ଏହି ୫ଟି କୁକିଙ୍ଗ୍‌ ଆଇଡିଆ ବନାଇବ ଆପଣଙ୍କୁ କିଚେନ୍‌ କୁଇନ୍‌, ସହଜରେ ଲଗାନ୍ତୁ କାମରେ

ପ୍ରତ୍ୟେକ ଗୃହିଣୀ କିଚେନ୍‌ ସମ୍ବନ୍ଧୀୟ ବିଭିନ୍ନ ଟିପ୍ସ ଏବଂ ଟ୍ରିକ୍ସ ଜାଣିଥିବା ଦରକାର। ଏହା ସେମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ, ଯାହାକୁ ଆପଣାଇ ସେମାନେ କାମକୁ ଆହୁରି ସହଜ କରିପାରିବେ। ଏଥିପାଇଁ ଆଜି ଆମେ ନେଇଆସିଛୁ ଏମିତି କିଛି ଟିପ୍ସ, ଯାହା ଆପଣଙ୍କ ପାଇଁ ବେଶ୍‌ ଉପକାରୀ ହୋଇପାରିବ। ଏହା ଆପଣଙ୍କୁ ସ୍ମାର୍ଟ ଗୃହିଣୀର ତାଜ୍‌ ପିନ୍ଧାଇ ଦେବ। ଆସନ୍ତୁ ଜାଣିବା, ଏହି କୁକିଙ୍ଗ୍‌ ଟିପ୍ସ ଏବଂ ଟ୍ରିକ୍ସ ବିଷୟରେ।

-ଯଦି ପାଉଁରୁଟି ବା ବ୍ରେଡ୍‌ ଉପରେ ସାମାନ୍ୟ ପାଣି ଲାଗିଯାଇଛି, ତା’ହେଲେ ପେପର ନାପ୍‌କିନରେ ଏହାକୁ ଗୁଡ଼ାଇ ଦେଇ ୨୦ ସେକେଣ୍ଡ ପାଇଁ ମାଇକ୍ରୋୱେଭ କରିଦିଅନ୍ତୁ। ସବୁ ପାଣି ଉଡ଼ିଯିବ ଏବଂ ଆପଣଙ୍କ ବ୍ରେଡ୍‌ ଆଗ ଅପେକ୍ଷା ଆହୁରି ଫ୍ରେଶ୍‌ ହୋଇଯିବ।

-ଲେମ୍ବୁ ବା କମଳା ଜୁସ୍‌ ବାହାର କରିବା ପୂର୍ବରୁ ବିନା କଟା ହୋଇଥିବା ଫଳକୁ ୧୦ ସେକେଣ୍ଡ ପାଇଁ ମାଇକ୍ରୋୱେଭ କରିଦିଅନ୍ତୁ। ଏମିତି କରିବାରେ ଫଳର ଫାଇବର ଢ଼ିଲା ହୋଇଯାଏ ଏବଂ ଜୁସ୍‌ କରିବା ବେଳେ ଶେଷ ବୁନ୍ଦା ବି ସହଜରେ ବାହାରି ଯାଇଥାଏ।

kit2

ଏହାସହ ପଢ଼ନ୍ତୁ: ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ ରେସିପି ‘ସାଗୁ ଉପମା’

-ପରିବାର ଶକ୍ତ ଚୋପା ଛଡ଼ାଇବା କଷ୍ଟକର ହୋଇଥାଏ। ଏହି କାମକୁ ସହଜ କରିବା ପାଇଁ ପରିବାକୁ ୨ରୁ ୩ ମିନିଟ୍‌ ଯାଏ ମାଇକ୍ରୋୱେଭ କରିଦିଅନ୍ତୁ। ଏବେ ଚୋପା ଚଡ଼ାଇଲେ, ଏହା ସହଜରେ ଛାଡ଼ି ହୋଇଯିବ। ଧ୍ୟାନ ରଖିବେ, ପରିବା ଥଣ୍ଡା ହେବା ପରେ ହିଁ ଏହାର ଚୋପା ଛଡ଼ାଇବେ।

-ସନ୍ଧ୍ୟାରେ ଯଦି ଆପଣଙ୍କୁ ଇଡ୍‌ଲି କିମ୍ବା ଦୋସା ବନାଇବାର ଅଛି, କିନ୍ତୁ ରାତିରେ ଡାଲି-ଚାଉଳ ବତୁରାଇବାକୁ ଭୁଲିଯାଇଛନ୍ତି। ତା’ହେଲେ ଏହି ପରିସ୍ଥିତିରେ ସକାଳେ ପାଣି ଗରମ କରି ସେଥିରେ ଡାଲି-ଚାଉଳ ବତୁରାଇ ଦିଅନ୍ତୁ। ଏହା ୨-୩ ଘଣ୍ଟାରେ ଭଲ ଭାବେ ବତୁରିଯିବ। ଏପରି କି, ଏଥିରେ ବଢ଼ିଆ ଘୋଳ ବି ପ୍ରସ୍ତୁତ ହୋଇଯିବ।

-ଛୋଲେ ବା ରାଜ୍‌ମା ରାତିରେ ବତୁରାଇବାକୁ ଭୁଲିଯାଇଥିଲେ, ସକାଳେ ଅଧିକ ଗରମ ପାଣିରେ ଏହାକୁ ପକାଇ ଦିଅନ୍ତୁ। ଏହା ୩ ଘଣ୍ଟାରେ ବତୁରିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.