୬୦୦ ଜଣ ଶ୍ରମିକ ୬ମାସରେ ନିର୍ମାଣ କଲେ Bigg Boss ଘର

ବିଗ ବସର ସିଜନ ୧୩ର ଗ୍ରାଣ୍ଡ ଲଞ୍ଚିଂ ହୋଇସାରିଛି। ଏହାସହିତ ରାଜକୀୟ ଢ଼ଙ୍ଗରେ ନିର୍ମାଣ ହୋଇଥିବା ଘରର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଫଟୋ ଏବେ ଇଣ୍ଟରନେଟରେ ସମସ୍ତଙ୍କର ମନକୁ ଜିତୁଛି। କିନ୍ତୁ କଣ ଆପଣ ଜାଣନ୍ତି ଏହି ୟୁନିକ ଘରକୁ ବନାଇବା ପାଇଁ କେତେ ସମୟ ଲାଗିଛି ଏବଂ କେତେ ଜଣ ଲୋକ ମିଶି ଏହି ଘରକୁ ନିର୍ମାଣ କରିଛନ୍ତି।

ଚଳିତ ବର୍ଷ ଏହି ଘରକୁ ବନାଇବା ପାଇଁ ପ୍ଲାଷ୍ଟିକର ବ୍ୟବହାର କରାଯାଇନାହିଁ। ଏହାକୁ ସମ୍ପୂର୍ଣ୍ଣ ଭାବରେ ପିଓପିରେ ନିର୍ମାଣ କରାଯାଇଛି। ଏଥିରେ ଖର୍ଚ୍ଚ ହୋଇଥିଲେ ମଧ୍ୟ ପରିବର୍ତ୍ତନ କରିବା ଦରକାର ଥିଲା। କାରଣ ପ୍ଲାଷ୍ଟିକ ପଯ୍ୟର୍ବରଣକୁ ବହୁତ କ୍ଷତି ପହଁଚାଉଛି।

bigg-boss-13ବିଗ ବସର ଏହି ଘରକୁ ନେଇ ଆହୁରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ସାମ୍ନାକୁ ଆସିଛି ଯେ ଏହାକୁ ବନାଇବା ପାଇଁ ୫୦୦ରୁ୬୦୦ ଜଣ ଶ୍ରମିକ ଲାଗିଛନ୍ତି। ଏମାନେ ପ୍ରାୟ ୬ ମାସ କାମ କରିବା ପରେ ବିଗବସର ଘର ପ୍ରସ୍ତୁତ ହୋଇପାରିଲା। ଘରକୁ ଫିନିସିଂ ଟଚ୍‌ ଦେବା ପାଇଁ ଦୁଇ ମାସ ସମୟ ଲାଗିଲା।

ଏହାସହ ପଢନ୍ତୁ : କେବିସିରେ ଏତେ ସହଜ ପ୍ରଶ୍ନର ଦେଇପାରିଲେନି ଉତ୍ତର, ଆଉ ହୋଇଗଲେ ଟ୍ରୋଲ୍‌, ଜାଣନ୍ତୁ କଣ ପଚରାଯାଇଥିଲା ସୋନାକ୍ଷୀଙ୍କୁ

ଏହି ଘରେ ମୋଟ ୯୩ କ୍ୟାମେରା ଲାଗିଛି। ଏଥିରେ ୧୪ଟି କେବଳ ବେଡରୁମରେ ଯାହା ପ୍ରତିଯୋଗିଙ୍କର ସବୁ ମୁଭମେଣ୍ଟ ଉପରେ ନଜର ରଖିବ। ବେଡରୁମରେ ପୂର୍ବଭଳି ସିଙ୍ଗଲ ଏବଂ ଡବଲ ବେଡ ରହିଛି। ଘରର କିଚେନରେ ସବୁଠାରୁ ଅଧିକ ତାଣ୍ଡବ ହେଉଥିବା କାରଣରୁ ଏହକୁ ସିମ୍ପଲ ରଖାଯାଇଛି।