ସଂକଟରେ ବିଶ୍ୱର ସମଗ୍ର ସ୍ୱାସ୍ଥ୍ୟ, ଜାଣନ୍ତୁ ଏହାର ମହତ୍ୱ ଏବଂ ଇତିହାସ ସମ୍ପର୍କରେ

ଆଜି ବିଶ୍ୱରେ ପାଖାପାଖି ୨୦୦ରୁ ଅଧିକ ଦେଶ କରୋନା ମହାମାରୀରେ ସଂଘର୍ଷ କରୁଥିବା ବେଳେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସର ମହତ୍ୱ ଆହୁରି ଅଧିକ ବଢିଯାଇଛି। ଆଜି ବିଶ୍ୱର ସମସ୍ତ ସ୍ୱାସ୍ଥ୍ୟକର୍ମୀ କରୋନା ଭାଇରସରେ ସଂକ୍ରମିତ ଥିବା ଲୋକଙ୍କ ସେବାରେ ଲାଗିଛନ୍ତି। ପ୍ରତ୍ୟେକ ବର୍ଷ ଏପ୍ରିଲ ୭ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯାହାକୁ ସଂକ୍ଷିପ୍ତରେ ଡବ୍ଲ୍ୟୁଏଚଓ କୁହାଯାଇଥାଏ। ଏହା ୟୁନାଇଟେଡ଼ ନେସନ ଅର୍ଥାତ ସଂଯୁକ୍ତ ରାଷ୍ଟ୍ରର ଅଂଶ। ଏହାର ପ୍ରମୁଖ କାର୍ଯ୍ୟ ହେଉଛି ବିଶ୍ୱରେ ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖିବା ଏବଂ ଏହାର ନିବାରଣରେ ସାହାଯ୍ୟ କରିବା।

world

ସୂଚନା ମୁତାବକ ଆଜିର ଏହି ଅବସରରେ ଟ୍ୱିଟ କରି ସମସ୍ତ ନର୍ସ ଓ ସ୍ୱାସ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟ୍ୱିଟର ଜରିଆରେ କହିଛନ୍ତି, ସମାଜକୁ ସୁସ୍ଥ ରଖିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କରୋନା ବିରୋଧ ଲଢେଇରେ ଏମାନେ ଅଗ୍ରଣୀ ଯୋଦ୍ଧା ସାଜିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୯୪୮ ମସିହା ଏପ୍ରିଲ ୭ତାରିଖରେ ସ୍ଥାପନା ହୋଇଥିଲା। ଏହି ସଂସ୍ଥାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭା ସହରରେ ଅବସ୍ଥିତ। ଡବ୍ଲ୍ୟୁଏଚଓ ସ୍ଥାପନା ସମୟରେ ସମ୍ବିଧାନରେ ଏହାକୁ ବିଶ୍ୱର ୬୧ଟି ଦେଶ ହସ୍ତାକ୍ଷର କରିଥିଲା ଏବଂ ଏହାର ପ୍ରଥମ ବୈଠକ ୨୪ ଜୁଲାଇ ୧୯୪୮ ମସିହାରେ ହୋଇଥିଲା। ପରେ ୧୯୫୦ ମସିହାରୁ ଏହି ଦିବସ ପାଳନ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.