ପାଣି ବଦଳରେ ହ୍ୟାଣ୍ଡପମ୍ପରୁ ବାହାରୁଛି ମଦ, ଯାହା ଦେଖି ପୋଲିସ ମଧ୍ୟ ହୋଇଗଲା ତାଜୁବ

ହ୍ୟାଣ୍ଡପମ୍ପରୁ ବାହାରୁଛି ମଦ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସମ୍ପୂର୍ଣ୍ଣ ସତ । ତେବେ ଉତ୍ତରପ୍ରଦେଶର ଝାନ୍ସୀରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ପାଣି ପରିବର୍ତ୍ତେ ହ୍ୟାଣ୍ଡ ପମ୍ପରୁ ମଦ ବାହାରୁଛି । ଏହା ଦେଖି ସ୍ଥାନୀୟ ଲୋକମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ହ୍ୟାଣ୍ଡପମ୍ପରୁ ବାହାରୁଛି ମଦ । ତେବେ ଉତ୍ତରପ୍ରଦେଶର ଝାନ୍ସୀରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ପାଣି ପରିବର୍ତ୍ତେ ହ୍ୟାଣ୍ଡ ପମ୍ପରୁ ମଦ ବାହାରୁଛି । ଏହା ଦେଖି ସ୍ଥାନୀୟ ଲୋକମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏପରି ପରିସ୍ଥିତିରେ, ଯେତେବେଳେ ପୋଲିସ ଏନେଇ ଅଧିକ ଅନୁସନ୍ଧାନ କରିଥିଲା ତା’ ପରେ ଯାଇ ସମଗ୍ର ଖବର ସାମ୍ନାକୁ ଆସିଥିଲା ।

ପ୍ରକୃତରେ ଏଠାରେ ମଦ ଲୁଚାଇବା ପାଇଁ ଏକ ବିରାଟ ଗାତ ଖୋଳାଯାଇ ସେଥିରେ ହ୍ୟାଣ୍ଡ ପମ୍ପ ଲଗାଯାଇଥିଲା । ଅପରାଧୀଙ୍କ ମଦ ଲୁଚାଇବାର ଏଭଳି ଅଭିନବ ଉପାୟ ଦେଖି ପୋଲିସ ମଧ୍ୟ ତାଜୁବ ହୋଇଯାଇଥିଲା । ବାସ୍ତବରେ ବେଆଇନ ମଦ ତିଆରି ଏବଂ ବିକ୍ରୟ କରୁଥିବା ଅଭିଯୋଗ ଆସିବା ପରେ ପୋଲିସ ଏବଂ ଏକ୍ସାଇଜ୍ ବିଭାଗର ଟିମ୍ ଝାନ୍ସୀର ମୋଠ ତହସିଲର ପରଗୈନା କାବୁତ୍ରା ଡେରାରେ ପହଞ୍ଚିଥିଲେ ।

ତଦନ୍ତ ସମୟରେ ପୋଲିସ ଖେତ ମଧ୍ୟରେ ହ୍ୟାଣ୍ଡ ପମ୍ପ ଦେଖିଥିଲା ଏବଂ ଏହି ହ୍ୟାଣ୍ଡ ପମ୍ପ ଚଳାଇବା ବେଳେ ସେଥିରୁ ପାଣି ବଦଳରେ ମଦ ବାହାରିଥିଲା । ଏହା ପୂର୍ବରୁ ମଧ୍ୟ ଝାନ୍ସୀ ପୋଲିସ୍ ଟିମ୍ ବେଆଇନ ମଦ ବିରୋଧରେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କୁ କୌଣସି ମଦ ମିଳି ନଥିଲା । ସୂଚନା ପାଇବା ପରେ ପୁଣି ଥରେ ପୋଲିସ ଯେତେବେଳେ ଅନୁସନ୍ଧାନ କରିବାକୁ ଆସିଲା, ସେମାନେ କ୍ଷେତ୍ ମଝିରେ ଏକରୁ ଅଧିକ ହ୍ୟାଣ୍ଡ ପମ୍ପ ଦେଖିଥିଲେ । ହ୍ୟାଣ୍ଡ ପମ୍ପ ଚଳାଇବା ମାତ୍ରେ ପାଣି ବଦଳରେ ମଦ ବାହାରିବା ଆରମ୍ଭ ହୋଇଥିଲା ।

ପରେ ପୋଲିସ ଏହାକୁ ଖୋଳିବା ମାତ୍ରେ ହ୍ୟାଣ୍ଡ ପମ୍ପଗୁଡ଼ିକ କେବଳ ଏକ ଡ୍ରାମା ବୋଲି ଜାଣିପାରିଥିଲା । ତଳେ ମଦ ଡ୍ରମ୍ ରଖି ଉପରେ ହ୍ୟାଣ୍ଡ ପମ୍ପରୁ ମଦ ବାହାର କରାଯାଉଥିଲା । ଏକ ରିପୋର୍ଟ ଅନୁଯାୟୀ, ବୁନ୍ଦେଲଖଣ୍ଡର ଅନେକ ଅଞ୍ଚଳରେ ଲୋକମାନେ ବେଆଇନ ଭାବେ କଞ୍ଚା ମଦ ବିକ୍ରି କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅପରାଧୀମାନେ ପୋଲିସ ନଜରରୁ ବର୍ତ୍ତିବା ପାଇଁ ସବୁବେଳେ ନୂଆ କୌଶଳ ଆପଣାନ୍ତି । ଏଥର ସେମାନେ ମଦ ଡ୍ରମକୁ ଭୂମିରେ ପୋତିଦେଇ ଏହା ଉପରେ ଏକ ହ୍ୟାଣ୍ଡ ପମ୍ପ ଲଗାଇ ଦେଇଥିଲେ ।

ଯେତେବେଳେ ବି ଜଣେ ଗ୍ରାହକ ମଦ କିଣିବାକୁ ଆସନ୍ତି, ଏହି ଲୋକମାନେ ହ୍ୟାଣ୍ଡ ପମ୍ପରୁ ମଦ ବାହାର କରି ଗ୍ରାହକଙ୍କୁ ଦିଅନ୍ତି । ବର୍ତ୍ତମାନ ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାସ୍ଥଳରୁ ପ୍ରାୟ ୫୦୦ ଲିଟର ବେଆଇନ କଞ୍ଚା ମଦ ଉଦ୍ଧାର କରି ଏହାକୁ ନଷ୍ଟ କରାଯାଇଛି । ଏହା ସହିତ ବେଆଇନ ମଦ ତିଆରି ପାଇଁ ମଦଭାଟ୍ଟି ସମେତ ଅନ୍ୟାନ୍ୟ ଉପକରଣ ଜବତ କରାଯାଇ ଦୁଇ ମହିଳା ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.