚିତ୍‌, ଯାହା ଦ୍ୱାରା ସେମାନେ ସବୁବେଳେ ଆକ୍ଟିଭ୍‌ ଓ ନିରୋଗ ରହିବେ । ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ…

ନିୟମିତ ଭାବେ ଯୋଗ କରନ୍ତୁ:

ମହିଳାମାନେ ନିୟମିତ ଭାବେ ଯୋଗାଭ୍ୟାସ କରିବା ଆବଶ୍ୟକ । ଏହି ଅଭ୍ୟାସ ୧୫ ବର୍ଷ ହେବା ପରେ ପ୍ରତି ପିଲା କରିବା ଉଚିତ୍‌ । ପିଲା ଦିନରୁ କରାଯାଇଥିବା ଅଭ୍ୟାସ ସହଜରେ ବଦଳାଇ ହୁଏ ନାହିଁ । ଆଉ ଯୋଗ କରିବା ଦ୍ୱାରା ଶରୀର ବି ଫିଟ୍‌ ରୁହେ । ଏଣୁ ପ୍ରତି ଝିଅ ଏହି ଅଭ୍ୟାସ କରିବା ଆବଶ୍ୟକ । ଫଳରେ ବଡ଼ ହେଲେ କୌଣସି ଶାରୀରିକ ସମସ୍ୟା ଦେଖା ଦେବନାହିଁ ।

ତ୍ୱଚାର ଯତ୍ନ ନିଅନ୍ତୁ:

ବୟସ ବଢ଼ିବା ସହ ତ୍ୱଚା ବି ଚମକ ହରାଇବାକୁ ଲାଗେ । ଖାସ୍‌ କରି ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଟିକେ ଅଧିକ ଦେଖିବାକୁ ମିଳେ । ପୁରୁଷଙ୍କ ତୁଳନାରେ ମହିଳାଙ୍କ ତ୍ୱଚା ଅଧିକ ସେନ୍‌ସେଟିଭ୍‌ । ଏଣୁ ସେମାନେ ତ୍ୱଚାର ଯତ୍ନ ନେବାକୁ ବିଭିନ୍ନ ପ୍ରକାରର ଘରୋଇ ଉପାୟ ବ୍ୟବହାର କରିପାରିବେ । କାମ ସହ ନିଜ ସ୍କିନ୍‌କୁ ବି ରିଫ୍ରେସ୍‌ ରଖିବା ଉପରେ ମହିଳା ଗୁରୁତ୍ୱ ଦେବା ଜରୁରୀ । ଏଥିପାଇଁ ଗୋଲାପ ଜଳ, ବେସନ୍‌ ଫେସ୍‌ପ୍ୟାକ୍‌, ଆଲୋଭେରା ଜେଲ୍‌ ଆଦି ବ୍ୟବହାର କରିପାରିବେ ।

ପର୍ଯ୍ୟାପ୍ତ ନିଦ ଜରୁରୀ:

କାମ ଜରୁରୀ । କିନ୍ତୁ ନିଜର ଯତ୍ନ ନେବା ବି ଜରୁରୀ । ଏଥିପାଇଁ ମହିଳାମାନେ ରାତିରେ ୭ରୁ ୮ ଘଣ୍ଟା ଶୋଇବା ଉଚିତ୍‌ । ଅଧିକାଂଶ ମହିଳା ଘର କାମକୁ ଗୁରୁତ୍ୱ ଦେଇ ରାତି ଅଧ ଯାଏଁ ଚେଇଁବା ସହ ପର ଦିନ ଭୋର୍‌ରୁ ଉଠିଥାନ୍ତି । କିନ୍ତୁ ଏହା ଦ୍ୱାରା ଶରୀର ଠିକ୍‌ ଭାବେ ବିଶ୍ରାମ ନେଇ ପାରେ ନାହିଁ । ଫଳରେ ଦିନ ସାରା ମାନ୍ଦା ଲାଗିବା ସହ ଚିଡ୍‌ଚିଡ୍‌ ଅନୁଭବ ହୁଏ । ନ ଶୋଇବା ଯୋଗୁ ଆଖି ତଳ ବି କଳା ପଡ଼ିଯାଏ । ଏଣୁ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ ।

ସନ୍ତୁଳିତ ଆହାର ଖାଆନ୍ତୁ:

ମହିଳାମାନେ ପରିବାର ସଦସ୍ୟଙ୍କ ପାଇଁ ତ ସେମାନଙ୍କ ମନ ପସନ୍ଦର ଖାଦ୍ୟ ବନାନ୍ତି । କିନ୍ତୁ ନିଜ ପାଇଁ କେବେ ବି କିଛି ତିଆରି କରିବାକୁ ଏତେଟା ପସନ୍ଦ କରନ୍ତିନି । ଏହି ଅଭ୍ୟାସ କାରଣରୁ ଅଧିକାଂଶ ମହିଳାଙ୍କର ଭିଟାମିନ୍‌ ଅଭାବ ପରିଲକ୍ଷିତ ହୁଏ । କିନ୍ତୁ ଛୋଟ ବେଳୁ ଯଦି ଭଲ ଖାଇବା ଅଭ୍ୟାସ କରିବେ ତେବେ ଏହା ବଡ଼ ହେଲେ ବି ରହିବ । ଫଳରେ ସୁସ୍ଥ ଭୋଜନ ଗ୍ରହଣ କରିପାରିବେ ।

ନିଜ ସହ ସମୟ ବିତାନ୍ତୁ:

ଘର କାମ ପାଇଁ ମହିଳା ନିଜକୁ ସମୟ ଦେଇପାରନ୍ତି ନାହିଁ । କିନ୍ତୁ ସେମାନେ ଦିନରେ କିଛି ସମୟ ନିଜ ବିତାଇବା ଉଚିତ । ନିଜ ପସନ୍ଦର କିଛି କାମ କରିବା ଆବଶ୍ୟକ । ଫଳରେ ସେମାନେ ନିଜ ଅସ୍ତିତ୍ୱକୁ ବଜାୟ ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.