କୋଭିଡ-୧୯: ଇନ୍‍ଫ୍ଲୁଏଞ୍ଜା ରୋକୁଥିବା ସର୍ଜିକାଲ ମାସ୍କ ରୋକିପାରିବ କରୋନା ସଂକ୍ରମଣ

କରୋନା ଏବେ ସମଗ୍ର ବିଶ୍ୱକୁ କବଳିତ କରିଛି । ଧୀରେ ଧୀରେ ଏହି ଭାଇରସ ଚାରିଆଡେ ବ୍ୟାପୀ ସାରିଲାଣି । ଭାରତରେ ମଧ୍ୟ ଏହାର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ୩ ହଜାରରୁ ଉର୍ଦ୍ଧ୍ୱଙ୍କର ନମୁନା ପଜେଟିଭ ଆସିଥିବା ବେଳେ ୧୧୧ ରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିସାରିଲେଣି । କିନ୍ତୁ ଏହି କୋଭିଡ-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସର୍ଜିକାଲ ମାସ୍କ ପିନ୍ଧିବା ଦ୍ୱାରା ରୋକାଯାଇପାରିବ । ନେଚର ମେଡିସିନ ଜର୍ନଲ ପ୍ରକାଶିତ ଅଧ୍ୟୟନରେ ଏହି ଦାବି କରାଯାଇଛି । ଏପର୍ଯ୍ୟନ୍ତ ସର୍ଜିକାଲ ମାସ୍କର ବ୍ୟବହାର କେବଳ ଇନ୍‍ଫ୍ଲୁଏଞ୍ଜା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବ୍ୟବହାର କରାଯାଉଥିଲା, କିନ୍ତୁ କରୋନା ଭାଇରସ ସହିତ ଅନ୍ୟ ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଏହି ମାସ୍କର ବ୍ୟବହାର କରିପାରିବେ ।

surgical

ବିଶେଷଜ୍ଞଙ୍କ ଏହି ଅଧ୍ୟୟନ ପାଇଁ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ଦେଖାଦେଉଥିବା ୨୪୬ ପୀଡିତଙ୍କ ଉପରେ ଏହି ପରୀକ୍ଷଣ କରିଥିଲେ । ଯେଉଁଥିରେ କିଛି ଲୋକ ସର୍ଜିକାଲ ମାସ୍କ ପିନ୍ଧିଥିବା ବେଳେ କେତେକଙ୍କୁ ବିନା ମାସ୍କରେ gesundite machine ରେ ରଖାଯାଇଥିଲା । ଏହି ମେସିନ ହିଁ ଭାଇରସର ସଂକ୍ରମଣ ମାତ୍ରାକୁ କାଉଣ୍ଟ କରିଥାଏ ।

mask 1

ଏହି ଅଧ୍ୟୟନରେ ବିଶେଷଜ୍ଞମାନେ ମାସ୍କ ପିନ୍ଧିଥିବା ସଂକ୍ରମିତ ୧୧୧ ଜଣ ଛିଙ୍କକୁ ଏହି ମାସ୍କ ବାହାରକୁ ଆସିବାକୁ ରୋକିବାରେ ସକ୍ଷମ ହୋଇଥିଲା । ଏଥିରେ ଭାଇରସ ସଂକ୍ରମଣ ବ୍ୟାପୀବାର ଆଶଙ୍କା ଶତ ପ୍ରତିଶତ କମ ରହିଥିଲା । ୟୁନିଭରସିଟି ଅଫ୍‍ ହଂକଂର ବିଶେଷଜ୍ଞଙ୍କ କହିବାନୁସାରେ, ସର୍ଜିକାଲ ମାସ୍କ କରୋନା ଭାଇରସ ଭଳି SARS-COV-2 ସଂକ୍ରମଣକୁ ରୋକିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.