Below header

ଯଦି ଆପଣଙ୍କ ଠାରେ ଏହି ସବୁ ଗୁଣ ରହିଛି, ତେବେ ଜାଣିରଖନ୍ତୁ ଆପଣ ଖୁବ ସ୍ମାର୍ଟ

ସମସ୍ତେ ଚାହାନ୍ତି ସ୍ମାର୍ଟ ହେବାକୁ । ନିଜ ପର୍ସନାଲିଟି ବଢାଇବାକୁ । ସ୍ମାର୍ଟ ହେବା ଅର୍ଥ ନୁହେଁକି ଆପଣ ଦେଖିବାକୁ ଖୁବ ସୁନ୍ଦର ହୋଇଥିବେ । ଉପରୁ ଖୁବ ଚିକ୍କଣ ଦେଖାଯାଉଥିବେ । ସ୍ମାର୍ଟ ହେବା ଅର୍ଥ ହେଉଛି ଚିନ୍ତା କରିବା ତଥା କାମ କରିବାର ତରିକା ବିଷୟରେ ଜାଣିବା । ଆଜି ଆମେ ଆପଣଙ୍କୁ ଏମିତି ହିଁ ୫ଟି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ । ଯାହାକି ଜଣେ ସ୍ମାର୍ଟ ଲୋକର ପ୍ରଥମ ପରିଚୟ । ଯଦି ଆପଣଙ୍କ ପାଖରେ ବି ଏହି ଗୁଣ ରହିଛି ତେବେ ଜାଣିରଖନ୍ତୁକି ଆପଣ ଆପଣଙ୍କ ପାଖ ଲୋକ ଠାରୁ ବି ଅଧିକ ସ୍ମାର୍ଟ । ତେବେ ଆସନ୍ତୁ ଜାଣିବା ସେହି ଗୁଣ କଣ କଣ ଯାହା ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଅଧିକ ସ୍ମାର୍ଟ କରିଥାଏ ।

୧. ଯଦି ଆପଣଙ୍କୁ ଏକା ରହିବା ପସନ୍ଦ ଥିବ:

ସାଧାରଣତଃ ସ୍ମାର୍ଟ ଲୋକ ମାନଙ୍କୁ ଏକୁଟିଆ ରହିବା ପସନ୍ଦ ଥାଏ । ସିଙ୍ଗାପୁର ମେନେଜମେଣ୍ଟ ୟୁନିଭର୍ସିଟି ଓ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସର ମନୋବିଜ୍ଞାନୀଙ୍କ ଏକ ସର୍ଚ୍ଚ ରିପୋର୍ଟ ଅନୁସାରେ, ଯେଉଁ ମାନଙ୍କର IQ ଅନ୍ୟମାନଙ୍କଠାରୁ ଅଧିକ ଥାଏ, ସେମାନଙ୍କୁ ଅଧିକ ଭିଡ ସ୍ଥାନରେ ରହିବା ପସନ୍ଦ ନଥାଏ । ଏହି ରିସର୍ଚ୍ଚରେ ୧୮ ରୁ ୨୮ ବର୍ଷ ମଧ୍ୟରେ ପ୍ରାୟ ୧୫ ହଜାର ଲୋକ ଭାଗ ନେଇଥିଲେ । ରିସର୍ଚ୍ଚରୁ ଜଣାଯାଇଛିକି ଯେଉଁମାନଙ୍କୁ ଏକୁଟିଆ ରହିବା ପସନ୍ଦ ଥାଏ ସେମାନେ ଅଧିକ ସ୍ମାର୍ଟ ହୋଇଥାନ୍ତି ।

୨. କାମ ପୂରଣ କରିବାକୁ ବା ଲକ୍ଷ ସ୍ଥଳରେ ପହଞ୍ଚିବାକୁ ପରିଶ୍ରମ କରୁଥିବା ବ୍ୟକ୍ତି:

ଏମାନଙ୍କର ଅନ୍ୟତମ ପ୍ରମୁଖ ଲକ୍ଷଣ ହେଉଛି ସେମାନେ ଯେଉଁ କାମ କରନ୍ତି ସେମାନଙ୍କୁ ଲାଗେ ଏହି କାମ ସେମାନେ ଆଉ ଟିକେ ଆଉ ଟିକେ ଭଲ ଭାବରେ କରିପାରିବେ । ନିଜେ ନିଜ ଉପରେ ଚାପ ପକେଇ ରଖନ୍ତି । ଯଦି ଜଣେ ସ୍ମାର୍ଟ ବ୍ୟକ୍ତି କିଛି କରୁଥାନ୍ତି ଆଉ ସେମାନଙ୍କୁ ଲାଗେ କି ଏହା ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରିବ ନାହିଁ ତେବେ ସେମାନେ ଭାବନ୍ତିଯେ ତାଙ୍କ ସମ୍ପତ୍ତି ନଷ୍ଟ ହେବାକୁ ଯାଉଛି । କିଛି ବ୍ୟତିକ୍ରମ ଘଟିଲେ ନିଜକୁ ହିଁ ଦୋଷ ଦେଇଥାନ୍ତି ।

୩. ସେମାନେ ଦିବା ସ୍ବପ୍ନ ଦେଖିଥାନ୍ତି:

ମନୋବିଜ୍ଞାନିଙ୍କ ଏକ ଦଳ ରିସର୍ଚ୍ଚରୁ ଖୋଜିପାଇଛନ୍ତି ଦିବା ସ୍ବପ୍ନ ହେଉଛି ଆପଣଙ୍କ ମସ୍ତିସ୍କର କ୍ଷମତା ଓ ତାହାର ଶକ୍ତି ଭିତରେ ଏକ ପ୍ରକାର କନେକ୍ସନ । ଏହି ଷ୍ଟଡିରେ ଭାଗ ନେଇଥିବା ଲୋକଙ୍କୁ ୫ ମିନିଟ ପାଇଁ କୌଣସି ଏକ ଜିନିଷ କିମ୍ବା ଘଟଣା ବିଷୟରେ ଭାବିବାକୁ କୁହାଯାଇଥିଲା । ଏଭିତରେ ତାଙ୍କ ବ୍ରେନକୁ MRI ସ୍କାନ ଜରିଆରେ ମନିଟର କରାଯାଇଥିଲା । ପରେ ଜଣାଯାଇଥିଲାକି ମନିଟରିଂ ସମୟରେ ମସ୍ତିଷ୍କ ଆକ୍ଟିଭ ଥିବା ଲୋକଙ୍କ ସଂଖ୍ୟା ଅଧିକ ଅଛି ।

୪. ଆପଣଙ୍କ ବିଚାର ଶକ୍ତି ଖୋଲା ମିଜାଜର ଥିବ:

କୌଣସି ନୂଆ ବିଚାରକୁ ନେଇ ସବୁବେଳେ ସକାରାତ୍ମକ ବିଚାରଧାରା ରଖିଥାନ୍ତି । ମନୋବିଜ୍ଞାନୀଙ୍କ ମୁତାବକ ଖୋଲା ବିଚାରର ବ୍ୟକ୍ତି ବିଶେଷ ଅନ୍ୟମାନଙ୍କ ବିଚାର ଓ ମତ ଶୁଣିବାକୁ ପ୍ରସ୍ତୁତ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.