ଏହି ଫଳର ସେବନ ଆପଣଙ୍କ ଡାଇବେଟିସକୁ କରିବ ଦୂର, ଜାଣନ୍ତୁ କଣ ସେହି ଫଳ ?

ବଦଳୁଥିବା ଜୀବନଶୈଳୀ ପାଇଁ ଡାଇବେଟିସର ଅଭିଯୋଗ ଆସିବା ଏକ ସାଧାରଣ କଥା ହୋଇଗଲାଣି। କାରଣ ଆଜିକାଲିର ଦୈନ୍ୟନ୍ଦିନ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ପ୍ରାୟ ଅଧିକାଂଶ ଲୋକଙ୍କୁ ଏହି ରୋଗ ବହୁତ ଶୀଘ୍ର ହୋଇଯାଉଛି। ଡ଼ାଇବେଟିସ୍ କୌଣସି ବୟସର ଲୋକମାନଙ୍କୁ ମଧ୍ୟ ହୋଇପାରେ। ଡ଼ାଇବେଟିସ୍ ଏକ ଗଭୀର ରୋଗ ହୋଇଗଲାଣି। ଡ଼ାଇବେଟିସକୁ ନିୟନ୍ତ୍ରଣ କରିବାପାଇଁ କିଛି ଘରୋଇ ଉପାୟ ରହିଛି, ଯାହା ଦ୍ବାରା ଆପଣ ଏହି ଡାଇବେଟିସକୁ ନିୟନ୍ତ୍ରଣ କରିପାରିବେ। କିଛି ଲୋକ ଭାବନ୍ତି ଯେ ଫଳର ସେବନ ଦ୍ବାରା ଡ଼ାଇବେଟିସ୍ ବଢିଥାଏ। ପ୍ରକୃତରେ କିନ୍ତୁ ଏହିଭଳି ହୋଇନଥାଏ। କିଛି ଫଳ ଏମିତି ଅଛି ଯାହାର ସେବନ କରିବାଫଳରେ ଡ଼ାଇବେଟିସକୁ ନିୟନ୍ତ୍ରଣ କରାଯାଇପାରିବ। ଆସନ୍ତୁ ଜାଣିବା କେଉଁଫଳ ସେବନ କରିବା ଦ୍ବାରା ଡ଼ାଇବେଟିସ୍ ନିୟନ୍ତ୍ରଣ ହୋଇଥାଏ।

ପିଜୁଳି

guava foodପୁରା ଦେଶରେ ପିଜୁଳି ଅଧିକ ମାତ୍ରାରେ ମିଳିଥାଏ। ପିଜୁଳି ଖାଇଲେ ଶରୀର ସୁସ୍ଥ ରହିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଏହାକୁ ଖାଇବା ଦ୍ବାରା ଶରୀରକୁ ଫାଇଦା ମିଳିଥାଏ।

ଅମୃତଭଣ୍ଡା

papeyaସାଧାରଣତଃ ସମସ୍ତେ ଜାଣନ୍ତି ଯେ ଅମ୍୍ତଭଣ୍ଡା ମିଠା ହୋଇଥାଏ। ଏହାକୁ ଖାଇବା ଦ୍ବାରା ଡ଼ାଇବେଟିସର ରୋଗୀଙ୍କୁ ବହୁତ କ୍ଷତି ପହଁଚିଥାଏ। କିନ୍ତୁ ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡ଼େଣ୍ଟ ଏବଂ ଲୋ ଗ୍ଲାଇସେମିକ୍ ଇନ୍ଡ଼େକ୍ସ ରହିଥାଏ ଯାହା ଶରୀରରେ ସୁଗାରକୁ ନିୟନ୍ତ୍ରିତ କରିବାରେ ବହୁତ ସାହାଯ୍ୟ କରିଥାଏ।

ତରଭୁଜ

tarbhujତରଭୁଜରେ ଲୋ ଗ୍ଲାଇସେମିକ୍ ଇଂଡ଼େକ୍ସ ରହିଥାଏ ,ଯାହା ଡ଼ାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ବାରା ଆପଣଙ୍କ କିଡ଼ନି ଭଲ ଭାବରେ କାଯ୍ୟକାରୀ କରିଥାଏ। ଏହା କିଡ଼ନିକୁ ବୂଷ୍ଟ କରିବା ସହିତ ଶିରାପ୍ରସିରାକୁ ଖରାପ କରିବାରୁ ରକ୍ଷା କରିଥାଏ।

ନିଶ୍ଚୟ ପଢ଼ନ୍ତୁ : କେଉଁ ବୟସରେ ମା’ ହେଲେ ଛୁଆ ହୋଇଥାଏ ବୁଦ୍ଧିମାନ, ମହିଳାମାନେ ନିଶ୍ଚିତ ଜାଣିରଖନ୍ତୁ

ଶରୀରରେ ପାନକ୍ରିୟାଜ ଗ୍ରନ୍ଥି ଅଚଳ ହୋଇଯିବା କିମ୍ବା ଠିକ୍ ଭାବେ କାମ ନକରିବା ଦ୍ବାରା ଡ଼ାଇବେଟିସ୍ ରୋଗ ହୋଇଥାଏ। ଡ଼ାଇବେଟିସ୍ ହେବାର ବହୁତ କାରଣ ରହିଛି କିନ୍ତୁ ପାନକ୍ରିୟାଜ୍ ଖରାପ ହେବା ହେଉଛି ସବୁଠାରୁ ବଡ଼ କାରଣ ଅଟେ। ଆଜିର ସମୟରେ କାହାକୁ ବି ଡ଼ାଇବେଟିସ୍ ସମସ୍ୟା ହୋଇପାରେ ଏଥିପାଇଁ ଆପଣଙ୍କୁ ପରୀକ୍ଷା କରିନେବା ଆବଶ୍ୟକ। ଆମେ ଆପଣଙ୍କୁ ଡାଇବେଟିସକୁ କେମିତି ନିୟନ୍ତ୍ରଣରେ ରଖିବେ ତାହା ଜଣାଇଲୁ କିନ୍ତୁ ଆପଣ ଡାକ୍ତରଙ୍କ ପରାମର୍ଶ କରିବା ନିତ୍ୟାନ୍ତ ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.