କେଶ ଓ ଚର୍ମ ସମସ୍ୟା ସମାଧାନ କରେ ଏହିସବୁ ତେଲ, ଜାଣନ୍ତୁ କିପରି କରିବେ ବ୍ୟବହାର

ପ୍ରାଚୀନ କାଳରୁ ତ୍ୱଚା ଓ କେଶର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାର ତେଲର ବ୍ୟବହାର ହୋଇଆସୁଛି । ଏହି ତେଲର ନିୟମିତ ବ୍ୟବହାର କରି କେଶ ଓ ଚର୍ମଜନିତ ଅନେକ ସମସ୍ୟାର ସମାଧାନ କରି ହେବ ।

ନଡିଆ ତେଲ: ନଡିଆ ତେଲକୁ ଗରମ କରି ଏହାକୁ କେଶର ମୂଳରେ ମସାଜ କରି ପୂରା ରାତି ଛାଡ଼ି ଦିଅନ୍ତୁ । ଏହା କରିବା ଦ୍ୱାରା କେଶର ରୁକ୍ଷାପଣ ଓ ଦୁଇ ମୁହାଁ କେଶ ସମସ୍ୟା ଆଉ ରୁହେ ନାହିଁ ।

1

ରାଶି ତେଲ: ରାଶି ତେଲକୁ ବଡ଼ି ମସାଜ ପାଇଁ ବ୍ୟବହାର କରାଯାଏ । ଏହା ବହୁତ ପତଳା ତେଲ । ଏହି ତେଲକୁ ମସାଜ କରିବା ଦ୍ୱାରା ତ୍ୱଚାର ଚିକ୍କଣ ବୃଦ୍ଧି ପାଏ । ଏହାଛଡ଼ା ଏହି ତେଲରେ ଏସପିଏଫ୍ ୪ ସ୍‌ନସ୍କ୍ରି୍‌ନ ରହିଛି । ତେଣୁ ଯଦି ମୁହଁ ଶୁଷ୍କ ହେଉଥାଏ ତେବେ ଏହି ତେଲକୁ ମୁହଁରେ ମଧ୍ୟ ଲଗାଇପାରିବେ ।

hair

ଆଲମଣ୍ଡ ତେଲ: ଚର୍ମ ଶୁଷ୍କ ହୋଇ କୁଣ୍ଡାଇ ହେଉଥିଲେ ଏହି ତେଲରେ ମସାଜ କରନ୍ତୁ । ଏହା ସବୁ ପ୍ରକାର ଚର୍ମ ପାଇଁ ଉପଯୋଗୀ ।

ଜଡ଼ା ତେଲ: ଏହି ତେଲକୁ କେଶର କଣ୍ଡିସନିଂ ପାଇଁ ବ୍ୟବହାର କରାଯାଇପାରିବ । ଏହା ସହ ଯେଉଁ କେଶଗୁଡ଼ିକ ଖରା ସଂସ୍ପର୍ଶରେ ଆସି ଖଇରିଆ ରଙ୍ଗ ପଡ଼ିଯାଇଥାଏ ତାହାକୁ କଳା କରିଥାଏ । ଏହି ତେଲକୁ ଆଖି ପତା ଓ ଆଖିର ଭ୍ରୁଲତାକୁ ଗାଢ ରଙ୍ଗ କରିବା ସହ ଅଧିକ ଘଞ୍ଚ ମଧ୍ୟ କରାଏ । ଆଖି ପତା ପାଇଁ ଦିନ ସମୟରେ ଏକ ତୁଳାରେ କିଛି ଜଡ଼ା ତେଲ ନେଇ ପତାରେ ଲଗାଇ ଛାଡ଼ିଦେବେ । କିନ୍ତୁ ଏହାକୁ ରାତିରେ ଲଗାଇବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.