ଶ୍ରଦ୍ଧା ଓ୍ଵାଲକର ମାମଲା: ଏକାନ୍ତ ବନ୍ଦୀଶାଳାରୁ ୮ ଘଣ୍ଟା ବାହାରେ ରହିବେ ଆଫ୍‌ତାବ ପୁନାୱାଲା, ତିହାର ଜେଲ କର୍ତ୍ତୃପକ୍ଷଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଶ୍ରଦ୍ଧା ୱାଲକର ହତ୍ୟା ମାମଲାର ଅଭିଯୁକ୍ତ ଆଫ୍‌ତାବ ପୁନାୱାଲାଙ୍କୁ ଦିନକୁ ୮ ଘଣ୍ଟା ପାଇଁ ଅନ୍‌ଲକ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରେ ତାଙ୍କୁ ରାତିରେ ଏକାନ୍ତ ବନ୍ଦୀଶାଳାରେ ରଖିବାକୁ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ।

ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ପୁନାୱାଲାଙ୍କୁ ରାତିରେ ପୁଣି ଏକାକୀ କାରାବାସରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁନାୱାଲା ବନ୍ଦୀ ପ୍ରତ୍ୟକ୍ଷୀକରଣ ପିଟିସନ ହାଇକୋର୍ଟରେ ଦାଖଲ କରିଥିଲେ ।

ସେ ପିଟିସନରେ କହିଥିଲେ ଯେ ତାଙ୍କୁ ୨୨ ଘଣ୍ଟା ପାଇଁ ଏକାନ୍ତ କାରାବାସରେ ରଖାଯାଉଛି । ସକାଳେ ଏବଂ ସନ୍ଧ୍ୟାରେ କେବଳ ଗୋଟିଏ ଗୋଟିଏ ଘଣ୍ଟା ପାଇଁ ବାହାରକୁ ନିଆଯାଉଛି, ଯେତେବେଳେ କି, ଅନ୍ୟ କଏଦୀମାନେ ୮ ଘଣ୍ଟା ପାଇଁ ମୁକ୍ତ ରହୁଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ଆଫ୍‌ତାବ ପୁନାୱାଲାଙ୍କ ସହ ଜେଲରେ ଥିବା ଅନ୍ୟ କଏଦୀମାନେ ମାରପିଟ କରିଥିଲେ । ତାଙ୍କ ଓକିଲ ଦାବି କରିଥିଲେ କି, କୋର୍ଟରେ ହାଜର କରାଯାଉଥିବା ବେଳେ ଅନ୍ୟ କଏଦୀମାନେ ଆଫ୍‌ତାବଙ୍କୁ ମାଡ଼ ମାରିଥିଲେ, ଯାହାପରେ କୋର୍ଟ ଅଧିକାରୀମାନଙ୍କୁ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.