ହାରିଲା କରୋନା ଜିତିଲେ ବୃଦ୍ଧ: ଦିଲ୍ଲୀର ଏଲଏନଜେପି ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେଲେ ୮୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ହାରିଲା କରୋନା । ଜିତିଲେ ବୃଦ୍ଧ । କରୋନା ଯୁଦ୍ଧରେ ଜିତିଛନ୍ତି ଜଣେ ୮୨ ବର୍ଷ ବୟସ୍କ ବ୍ୟକ୍ତି । ସୁସ୍ଥ ହେବା ପରେ ଦିଲ୍ଲୀର ଏକ ହସପିଟାଲରୁ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । କିଛି ଦିନ ତଳେ କରୋନାରେ ସଂକ୍ରମିତ ଏହି ବ୍ୟକ୍ତିଙ୍କୁ ଏଲଏନଜେପି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଜାରି ରଖିଥିଲେ । ଏବେ ତାଙ୍କ ଠାରେ କରୋନା ଲକ୍ଷଣ ନଥିବା ବେଳେ ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଜଣେ ୮୨ ବର୍ଷ ବ୍ୟକ୍ତି କରୋନାରୁ ଆରୋଗ୍ୟ ଲାଭ କରିବା ଖବର ଡାକ୍ତର ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କୁ ବେଶ ଉତ୍ସାହିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.