ମାଡି ଆସୁଛି କରୋନା ଲହରୀ, ଅସ୍ଥାୟୀ ହସ୍ପିଟାଲ ଖୋଲିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

କେନ୍ୟୁଜ୍(ବ୍ୟୁରୋ):  ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ଚିଠି । ନୂଆବର୍ଷ ଆରମ୍ଭରୁ କରୋନା ମହାମାରୀ ଆକ୍ରାମକ ଭାବେ ବଢି ଚାଲିଛି । ଦିନକରେ ଦେଶରେ ୨୨ ହଜାର ପାର କରିଛି ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୭୭୫ ନୂଆ ସଂକ୍ରମଣ କେସ୍‌ ସାମ୍ନାକୁ ଆସିଛି । ପୂର୍ବଦିନ ତୂଳନାରେ ଏହା ୩୬ ପ୍ରତିଶତ ବଢିଛି । ମହାରାଷ୍ଟ୍ରରେ ସର୍ବାଧିକ ୮ହଜାର ୬୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧ଲକ୍ଷ ପାର କରିଛି ।

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚିଠି ଲେଖି ରାଜ୍ୟ ଗୁଡିକୁ ସତର୍କ କରାଇଛନ୍ତି । କରୋନା ସଂକ୍ରମିତଙ୍କ ପାଇଁ ଅସ୍ଥାୟୀ ହସପିଟାଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ବର୍ତ୍ତମାନ ମୋଟ କେସ୍‌ ୩କୋଟି ୪୮ ଲକ୍ଷ ୬୧ ହଜାର ୫୭୯କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମଧ୍ୟ ଦୃତ ଗତିରେ ବଢି ଚାଲିଛି ସଂକ୍ରମଣ । ୫ଦିନରେ ଅଢେଇ ଗୁଣା ବଢିଛି ସଂକ୍ରମିତଙ୍କ ସଂଖ୍ୟା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.