ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ଏହି ୩ ପ୍ରକାରର ଚା, ନିୟନ୍ତ୍ରଣରେ ରହିବ ବ୍ଲଡସୁଗାର

ମଧୁମେହ ଏମିତି ଏକ ରୋଗ ଯେଉଁଥିପାଇଁ ଆମକୁ ସର୍ବଦା ଆମ ଜୀବନଶୈଳୀକୁ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ। ମଧୁମେହ ରୋଗୀଙ୍କୁ ତାଙ୍କ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ। ଯଦି ସେମାନେ ଖାଦ୍ୟ ନିୟନ୍ତ୍ରଣ ନକରନ୍ତି ତେବେ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇପାରେ। ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ଏ ଖବର ଆପଣଙ୍କ ପାଇଁ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ। ଏହି ରୋଗ ଦୀର୍ଘ ସମୟ ଧରି ରକ୍ତରେ ସୁଗାର ସ୍ତର ବଢ଼ାଇଥାଏ। ଯେଉଁଥିପାଇଁ ରୋଗୀକୁ ବାରମ୍ଵାର ପରିସ୍ରା ଲାଗିଥାଏ। ଅତ୍ୟଧିକ ଭୋକ ଏବଂ ଶୋଷ ଲାଗିବା ଭଳି ସମସ୍ୟା ଭୋଗିବାକୁ ପଡେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ଏପରି ଏକ ରୋଗ ଯେଉଁଥିରେ ଶରୀରରେ ଇନସୁଲିନ୍ ଉତ୍ପାଦନ କରେ ନାହିଁ ଏବଂ ଯଦି ଏପରି ଦୀର୍ଘ ସମୟ ଧରି ଲାଗିରୁହେ, ତେବେ ରୋଗୀ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥା’ନ୍ତି।

ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ମଧୁମେହ ରୋଗୀଙ୍କୁ ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ। କାରଣ ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ିବା ଦ୍ଵାରା କିଡନୀ ଖରାପ, ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ଅନେକ ଗୁରୁତର ରୋଗ ହେବାର ଆଶଙ୍କା ରହିଥାଏ। ତେବେ ଆମେ ଆପଣଙ୍କୁ କିଛି ହର୍ବାଲ୍ ଟି ବିଷୟରେ ସୂଚନା ଦେଉଛୁ, ଯାହାର ବ୍ୟବହାର ଦ୍ଵାରା ରକ୍ତରେ ଶର୍କରା ସ୍ତରକୁ ଆପଣ ନିୟନ୍ତ୍ରଣ କରିପାରିବେ।

tea sugarମଧୁମେହ ରୋଗୀ ପିଅନ୍ତୁ ଏହି ତିନି ପ୍ରକାର ଚା

ବ୍ଲାକ୍ ଟି

ବ୍ଲାକ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଯେଉଁ ଉଦ୍ଭିଦରୁ କଳା ଚା ଉତ୍ପନ୍ନ ହୁଏ, ସେଥିରେ ଥେଫ୍ଲେବିନ୍ସ ଏବଂ ଥରୁବିଗିନ୍ସ୍ ସମେତ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ଥାଏ, ଯାହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ତେବେ ଆପଣ ଦିନକୁ ୨ରୁ ୩ ଥର ବ୍ଲାକ ଟି ପିଇ ପାରିବେ ।

mandarମନ୍ଦାର ଫୁଲ ଚା

ମଧୁମେହ ରୋଗୀଙ୍କ ପାଇଁ ମନ୍ଦାର ଫୁଲ ଚା ଖୁବ୍ ଲାଭଦାୟକ। ଏଥିରେ ପଲିଫେନୋଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଏନ୍ଥୋସାୟାନିନ୍ ପରି ତତ୍ତ୍ୱ ରହିଥାଏ, ଯାହା ଶରୀରରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ମନ୍ଦାର ଫୁଲ ଚା କେବଳ ଇନସୁଲିନ୍ ହରମୋନର ସନ୍ତୁଳନ ରଖେନାହିଁ, ବରଂ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

ଡାଲଚିନି ଚା

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲୋକମାନେ ଡାଲଚିନିର ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ଚାକୁ ନିୟମିତ ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା କମିଯାଏ। ଏହା ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ।