ବାଲାକୋଟ୍‌ରେ ପାକିସ୍ତାନ ପୁଣି ପ୍ରସ୍ତୁତ କରୁଛି ଆତଙ୍କୀ ଟିମ୍‌, ଅନୁପ୍ରବେଶ ଅପେକ୍ଷାରେ ୫୦୦ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ଲାଗି ପାକିସ୍ତାନ ଜୋରଦାର ଉଦ୍ୟମ ଚଳାଇଛି। ସୀମା ଅତିକ୍ରମ କରି ଉପତ୍ୟକାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣପ୍ରାପ୍ତ ୪୫୦ରୁ ୫୦୦ ଆତଙ୍କବାଦୀ ଏଲ୍‌ଓସି ଆରପଟେ ଲଞ୍ଚ୍‌ପ୍ୟାଡଗୁଡ଼ିକରେ ଅପେକ୍ଷା କରି ରହିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ କେତେଜଣ ଆତଙ୍କବାଦୀ ଜୈଶ-ଇ-ମହମ୍ମଦ (ଜେଇଏମ୍‌)ର ବାଲାକୋଟ ଶିବିରରେ ତାଲିମ ପାଇଥିବା ଏକ ସୂତ୍ରରୁ ଜଣାପଡିଛି।

54

ଏହି ସୂଚନା ମିଳିବା ପରେ ସୀମାନ୍ତରେ ସୁରକ୍ଷା ବଳକୁ ହାଇ ଆଲର୍ଟରେ ରଖାଯାଇଛି। ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଯବାନମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ନିଜ ଇଚ୍ଛା ଅନୁସାରେ ସ୍ଥାନ, ସମୟ ଓ ଶୈଳୀ ଆପଣାଇ ପାରିବ ବୋଲି ସରକାରୀ ସ୍ତରରେ ଅନୁମୋଦନ ମିଳିଥିବା ଜଣାପଡ଼ିଛି । ଗୁଇନ୍ଦା ସୂଚନା ଅନୁଯାୟୀ ପାକିସ୍ତାନ ପାର୍ଶ୍ୱ ଲିପା ଉପତ୍ୟକାରେ ଆତଙ୍କବାଦୀମାନେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ସେଠାରେ ୮ରୁ ୧୦ଟି ଆତଙ୍କୀ ଗ୍ରୁପ ରହିଛନ୍ତି।

90

ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ଚାହୁଁଛି। ଏଥିପାଇଁ ପାକିସ୍ତାନ ସେନା ଓ ସରକାର ହିଁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ତେଣୁ ଏହାର ମୁକାବିଲା କରିବାକୁ ସେନାକୁ ସମସ୍ତ ପ୍ରକାରର ଅନୁମତି ଦିଆଯାଇଥିବା ଜଣାପଡ଼ିଛି।

09

ଅନ୍ୟପକ୍ଷରେ ଜେନେରାଲ ରାୱତ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଠାରୁ ଆହୁରି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି। ଏଥିସହ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଚାଲିଛି। ଏଭଳି କରି ପାକିସ୍ତାନ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ସହଯୋଗ କରୁଛି।

78

ଗତ ୨ ମାସ ମଧ୍ୟରେ ଭାରତ ଭିତରକୁ ପ୍ରାୟ ୬୦ ଆତଙ୍କବାଦୀ ପଶିଛନ୍ତି। ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି। ପାର୍ବଣ ଋତୁର ଫାଇଦା ନେଇ ଆତଙ୍କବାଦୀ ଯେକୌଣସି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରିପାରନ୍ତି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏବେବି ୪ରୁ ୫ ଲଞ୍ଚପ୍ୟାଡ୍‌ ସୀମାରେ ସକ୍ରିୟ ରହିଛି। ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ଉସୁକାଇବାରେ ଲାଗିଛି। ତେଣୁ ପାର୍ବଣ ସମୟରେ ସତର୍କ ରହିବା ଲାଗି ଗୋଇନ୍ଦା ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.