Below header

ଭାଇରସ୍‌ ଠାରୁ ଲଢ଼ିବାର ଶକ୍ତି କମାଇଥାଏ ଅଧିକ ଲୁଣ ସେବନ, ମୂଷା ଓ ମଣିଷଙ୍କ ଉପରେ ହୋଇଥିବା ଗବେଷଣାରୁ ଜଣାପଡ଼ିଲା

ମଣିଷଙ୍କ ଠାରେ ଥିବା ରୋଗ ପ୍ରତିରୋଧକ କ୍ଷମତା (ଇମ୍ୟୁନିଟି ପାଓ୍ଵାର) ଅଧିକ ଲୁଣ ଖାଇବା ଦ୍ୱାରା କମିଥାଏ । ଫଳରେ ବ୍ୟକ୍ତି ଭାଇରସ୍‌ ସହ ଲଢ଼ିବାରେ କ୍ଷମତା ହରାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଅଧିକ ଲୁଣ ସେବନ ଖାଲି ବ୍ଲଡ୍‌ ପ୍ରେସର ବଢ଼ାଇ ନଥାଏ ଏହା ସହ ଆହୁରି ଅନେକ ରୋଗ ମଧ୍ୟ ବଢ଼ାଇଥାଏ ।

ସାଇନ୍ସ ଟ୍ରାନ୍ସଲେସନ୍‌ ମେଡିସିନ୍‌ ଜର୍ଣ୍ଣାଲରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ଗବେଷଣା ମୂଷା ଓ ମଣିଷଙ୍କ ଉପରେ କରାଯାଇଥିଲା । ଗବେଶକମାନେ ଯେଉଁ ମୂଷାଙ୍କୁ ଅଧିକ ଲୁଣ ଖାଇବାକୁ ଦେଇଥିଲେ ସେଗୁଡ଼ିକଙ୍କ ଠାରେ ଅଧିକ ଭାଇରାଲ ଓ ବ୍ୟାକ୍ଟେରିଆ ସଂକ୍ରମଣ ହେବା ଦେଖାଯାଇଥିଲା । ସମାନ ଗବେଷଣା ମଧ୍ୟ ମଣିଷଙ୍କ ଉପରେ କରାଯାଇ ଏହି ତଥ୍ୟ ଦେଖିବାକୁ ମିଳିଥିଲା ।

ଦିନକୁ ୬ଗ୍ରାମ୍‌ରୁ ଅଧିକ ଲୁଣ ଖାଉଥିବା ବ୍ୟକ୍ତିଙ୍କ ଠାରେ ରୋଗ ପ୍ରତିରୋଧକ କ୍ଷମତା କମ୍‌ ଥିବା ଦେଖାଯାଇଥିଲା । ଗବେଶକଙ୍କ ଅନୁଯାୟୀ ସୋଡ଼ିୟମ୍‌ କ୍ଲୋରାଇଡ୍‌ ମଣିଷ ଦେହରେ ପ୍ରତିରୋଧକ କ୍ଷମତା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଯେଉଁମାନଙ୍କୁ ଦୈନିକ ଅତିରିକ୍ତ ୬ ଗ୍ରାମ ଲୁଣ ଖାଇବାକୁ ଦିଆଯାଇଥିଲା ୭ ଦିନ ପରେ ସେମାନଙ୍କ ରକ୍ତରେ ଗ୍ରେନୁଲାଇଟ୍‌ସ(ରକ୍ତରେ ଥିବା ପ୍ରତିରୋଧକ କୋଷ) କମ୍‌ ଥିବା ଦେଖାଯାଇଥିଲା ।

ଆମେ ଯଦି ଦିନରେ ଦୁଇ ଥର ଫାଷ୍ଟ ଫୁଡ୍‌ ଖାଇବା ତେବେ ୬ ଗ୍ରାମ୍‌ରୁ ଅଧିକ ଲୁଣ ଆମ ଦେହକୁ ଯିବ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି । ଗବେଷକଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତିକୁ ଦୈନିକ ୫ ଗ୍ରାମ୍‌ ଲୁଣ ଖାଇବା ଆବଶ୍ୟକ । ଏଥିରୁ ଅଧିକ ଖାଇଲେ ଶରୀର ପାଇଁ ବ୍ଲଡ୍‌ ପ୍ରେସର ସହିତ ହାର୍ଟ ଆଟାକ୍‌ ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଗବେଶକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.