ଆଞ୍ଜିଓପ୍ଲାଷ୍ଟି ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ୍‌ ବି, ସର୍ଜରୀ ପରେ ଟ୍ୱିଟ୍ କରି ଫ୍ୟାନ୍ସଙ୍କୁ ଦେଲେ ଖାସ୍‌ ମେସେଜ୍‌

ଏହି ବୟସରେ ମଧ୍ୟ ଅମିତାଭ ବଚ୍ଚନ ନିଜକୁ ଆକ୍ଟିଭ ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି, କିନ୍ତୁ ହଠାତ୍‌ ଆଜି ସକାଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି । ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଯେଉଁ କାରଣରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ନିଆଯାଇଥିଲା ।

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ବର୍ତ୍ତମାନ ୮୧ ବର୍ଷ ବୟସ ହୋଇଛି । ଏହି ବୟସରେ ମଧ୍ୟ ସେ ନିଜକୁ ଆକ୍ଟିଭ ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି, କିନ୍ତୁ ହଠାତ୍‌ ଆଜି ସକାଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି । ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଯେଉଁ କାରଣରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ନିଆଯାଇଥିଲା । ଏପରି ପରିସ୍ଥିତିରେ ଅମିତାଭ ବଚ୍ଚନଙ୍କ ଏକ ଟ୍ୱିଟ୍ ମଧ୍ୟ ସାମ୍ନାକୁ ଆସିଛି ଯାହା ସେ ମାର୍ଚ୍ଚ ୧୫ରେ ମଧ୍ୟାହ୍ନ ୧୨ ଟା ପରେ କରିଥିଲେ । ଏହି ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେଉଛି ଏବଂ ସମସ୍ତେ ଏଥିପ୍ରତି ଧ୍ୟାନ ଦେଉଛନ୍ତି । ଏବେ ଆସନ୍ତୁ ଜାଣିବା ଅମିତାଭଙ୍କ ଟ୍ୱିଟରେ କଣ ଲେଖିଛନ୍ତି ।

ଅମିତାଭ ବଚ୍ଚନ ଆଜି ଅପରାହ୍ନରେ X ରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ଲେଖାଥିଲା, ‘ମୁଁ ସର୍ବଦା କୃତଜ୍ଞ’ । ତାଙ୍କର ଏହି ଟ୍ୱିଟ୍ ଏହି କିଛ ସମୟ ପୂର୍ବରୁ ଆସିଛି । ତେଣୁ ସର୍ଜରୀ ପରେ ଅମିତାଭ ବଚ୍ଚନ ତାଙ୍କର ଶୁଭ ଚିନ୍ତକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପୂର୍ବରୁ ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଏହି ସବୁ କଥାରୁ ଜଣାପଡୁଛି ଯେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ଆକ୍ଟିଭ ରୁହନ୍ତି ।

ଏହି ଖବର ଆସିବା ମାତ୍ରେ ଅଭିନେତାଙ୍କ ଫ୍ୟାନ୍ସମାନେ ତାଙ୍କ ଦେହ ଠିକ୍‌ ହୋଇଯିବା ପାଇଁ ପ୍ରାର୍ଥନା କରିଥିଲେ, କିନ୍ତୁ ଏବେ ଡରିବାରେ କିଛି କଥା ନାହିଁ । କାରଣ ଅଭିନେତା ଏବେ ଠିକ୍‌ ଅଛନ୍ତି ଏବଂ ତାଙ୍କ ଗୋଡରେ ହୋଇଥିବା ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ଭଲରେ ସଫଳ ହୋଇଯାଇଛି । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ଗୋଡରେ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା । ବର୍ତ୍ତମାନ ଅମିତାଭ ବଚ୍ଚନ ହସ୍ପିଟାଲରେ ଅଛନ୍ତି । ତାଙ୍କୁ ଏପର୍ଯ୍ୟନ୍ତ ଡିସଚାର୍ଜ କରାଯାଇ ନାହିଁ । ଏ ବାବଦରେ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ବର୍ତ୍ତମାନ ସୁଧା ମଧ୍ୟ ଅମିତାଭ ବଚ୍ଚନଙ୍କ ଚିକିତ୍ସା ଚାଲିଛି ।

ତେବେ ସୁଟିଂ ସମୟରେ ସେଟରେ ଅମିତାଭ ଆହତ ହୋଇଥିଲେ । ତେବେ ଏହା ବ୍ୟତୀତ KBC 14ର ସୁଟିଂ ସମୟରେ ତାଙ୍କ ଗୋଡରେ ଥିବା ଶିର କଟି ଯାଇଥିଲା । ଏହା ବ୍ୟତୀତ ସେ ଦୁଇଥର କୋଭିଡ୍ ପଜିଟିଭ୍ ମଧ୍ୟ ହୋଇଥିଲେ । ୨୦୨୨ ପୂର୍ବରୁ ମଧ୍ୟ ଅମିତାଭ ବଚ୍ଚନ ଆହତ ହୋଇଥିଲେ । ତେବେ ଦୀପାବଳୀର ଠିକ୍ ପୂର୍ବରୁ ତାଙ୍କ ଗୋଡର ଶିର କାଟିବା ବିଷୟରେ ଖବର ସାମ୍ନାକୁ ଆସିଥିଲା । ତେବେ ଏହାପରେ ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବା ଯୋଗୁ, ଏବେ ତାଙ୍କୁ ଏଥିପାଇଁ ସର୍ଜରୀ କରିବାକୁ ପଡିଲା । କିନ୍ତୁ ଏବେ ସେ ଠିକ୍‌ ଅଛନ୍ତି ଏବଂ ତାଙ୍କ ଫ୍ୟାନ୍ସଙ୍କୁ ଟ୍ୱିଟ୍ ମଧ୍ୟମରେ ଏହି ଖବର ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.