ହ୍ବାଟସଆପ ଆଣୁଛି ନୂଆ ଫିଚର, ଏଣିକି ୧୦ଟି ଗ୍ରୁପକୁ ଯୋଡିପାରିବେ ଗୋଟିଏ ଗ୍ରୁପରେ

ହ୍ବାଟସଆପ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚରକୁ କମ୍ଯୁନିଟି ଫଚିର ବୋଲି କୁହାଯାଉଛି। ଏହାର ଫିଚର ପ୍ରଥମ ଲୁକ ମଧ୍ଯ ସାମ୍ନାକୁ ଆସିଛି। ଏଥିରେ ୧୦ଟି ହ୍ବାଟସଆପ ଗ୍ରୁପ ଗୋଟିଏ କମ୍ଯୁନିଟା ଗ୍ରୁପରେ ଯୋଡି ହୋଇପାରିବେ।

ଏହି ଫିଚର ପ୍ରଥମ ଆଇଓଏସର ମେଟା ଭର୍ସନରେ ଦେଖିବାକୁ ମିଳିଛି। ଖୁବ ଶୀଘ୍ର ଏହି ଫିଚର ଆଣ୍ଡ୍ରଏଡରେ ମଧ୍ଯ ଉପଲ୍ବ୍ଧ ହେବ। ହ୍ବାଟସଆପ ଗ୍ରୁପ ଭଳି ଏହି ଗ୍ରୁପରେ ଜଣେ ଆଡମିନ ରହିବେ। ଆଡମିନ ହିଁ ନିଷ୍ପତ୍ତି ନେବେ କିଏ ଗ୍ରୁପରେ ମେସେଜ କରିପାରିବେ ଆଉ କିଏ କରିପାରିବେନି। ଏଥିସହିତ ଜଦି କୌଣସି ବ୍ଯକ୍ତି ଉକ୍ତ କମ୍ଯୁନିଟି ଛାଡୁଛନ୍ତି ତେବେ କମ୍ଯୁନିଟି ସହିତ ଅନ୍ଯଗ୍ରୁପର ମେସେଜ ମଧ୍ଯ ଦେଖି ପାରିବେ ନାହିଁ।

WABetaInfo, ଯାହା ହ୍ବାଟସଆପ ନୂତନ ଫିଚରକୁ ଟ୍ରାକ୍ କରେ, ପ୍ରଥମେ ଏହି ଫିଚର ବିଷୟରେ ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, ଉପଭୋକ୍ତାମାନେ ନିଜ କମ୍ଯୁନିଟିକୁ ଏକ ନାମ ଦେବାରେ ସକ୍ଷମ ହେବେ। ଏଥିସହିତ ଉକ୍ତ କମ୍ଯୁନିଟି ବିଷୟରେ ଆପଣଙ୍କ ହିସାବରେ ଡେସକ୍ରିପସନରେ ଲେଖିପାରିବେ। ଏହି କମ୍ଯୁନିଟି ଫିଚରର ବିଶେଷତ୍ବ ହେଉଛି ଏକାଧିକ ଗ୍ରୁପକୁ ନିଜ ସହ ଜୋଡିବା । କାରଣ ଉପଭୋକ୍ତାମାନେ ଏକା ସାଙ୍ଗରେ ଅନେକ ଗ୍ରୁପ ସହ ଯୋଡି ହୋଇଥାନ୍ତି। ଏହି ଫିଚର ଆସିବା ଦ୍ବାରା ସମସ୍ତ ଗ୍ରୁପକୁ ଏକ ସାଙ୍ଗରେ ମେସେଜ କରିପାରିବେ।

ବିଭିନ୍ନ ପ୍ରକାରର ଗ୍ରୁପକୁ ଏକାଠି କରିବା କମ୍ଯୁନିଟି ଫଚିରର ଉଦ୍ଦେଶ୍ୟ। ସାଧାରଣତଃ ଜଣେ ଉପଭୋକ୍ତାଙ୍କର ଅତି କମରେ ପାଞ୍ଚଟି ଗ୍ରୁପରେ ରହିପାରିବର। କମ୍ଯୁନିଟି ଫଚିର ଆସିବା ସହିତ, ଏହି ଗ୍ରୁପକୁ ଏକତ୍ର ପରିଚାଳନା କରିବା ସହଜ ହେବ। କିଛି ଦିନ ପୂର୍ବରୁ WhatsApp Busines ଆପର ମେଟା ସଂସ୍କରଣେ quickly ଫିଚର ଦେଖିବାକୁ ମିଳିଥିଲା । ଏହି ନୂତନ ଫିଚର ସାହାଯ୍ଯରେ ତୁରନ୍ତ ସମସ୍ତ ମେସେଜର ଉତ୍ତର ଦେଇପାରିବେ। ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡ୍ ଏବଂ ଆଇଓଏସର କିଛି ବିଟା ଉପଭୋକ୍ତା କୁଇକ୍ ରିପ୍ଲାଇର ସର୍ଟକଟ୍ ଫିଚର ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.